ପ୍ରେମିକାକୁ ପାଇବା ପାାଇଁ ସ୍ତ୍ରୀର ଅଶ୍ଲୀଳ ଭିଡିଓ ଭାଇରାଲ କରିବାକୁ ଧମକ

ଭୁବନେଶ୍ୱର: ସ୍ୱାମୀ ସ୍ତ୍ରୀ ଓ ପ୍ରେମିକା । ସ୍ୱାମୀ ବିରୋଧରେ ସ୍ତ୍ରୀର ସାଂଘାତିକ ଅଭିଯୋଗ । ଦ୍ୱିତୀୟ ବିବାହ କରିବା ପାଇଁ ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେବାକୁ ଷଡଯନ୍ତ୍ର । ପ୍ରଥମ ସ୍ତ୍ରୀର ପିଲା ଦିନର ସାଙ୍ଗକୁ ଟଙ୍କା ଦେଇ ଅଶୀଳ୍ଳ ଭିଡିଓ ତିଆରି କରୁଥିଲା ସ୍ବାମୀ । ଛାଡପତ୍ର ନେଦେଲେ ଭିଡିଓ ଭାଇରାଲ ପାଇଁ ଧମକ ଦେଉଥିଲା ସ୍ୱାମୀ । ଭିଡିଓ ଭାଇରାଲ ନେଇ ପୂର୍ବରୁ ରାଉରକେଲାରେ ସ୍ତ୍ରୀ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରିନି ।

ଫଳରେ ସାଇବର ଥାନାର ଦ୍ୱାରାସ୍ଥ ହୋଇଥିଲେ ସଂପୃକ୍ତ ମହିଳା । ସ୍ୱାମୀ ଜଣକ ହେଲେ ପୁରୀ ସାକ୍ଷୀଗୋପାଳର ଦୀପକ ମିଶ୍ର । ଘଟଣାରେ ସଂପୃକ୍ତ ମହିଳାଙ୍କ ସ୍ୱାମୀଙ୍କର କୌଣସି ପତିକ୍ରିୟା ମିଳି ପାରିନି । ତେବେ ଏହି ଘଟଣାରେ ପୋଲିସର ଅନୁସନ୍ଧାନ ଆବଶ୍ୟକତା ରହିଛି  । ବାସ୍ତବରେ ଅଭିଯୋଗରେ କେତେ ସତ୍ୟତା ରହିଛି ଏବଂ ସ୍ୱାମୀଙ୍କର ଭୂମିକା କେଉଁ ଉଦ୍ଦେଶ୍ୟରେ ରହିଛି ତାହା ଅନୁସନ୍ଧାନ କଲେ ହିଁ ଜଣା ପଡ଼ିିବ  ।