Teachers’ Day: ଜାଣନ୍ତୁ ‘ଗୁରୁ ଦିବସ’ର କ’ଣ ରହିଛି ମହତ୍ୱ

ଭୁବନେଶ୍ୱର: ସିଏ ହିଁ ଗୁରୁ, ଯିଏ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ବାଟ କଢ଼େଇ ଜ୍ଞାନ ରୂପକ ଆଲୋକର ରାସ୍ତା ଦେଖାନ୍ତି। ଯାହାଙ୍କ ପ୍ରଦତ୍ତ ଜ୍ଞାନରେ ଜୀବନର ପ୍ରକୃତ ଉଦ୍ଦେଶ୍ୟ ବୁଝିହୁଏ। ଯୁଗେ ଯୁଗେ ଗୁରୁ ଶିଷ୍ୟ ସମ୍ପର୍କ ଅତୁଟ ରହିଛି । ପ୍ରତିବର୍ଷ ସେପ୍ଟମ୍ବର ୫ ତାରିଖକୁ ‘ଗୁରୁ ଦିବସ’ ଭାବେ ପାଳନ କରାଯାଉଛି ।

ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ ୧୮୮୮ ମସିହା ଆଜିର ତାରିଖ ଅର୍ଥାତ୍‌ ସେପ୍ଟେମ୍ବର ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ରାଷ୍ଟ୍ରପତି ଡକ୍ଟର ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମ ଦିନକୁ ଛାତ୍ରଛାତ୍ରୀମାନେ ‘ରାଧାକ୍ରିଷ୍ଣନ୍‌ ଦିବସ’ ରୂପେ ପାଳନ କରିବାକୁ ଅନୁମତି ମାଗିଥିଲେ । ହେଲେ ରାଧାକ୍ରିଷ୍ଣନ୍‌ ଏଥିରେ ରାଜି ହୋଇ ନଥିଲେ । ଜନ୍ମଦିନ ପାଳନ ନକରି ବରଂ ଗୁରୁ ଦିବସ’ ରୂପେ ପାଳନ କରାଯାଉ ବୋଲି ମତ ଦେଇଥିଲେ । ସେହିଦିନଠାରୁ ସେପ୍ଟେମ୍ବର ୫ ତାରିଖକୁ ଗୁରୁ ଦିବସ ରୂପେ ପାଳନ କରାଯାଉଛି ।

କୁହାଯାଏ, ଶିଷ୍ୟର ଚରିତ୍ର ଗଠନ କିମ୍ବା ଭଲ ମଣିଷ ରୂପେ ତାକୁ ଗଢ଼ି ତୋଳିବାରେ ଜଣେ ଗୁରୁର ପ୍ରମୁଖ ଭୂମିକା ରହିଥାଏ ।  ଜଣେ ପ୍ରକୃତ ଗୁରୁ ଶିଷ୍ୟକୁ ଉଚିତ୍ ମାର୍ଗ ଦେଖାଇଥାଏ । ଆଉ ଯେଉଁଥିରେ ଚଲାପଥ ସୁଗମ ହେବା ସହ ପିଲାଟି ଜୀବନରେ
ସଫଳତା ପାଇଥାଏ।

Leave a Reply