ଜିମରେ ମହାଭାରତ: ସ୍ବାମୀଙ୍କ ମହିଳା ବନ୍ଧୁଙ୍କୁ ‘ଚପଲ’ରେ ପିଟିଲେ ପତ୍ନୀ

1 min read

ଭୋପାଲ: ଅନ୍ୟ ମହିଳାଙ୍କ ସହ ପତିଙ୍କ ସମ୍ପର୍କ ଥିବା ସନ୍ଦେହରେ ପତ୍ନୀଙ୍କ ମହାଭାରତ । ଜିମରେ ପଶି ପତିଙ୍କ ସହ ଥିବା ବାନ୍ଧବୀଙ୍କ ଚୁଟି ଘୋଷାଡ଼ିଲେ, ଚପଲରେ ପିଟିଲେ । ସ୍ବାମୀ ଉପରକୁ ବି ହାତ ଉଠାଇବାକୁ ପଛାଇଲେନି । ଘଟଣାଟି ମଧ୍ୟପ୍ରଦେଶ ଭୋପାଲର କୋହେଫିଜା ଅଞ୍ଚଳର । ଗତ ୧୫ ତାରିଖରେ ପତିଙ୍କ ଚରିତ୍ରକୁ ନେଇ ସନ୍ଦେହ କରୁଥିବା ପତ୍ନୀ କଲେ ମାରପିଟ ।

ସୂଚନା ଅନୁସାରେ, ମହିଳାଙ୍କୁ ସ୍ବାମୀଙ୍କ ଚରିତ୍ର ଉପରେ ଦୀର୍ଘ ଦିନରୁ ସନ୍ଦେହ ଥିଲା । ଘଟଣା ଦିନ ପତି ଜିମ୍ ବାହାରି ଯିବା ପରେ ମହିଳା ଜଣଙ୍କ ତାଙ୍କ ଉଭଣୀ ସହ ପିଛା କରି ଜିମରେ ପହଞ୍ଚି ଯାଇଥିଲେ । ସେଠାରେ ସ୍ବାମୀଙ୍କୁ ଅନ୍ୟ ମହିଳାଙ୍କ ସହ ଦେଖି ରାଗ ପଞ୍ଚମ ହୋଇ ଯାଇଥିଲା । ଏହାପରେ ଆରମ୍ଭ କରିଦେଇଥିଲେ ‘ଅପରେସନ ଜୋତା ମାଡ଼’ । ପ୍ରଥମେ ମହିଳାଙ୍କ ଚୁଟି ଧରି ଘୋଷାଡ଼ିଲେ । ସେତିକିରେ ମନ ଶାନ୍ତି ହୋଇନଥିଲା । ଜୋତା ଓହ୍ଲାଇ ଆରମ୍ଭ କରି ଦେଇଥିଲେ ‘ଦେ ଦନା ଦନ’ । ବଚରା ସ୍ବାମୀ ଯେତେବେଳେ ମହିଳା ବନ୍ଧୁଙ୍କୁ ରକ୍ଷା କରିବାକୁ ଆସିଲେ, ତାଙ୍କ ଉପରେ ବି ଆରମ୍ଭ ହୋଇଗଲା ନିର୍ଧୁମ ମାଡ଼ ।

ପରେ ଜଣେ ମହିଳା ଆସି ସ୍ବାମୀଙ୍କ ବାନ୍ଧବୀଙ୍କୁ ଜିମ୍ ଭିତରକୁ ନେଇ ଯାଇଥିଲେ । ହେଲେ ପତ୍ନୀ ଜଣଙ୍କ ଗୋଡ଼ାଇ ଗୋଡ଼ାଇ ଜିମରେ ପଶି ମାଡ଼ ଆରମ୍ଭ କରି ଦେଲେ । ପତି-ପତ୍ନୀ ଓ ମହିଳା ବନ୍ଧୁଙ୍କ ଏହି ଫାଇଟ୍ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ପୂର୍ବରୁ ମହିଳା ଜଣଙ୍କ ପତିଙ୍କ ବିରୋଧରେ ଥାନାରେ ଯୌତୁକ ନିର୍ଯାତନା ମାମଲା ରୁଜୁ କରିଛନ୍ତି । ମାରପିଟ ଘଟଣାକୁ ନେଇ ସ୍ବାମୀଙ୍କ ମହିଳା ବନ୍ଧୁ ଥାନାରେ ମାମଲ ରୁଜୁ କରାଇଛନ୍ତି ।

Leave a Reply