ହାଥରସ୍ ପ୍ରସଙ୍ଗ : କରୋନା କଟକଣା ପାଇଁ ଯଦି ଶବ ସତ୍କାର ପ୍ରଶାସନ କଲା,ତେବେ ଜୁଇ ଜଳିବା ବେଳେ କେହି PPE କିଟ୍ ପିନ୍ଧି ନଥିଲେ କାହିଁକି ?

1 min read

ଭୁବନେଶ୍ୱର: ପ୍ରଶାସନ ଲୋକଙ୍କୁ ସୁବିଧା ଦେବାକୁ ତିଆରି । ଆଇନ ପ୍ରଣେତା ତୃଣମୂଳ ସ୍ତରରେ ପହଞ୍ଚି ଲୋକଙ୍କୁ ନ୍ୟାୟ ଦେବା ସମ୍ଭବ ନୁହେଁ । ସେଇଥିପାଇଁ ଥାଏ ପ୍ରଶାସନ । ହେଲେ ହଥରସର ପୀଡିତାଙ୍କ ସହ ପ୍ରଶାସନ ଯାହା କଲା ସେସବୁ ଦୁଷ୍କର୍ମକାରୀଙ୍କ କଳା କାରନାମାଠାରୁ କିଛି କମ୍ ନୁହେଁ । ପୋଷ୍ଟପୋର୍ଟମ ପରେ ପରିବାରକୁ ନଜଣାଇ ଶବ ସତ୍କାର ହେଲା । ମିଡିଆକୁ ଘଟଣା ସ୍ଥଳରେ ପହଞ୍ଚିବାକୁ ଦିଆଗଲାନାହିଁ । ସଫେଇ ଦେଇ କୁହାଗଲା ଏସବୁ କରୋନା କଟକଣା ଆଧାରରେ ହୋଇଛି । ସତରେ ଯଦି କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ଏଭଳି କରିଥିଲା ତେବେ ପୀଡ଼ିତାଙ୍କ ଜୁଇ ଜଳିବା ବେଳେ ସମସ୍ତେ ପିପିଇ କିଟ୍ ପିନ୍ଧି ନଥିଲେ କାହିଁକି? ତେବେ ଏବେ ଏସବୁ ପ୍ରଶ୍ନ ପୂରୁଣା । କିଛି ନୂଆ ଅଭିଯୋଗ ଆସିଛି ।

ଏସଆଇଟି ପୀଡ଼ିତାଙ୍କ ପରିବାରକୁ ଭେଟିବା ପରେ ପରିବାର ଲୋକଙ୍କ ଆକ୍ରୋଶରେ ନୂଆ ଅଭିଯୋଗ ଯୋଡି ହୋଇଛି ।  ପରିବାରର ସଦସ୍ୟ ମନ୍ତବ୍ୟ ଦେଇ କହିଛନ୍ତି, ଜିଲ୍ଲା ମାଜିଷ୍ଟେଟ୍ ଭେଟିବାକୁ ଆସି ତାଙ୍କ ସହ ଅସଭ୍ୟଙ୍କ ଭଳି ବ୍ୟବହାର କରିଥିଲେ । କହିଥିଲେ, ତାଙ୍କ ଝିଅର ମୃତ୍ୟୁ କରୋନା ସଂକ୍ରମଣରେ ହୋଇଥିଲେ ତାଙ୍କୁ ସହାୟତା ମିଳି ପାରିଥାନ୍ତା । ମାତ୍ର ଏବେ ସହାୟତା ମଧ୍ୟ ମିଳିବା ସମ୍ଭବ ନୁହେଁ- ଏସବୁ ଅଭିଯୋଗ । ଯଦି ଏହି ଅଭିଯୋଗ ମିଛ ତେବେ ଠିକ୍ ଅଛି, ନହେଲେ, ଏସବୁ କେତେ ଜଘନ୍ୟ ଓ ଘୃଣ୍ୟ ମାନସିକତା ତା’ ହିସାବ ନିଜେ ଉତ୍ତରପ୍ରଦେଶ ସରକାର କରୁ ।

ପ୍ରଥମେ ଦୁଷ୍କର୍ମ ପରେ ହତ୍ୟା । ଏସବୁ ଘଟିବା ପରେ ମଧ୍ୟ ପରିବାର ପାଖରେ ଏକ ଛୋଟିଆ ନାର୍ଯ୍ୟ ଦାବି ବଞ୍ଚିଥିଲା । ତାହା ହେଉଛି- ଝିଅର ଶବଦାହ କରିବାର ଅଧିକାର । ମାଟିର ମଣିଷ ମାଟିରେ ମିଶେ । ସେହି ନ୍ୟାୟରେ ମୃତ୍ୟୁ ପରେ ଶରୀରରେ ମାଟି ବୋଳି ଶେଷକୃତ୍ୟ କରାଯାଏ । ସେ ଅଧିକାର ବି ମିଳିଲାନି । ଏକଥା ପୀଡ଼ିତାଙ୍କ ମା ଓ ଭାଉଜ ପଚାରିଥିଲେ । ଉତ୍ତରରେ ଜିଲ୍ଲା ମାଜିଷ୍ଟେଟ୍ କହିଥିଲେ । ଫୋଷ୍ଟମୋର୍ଟମ ପରେ ମୃତ ଶରୀରକୁ କଣ କରାଯାଏ ତୁମକୁ ଜଣା ଅଛି କି । ହାତୁଡି ମାରି ଶରୀର ହାଡ଼କୁ ମଧ୍ୟ ଭାଙ୍ଗି ଦିଅନ୍ତି । ଶରୀରର ପ୍ରତିଟି ଅଂଶକୁ ଚିରି ପରୀକ୍ଷା କରନ୍ତି । ତୁମେ ମାନେ ସେଭଳି ଶରୀରକୁ ଦେଖିପାରିଥାନ୍ତ କି? ସେଭଳି ପୋଷ୍ଟମୋର୍ଟମ ଶରୀରକୁ ଦେଖିଥିଲେ ତୁମେ ୧୦ ଦିନ ପର୍ଯ୍ୟନ୍ତ ଖାଇ ପାରିନଥାନ୍ତ ।

ମାଜିଷ୍ଟେଟ୍ ବାବୁଙ୍କର କହିବା ଅର୍ଥ ଥିଲା, ଶରୀର ପୋଷ୍ଟମୋର୍ଟମ ପରେ ଅତି ବିଭତ୍ସ ଦେଖାଯାଏ । ଦେଖିବା ଯୋଗ୍ୟ ହୋଇ ରୁହେ ନାହିଁ । ଏଭଳି ହୀନ ମନ୍ତବ୍ୟ ରଖିବା ପୂର୍ବରୁ ଜିଲ୍ଲାପାଳ, ମହାଶୟ ଭୁଲିଗଲେ- ମହାଶୟଙ୍କ କାମ ସମ୍ୱିଧାନ ଓ ନ୍ୟାୟପାଳିକାର ନୀତିକୁ ପାଳନ କରିବା । ନାଗରିକର ଅଧିକାରକୁ ମାରି ଅଭିଭାବକ ଭଳି ବ୍ୟବହାର କରିବା ନୁହେଁ । ସେହିଭଳି ବାସ୍ତବରେ ପୀଡ଼ିତାଙ୍କର ଶବଦାହ ସେଇ ଦିନ ରାତିରେ ହୋଇଛି କି ନାହିଁ ତା ଉପରେ ମଧ୍ୟ ସଂଶୟ ରଖିଛନ୍ତି ପରିବାର ଲୋକେ ।

ସେମାନଙ୍କ କହିବା କଥା ଝିଅର ଶବଦାହ ହୋଇଛି କି ହୋଇନାହିଁ । ସେକଥା କିଏ କହିବ । ତାହା ବି ସତ, ପ୍ରଶାସନ କାହାକୁ ପୋଡିଲା ଆଉ କିଏ ଜଳିଲା ତାହାର ସତ୍ୟତା କଣ? ସେହିଭଳି ସତ୍ୟତା ଧରା ପଡ଼ିଯିବା ଭୟରେ ସେମାନଙ୍କୁ ଗଣମାଧ୍ୟମ ସହ ସମ୍ପର୍କ ରଖିବାରୁ ବାରଣ କରାଯାଉଛି । ପ୍ରଶାସନ ଜାଣି ଶୁଣି କରିଛି ବୋଲି ପରିବାର ସଦସ୍ୟ କହିଛନ୍ତି । ଅନ୍ୟପକ୍ଷରେ ନାର୍କୋ ଟେଷ୍ଟ ପାଇଁ ସଫାସଫା ମନା କରିଛି ପରିବାର । ଓଲଟା ପ୍ରଥମେ ଜିଲ୍ଲା ମାଜିଷ୍ଟେଟଙ୍କର ପ୍ରଥମେ ନାର୍କୋ ଟେଷ୍ଟ ହେଉ ବୋଲି ପରିବାର ଦାବି କରିଛି ।

Leave a Reply