ଭାରତର ଏହି ସ୍ଥାନକୁ ଯିବାକୁ ଭାରତୀୟଙ୍କୁ ବି ନାହିଁ ଅନୁମତି

1 min read

ନିଜ ଦେଶ ହେଉଁ କିମ୍ବା ବିଦେଶ ସବୁଠି ଥାଏ ଅନେକ ସୁନ୍ଦର ସୁନ୍ଦର ସ୍ଥାନ ।  ଯେଉଁଠି ଯିବାକୁ ଏବଂ ବୁଲିବାକୁ ସମସ୍ତଙ୍କର ଇଚ୍ଚା ଥାଏ ।  ଏଇ ଯେମିତି ଆମ ଭାରତ,ଯେଉଁଠି ଦେଖିବେ ସେଇଠି ସୁନ୍ଦରତାରେ ଭରପୁର ଆମ ଭାରତ ।  ସେଇପାଇଁ ତ ବର୍ଷସାରା ଆମ ଦେଶକୁ ବିଦେଶୀ ପର୍ଯ୍ୟଟକଙ୍କର ସୁଅ ଛୁଟେ । ସେଥିପାଇଁ ସେମାନଙ୍କୁ ବିଶେଷ ଭାବେ ପରମିଟ୍ ନେବାକୁ ପଡିଥାଏ ।  କିନ୍ତୁ ଆପଣ ଜାଣନ୍ତି କି ? ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ବିଦେଶୀଙ୍କ କଥା ତ ଛାଡ ଭାରତୀୟ ମାନଙ୍କୁ ବି ଯିବାକୁ ଅନୁମତି ମିଳେନାହିଁ । ଦେଖିବାକୁ ଗଲେ ଭାରତରେ ସୁରକ୍ଷା ଦୃଷ୍ଟିରୁ ଓ ବିବାଦିତ ସୀମା ଥିବା ଜାଗାରେ ଯିବାକୁ ଅନୁମତି ନଥାଏ । ଏହି ଜାଗାଗୁଡିକର ସୁନ୍ଦରତା କେବଳ ଫୋଟ ଗୁଡିକରେ ହିଁ ଦେଖିବାକୁ ମିଳେ.. ଆପଣବି ଏହି ଜାଗା ଗୁଡିକର ଚିତ୍ର ଦେଖିଲେ ନିଜକୁ ଅଟକାଇ ପାରିବେ ନାହିଁ ।

ତେବେ ଚାଲନ୍ତୁ ଜାଣିବା ଭାରତର ଏମିତି କେଉଁ କେଉଁ ସ୍ଥାନ ରହିଛି ଯେଉଁଠି କାହାରିକୁ ଯିବାକୁ ନାହିଁ ଅନୁମତି ।

ନର୍ଥ ସେଣ୍ଟିନାଲ୍ ଆଇଲ୍ୟାଣ୍ଡ- ନର୍ଥ ସେଣ୍ଟିନାଲ ଆଇଲ୍ୟାଣ୍ଡ ଆଣ୍ଡାମାନର ଏକ ଦ୍ବୀପ । ଏହା ଆଣ୍ଡାମାନର ସମୁଦ୍ର ଗଭୀରତାରେ ଥିବା ଟେକଟୋନିକ ପ୍ଲେଟର ଠିକ୍ ମଝା ମଝିରେ ହିଁ ଅବସ୍ଥିତ । ଏହାକୁ କେବଳ ଦୂରରୁ ହିଁ ଦେଖିହୁଏ ।  କାହିଁକି ନା ଏହା ଏକ ନିଷିଦ୍ଧାଂଚଳ । ଏଠାକୁ ଯିବାକୁ କାହାକୁ ଅନୁମତି ନଥାଏ ।

ପେଙ୍ଗୋଙ୍ଗ ସୁ ଲେକ୍ –ପେଙ୍ଗୋଙ୍ଗ ସୁ ଲେକ୍ ଭାରତର ଏମିତି ଏକ ସ୍ଥାନ ଯାହାର ସୁନ୍ଦରତା ଯେତେ ଦେଖିଲେ ବି ମନ ଭରେନାହିଁ । ଏହି ସ୍ଥାନଟି ଏକ ଫେମସ ଟୁରିଷ୍ଟ ପ୍ଲେସ ଭାବରେ ଖୁବ ଜଣାଶୁଣା । କିନ୍ତୁ ଏହି ପେଙ୍ଗୋଙ୍ଗ ସୁ ଲେକ ର ସମସ୍ତ ଅଂଚଳକୁ ଯିବା ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ନାହିଁ । ଏହି ହ୍ରଦର ପ୍ରାୟ ୫୦ ପ୍ରତିଶତ ଭାଗ ବିବାଦିତ ସ୍ଥାନରେ ଗଣାଯାଏ ।  କାହିଁକି ନା ଏହିସ୍ଥାନ ଦେଇ ଏଲଏସି ଯାଉଛି ।  ଯାହାକି ଭାରତ ଓ ଚୀନର ସୀମା ବୋଲି କୁହାଯାଏ । ସେଥିପାଇଁ ଏହି ସୀମାକୁ ପାର ହୋଇ ପୁରା ପେଙ୍ଗୋଙ୍ଗ ସୁ ଲେକ ବୁଲିବାର ଅନୁମତି କାହାକୁ ବି ନାହିଁ । ଏମିତିବି ଚୀନ ସବୁବେଳେ ଏହି ଲେକ ଦେଇ ଭାରତ ସୀମାରେ ପ୍ରବେଶ କରିବାର ଚେଷ୍ଟା କରୁଛି ।

ବେରେନ୍ ଆଇଲ୍ୟାଣ୍ଡ-ଭାରତର ଏକମାତ୍ର ଜ୍ବାଲାମୁଖୀ ବେରେନ୍ ଆଇଲ୍ୟାଣ୍ଡରେ ରହିଛି । ଏହାବି ଆଣ୍ଡାମାନର ଏକ ଅଂଶ ।  ଏହି ଦ୍ବୀପକୁ ଆପଣ ଯାଇପାରିବେନାହିଁ,କିନ୍ତୁ ବୋଟ୍,କିମ୍ବା ସିପ୍ ରେ ଯିବା ଭିତରେ ଆପଣ ଦୂରରୁ ଏହି ଜ୍ବାଲାମୁଖୀ ଥିବା ଆଇଲ୍ୟାଣ୍ଡକୁ ଦେଖିପାରିବେ ।  କିନ୍ତୁ ଆଇଲ୍ୟାଣ୍ଡ ଉପରକୁ ଯାଇ ପାଖରୁ ଦେଖିବାର କାହାକୁ ଅନୁମତି ନାହିଁ ।

ଲାକ୍ଷାଦ୍ବୀପର କିଛି ଆଇଲ୍ୟାଣ୍ଡ- ଲାକ୍ଷାଦ୍ବୀପରେ ପାଖାପାଖି ୩୬ଟି ଆଇଲ୍ୟାଣ୍ଡ ରହିଛି । କିନ୍ତୁ ସବୁ ଆଇଲ୍ୟାଣ୍ଡରେ ଯାଇ ବୁଲିବାର ଅନୁମତି କାହାକୁ ନାହିଁ । ଏହିସ୍ଥାନରେ ରହୁଥିବା ବିଭିନ୍ନ ପ୍ରଜାତିର ଅଧିବାସୀଙ୍କ ସୁରକ୍ଷା ପାଇଁ ଏକ ନିର୍ଦ୍ଧିଷ୍ଟ ନିୟମ ରହିଛି ।  ସେମାନେ ଅନେକ ବର୍ଷରୁ ନିଜ ପରମ୍ପରାକୁ ନେଇ ପିଢି ପରେ ପିଢି ଚଳି ଆସୁଛନ୍ତି । ସେମାନଙ୍କୁ କୌଣସି ଅସୁବିଧା ନେ ହେବା ପାଇଁ ବାହାର ଲୋକଙ୍କୁ ଏହିସ୍ଥାନକୁ ଅନୁମତି ନାହିଁ ।

ବାର୍କ-ବାର୍କ ବା ବାଭା ଅଟୋମିକ ରିସର୍ଚ ସେଣ୍ଟର,ଯାହାକି ମୁମ୍ବାଇର ଏକ ଉପନଗରରେ ଅବସ୍ଥିତ । ଏଠାରେ ବି ସାଧାରଣ ପର୍ଯ୍ୟଟକଙ୍କୁ ଯିବାର ଅନୁମତି ନାହିଁ । ଏହା ଭାରତର ପ୍ରମୁଖ ପରମାଣୁ ଅନୁସନ୍ଧାନ କେନ୍ଦ୍ର । ସେଥିପାଇଁ ସୁରକ୍ଷା କାରଣରୁ ଏଠାକୁ ଯିବାର ଅନୁମତି ନାହିଁ । କେବଳ ସରକାରୀ ଅନୁମତି ଥିବା ବ୍ୟକ୍ତିବିଶେଷ ଏଠାକୁ ଯାଇପାରିବେ ।

Leave a Reply