spot_img

Latest Posts

ପ୍ରହସନ ପାଲଟିଛି ବିଧବା ଭତ୍ତା, ୧୦ ବର୍ଷ ପରେ ବି ଯୋଜନାରୁ ବଞ୍ଚିତ ହିତାଧିକାରୀ

ନନ୍ଦିଘୋଷ ବ୍ୟୁରୋ : ପ୍ରହସନ ପାଲଟିଛି ବିଧବା ଭତ୍ତା । ଏଯାଏଁ ଯୋଜନାରୁ ବଞ୍ଚିତ ହୋଇଛନ୍ତି ହିତାଧିକାରୀ । ସ୍ବାମୀ ଆରପାରିକୁ ଯବାର ୧୦ ବର୍ଷ ବିତିଲାଣି । ହେଲେ ଆଜି ପର୍ଯ୍ୟନ୍ତ ସରକାରୀ ସହାୟତାରୁ ବାଦ ପଡିଛନ୍ତି ଚନ୍ଦୁରି ପାତ୍ର । ଏବେ ତାଙ୍କୁ ୬୧ ବର୍ଷ । ଏବେ ବି ସେ ଭତ୍ତା ପାଇଁ ସରପଞ୍ଚଙ୍କ ଠାରୁ ଜିଲ୍ଲାପାଳଙ୍କ ନିକଟକୁ ଦୌଡି ଦୌଡି ନୟାନ୍ତ ହୋଇଛନ୍ତି । ନରସିଂହପୁର ବ୍ଲକ ସାଗର ଗାଁର ଚନ୍ଦୁରି ମହାପାତ୍ରଙ୍କ ଏହି କାହାଣୀ ଶୁଣି ଯେକେହିବି ଦୁଃଖ ପ୍ରକାଶ କରୁଛନ୍ତି । ଖାଲି ଭତ୍ତା ନୁହଁ ମୁଣ୍ଡକୁ ଛାତଟିଏ ବି ନଥିବା ଅଭିଯୋଗ କରିଛନ୍ତି ମହିଳା । ତାଙ୍କୁ ଘର ଖଣ୍ଡେ ସହ ଭତ୍ତା ପାଇଁ ସ୍ଥାନୀୟ ଲୋକେ ମଧ୍ୟ ଦାବି କରିଛନ୍ତି ।

ସରକାରୀ ଅଧିକାରୀ ପଂଚାୟତ ସ୍ତରରେ ଲୋକଙ୍କ ସୁବିଧା ଅସୁବିଧା ବୁଝୁ ନଥିବାରୁ ସରକାରୀ ଯୋଜନାରୁ ଅନେକ ହିତାଧିକାରୀ ବାଦ ପଡୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। କେବଳ ଚନ୍ଦୁରି ନୁହନ୍ତି ନରସିଂହପୁର ବ୍ଲକର ଅନେକ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇ ଦୁର୍ଦ୍ଦିନ ରେ ଦିନ କାଟୁଛନ୍ତି। ସେପଟେ ନରସିଂହପୁର ବିଡ଼ିଓ କହିଛନ୍ତି ଘଟଣାର ତଦନ୍ତ କରି ତୁରନ୍ତ ଭତ୍ତା ପାଇନଥିବା ହିତାଧୀକାରୀ ମାନଙ୍କୁ ଟଙ୍କା ଯୋଗାଇବାର ବ୍ଯବସ୍ଥା କରାଯିବ।

ନରସିଂହପୁର ବ୍ଲକର ବିଭିନ୍ନ ଗାଁରେ ଓ ପଂଚାୟତ ସ୍ତରରେ ଭତ୍ତା ଟଙ୍କାରୁ ବଞ୍ଚିତ ହୋଇ ନାନାଦି ଦୁଃଖ ଭୋଗୁଛନ୍ତି ଭିନ୍ନକ୍ଷମ ଓ ବିଧବା ମହିଳା ମାନେ । ତୁରନ୍ତ ଏସବୁର ସମାଧାନ କରି ସେମାନଙ୍କୁ ଭତ୍ତା ଟଙ୍କା ଯୋଗାଇ ଦେବାର ଆବଶ୍ଯକତା ରହିଛି ବୋଲି ସାଧାରଣରେ ଦାବି ହୋଇଛି।

Latest Posts

Don't Miss