ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ, ଦୌଡ଼ରେ ୪ ପ୍ରାର୍ଥୀ

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଦୌଡ଼ରେ ୪ ପ୍ରାର୍ଥୀ । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ଏହି ପଦବୀ ଲାଗି ପ୍ରାର୍ଥୀ ସଂଖ୍ୟା ବଢ଼ିବାରେ ଲାଗିଛି । ଦେଶ ଇତିହାସରେ ପ୍ରଥମ ଥର ଲାଗି ରାଷ୍ଟ୍ରପତି ନିର୍ବାଚନ ପରୋକ୍ଷ ଭାବେ ହେବ । ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟାରେ ଗତକାଲି ଆହୂତ ସଂସଦ ଅଧିବେଶନ କିଛି ସମୟ ଲାଗି ସରଗରମ ହୋଇଥିଲା । ୨୨୫ ଆସନ ବିଶିଷ୍ଟ ଗୃହରେ ଶାସକ ଶ୍ରୀଲଙ୍କା ପୋଦୁଜନା ପେରୁମୁନା ବା ଏସଏଲପିପି ପ୍ରାର୍ଥୀ ଭାବେ ରାନିଲ ବିକ୍ରମସିଙ୍ଘେ ପ୍ରାର୍ଥୀ ହୋଇପାରନ୍ତି ।

ସେହିପରି ମୁଖ୍ୟ ବିରୋଧୀ ଦଳ ତଥା ସମାଗି ଜନ ବାଲଓ୍ୱେଗାୟା ଦଳ ନେତା ସାଜିଥ ପ୍ରେମଦାସା, ମାର୍କିଷ୍ଟ ଜନତା ବିମୁକ୍ତି ପେରାମୁନା ବା ଜେଭିପି ନେତା ଅନୁରା କୁମାର ଦିସାନାଏକେ ଓ ଏସଏଲପିପି ନେତା ଦୁଲା ଆଲାହାପେରୁମା ରାଷ୍ଟ୍ରପତି ଲାଗି ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି ।