କାହିଁକି ଆର୍ମି ଅଫିସରଙ୍କୁ ପସନ୍ଦ କରନ୍ତି ବିକି କୌଶଲ, ଏଥର ଯବାନ ନୁହେଁ ଫିଲ୍ଡ ମାର୍ଶାଲ
ମୁମ୍ବାଇ: ନିକଟରେ ବିକି କୌଶଲଙ୍କ ଦୁଇଟି ଫିଲ୍ମ ଦ ଗ୍ରେଟ ଇଣ୍ଡିଆନ ଫ୍ୟାମିଲି ଓ ଗୋବିନ୍ଦା ନାମ ମେରା ଦର୍ଶକଙ୍କୁ ସେତେଟା ଛୁଇଁ ପାରିନାହିଁ । କିନ୍ତୁ ତାଙ୍କ ଆଗାମୀ ଫିଲ୍ମ ସାମ ବାହାଦୀରକୁ ନେଇ ଏବେ ଚର୍ଚ୍ଚା ଜୋର୍ । ଫିଲ୍ମର ଟ୍ରେଲର ଓ ବିକିଙ୍କ ଲୁକ୍ ଦର୍ଶକଙ୍କ ମନ କିଣି ନେଇଚି । ଏଥିରେ ସେ ଜଣେ ସେନା ଅଧିକାରୀଙ୍କ ଭୂମିକାରେ ନଜର ଆସିବେ । ଏହା ପୂର୍ବରୁ ବିକି ଉରି ଦ ସର୍ଜିକାଲ ଷ୍ଟ୍ରାଇକରେ ଆର୍ମି ଅଫିସର ଭୂମିକାରେ ନଜର ଆସିଥିଲେ ।
ଏକ ସାକ୍ଷାତକାରରେ ବିକି କହିଛନ୍ତି ତାଙ୍କୁ ଫିଲ୍ମରେ ଚରିତ୍ର ପାଇଁ ଭାରତୀୟ ସେନାର ୟୁନିଫର୍ମ ପିନ୍ଧି ବହୁତ ଖୁସି ଲାଗେ । କେବଳ ସାମ ବାହାଦୂର ଚରିତ୍ର ପାଇଁ ତାଙ୍କୁ ତିନି ଦିନ ମରାଠା ରେଜିମେଣ୍ଟ ସହ ରହିବାକୁ ପଡିଥିଲା । ଏହି ସମୟରେ ସେ ଯବାନଙ୍କ ସହ ଖୁବ ମଜାମସ୍ତି କରିଥିଲେ । କିନ୍ତୁ ଯବାନ ମାନେ ରାତି ୩ଟାରେ ଶୋଇ ଭୋର ୫ଟା ଉଠିଯିବା କଥାକୁ ସହଜରେ ହଜମ କରିପାରି ନାହାନ୍ତି ବିକି ।
ଭାରତୀୟ ସେନାରେ ଅନୁଶାସନ ଭରି ରହିଛି । ମରାଠା ରେଜିମେଣ୍ଟରେ ୩ ଦିନ ରହଣି ସମୟରେ ଯବାନ ମାନେ ଅନେକ ରିଅଲ୍ ହିରୋଙ୍କ କାହାଣୀ ତାଙ୍କୁ ଶୁଣାଇଥିଲେ । ଯାହା ବିକିଙ୍କୁ ଭାରତୀୟ ସେନା ପ୍ରତି ଆହୁରି ଆକର୍ଷିତ କରିଥିଲା । ପୂର୍ବରୁ ଉରି ଦ ସର୍ଜିକାଲ ଷ୍ଟ୍ରାଇକରେ ବିକିଙ୍କୁ ଜଣେ ଯବାନ ଭୂମିକାରେ ଦେଖିବାକୁ ମିଳିଥିଲା । ମାତ୍ର ୨୫ କୋଟି ଟଙ୍କାରେ ନିର୍ମିତ ଏହି ଚଳଚ୍ଚିତ୍ର ପାଖାପାଖି ୩୬୦ କୋଟି ଟଙ୍କା ରୋଜଗାର କରିଥିଲା । ରାତାରାତି ଷ୍ଟାର ପାଲଟି ଯାଇଥିଲେ ବିକି କୌଶଲ ।
ଏବେ ବିକି ସାମ ବାହାଦୂର ଚଳଚ୍ଚିତ୍ରରେ ଶ୍ୟାମ ମାନେକ ଶ’ଙ୍କ ଚରିତ୍ରରେ ନଜର ଆସିବେ । ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ଶ୍ୟାମ ଭାରତୀୟ ସେନା ମୁଖ୍ୟ ଥିଲେ । ଭାରତୀୟ ସେନାର ପ୍ରଥମ ଅଫିସର ଭାବେ ତାଙ୍କୁ ଫିଲ୍ଡ ମାର୍ଶାଲର ଉପାଧି ମିଳିଥିଲା । ୪ ଦଶକ ପର୍ଯ୍ୟନ୍ତ ସେ ଭାରତୀୟ ସେନାରେ ରହିବା ସହ ୫ ଟି ଯୁଦ୍ଧ ସାମନା କରିଥିଲେ ।