ମନ୍ଦିରର ପ୍ରବେଶ ଦ୍ୱାରରେ କାହିଁକି ରହିଥାଏ ଘଣ୍ଟି ଜାଣିଛନ୍ତି କି ?

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ପୂଜାପାଠର ଖୁବ ମାନ୍ୟତା ରହିଛି । ଦେବୀ ଦେବତାକୁ ପ୍ରସନ୍ନ କରିବା ପାଇଁ ପୂଜାପାଠ କରାଯାଏ । ଧାର୍ମିକ ଶାସ୍ତ୍ରରେ ପୂଜାପାଠକୁ ନେଇ କେତେକ ଖାସ ନିୟମ ରହିଛି । ମୂର୍ତ୍ତି ପୂଜାଠାରୁ ଆରମ୍ଭ କରି ଘଣ୍ଟି ବଜାଇବା ପର୍ଯ୍ୟନ୍ତ । ଆଜି ଆମେ ଆପଣଙ୍କୁ ଘଣ୍ଟିକୁ ନେଇ ଥିବା ସେହିଭଳି ଏକ ଧାର୍ମିକ କଥା ବିଷୟରେ ଜଣାଇବୁ ।

ମନ୍ଦିରକୁ ପ୍ରବେଶ କରିବା ମାତ୍ରେ ପ୍ରବେଶ ଦ୍ୱାରରେ ରହିଥାଏ ଘଣ୍ଟି । ପ୍ରବେଶ କରିବା ମାତ୍ରେ ଏହାକୁ ବଜାଇ ପ୍ରବେଶ କରିବାକୁ ପଡ଼ିଥାଏ ବୋଲି ପ୍ରାଚୀନ କାଳରୁ ମାନ୍ୟତା ରହିଛି । ଲୋକମାନ୍ୟତା ଅନୁସାରେ ଏହାକୁ ବଜାଇବା ମାତ୍ରେ ମନ୍ଦିରରେ ବିରାଜିତ ଦେବୀ ଦେବତାଙ୍କ ପ୍ରତିମାରେ ଚେତନା ଜାଗ୍ରତ ହୋଇଥାଏ । ଯାହାପରେ କରାଯାଇଥିବା ପୂଜା ପ୍ରଭାବଶାଳୀ ହୋଇଥାଏ । ଏହା ବ୍ୟତୀତ ଘଣ୍ଟିର କର୍ଣ୍ଣପ୍ରିୟ ଧ୍ୱନି ଏବଂ ମନ ଓ ମସ୍ତିଷ୍କକୁ ଆଧ୍ୟାତ୍ମିକ ଆଡ଼କୁ ନେଇ ଯାଉଥିବା ଶକ୍ତି ଥାଏ ବୋଲି ନଜିର ରହିଛି। ଯାହାଦ୍ୱାରା ମନକୁ ଶାନ୍ତି ମିଳିଥାଏ । ଏହି କାରଣରୁ ସକାଳ ଏବଂ ସଂନ୍ଧ୍ୟାରେ ଆଳତୀ ସମୟରେ ବିଶେଷ ଭାବରେ ଘଣ୍ଟି ବଜାଯାଇଥାଏ ।

କୁହାଯାଏ ମନ୍ଦିରକୁ ଯିବାମାତ୍ରେ ଏକ ଅପୂର୍ବ ଶାନ୍ତି ମିଳିଥାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ ଧର୍ମସ୍ଥଳରେ ଏହିଭଳି କାର୍ଯ୍ୟ ମନକୁ ଶାନ୍ତି ପ୍ରଦାନ କରିଥାଏ । ତେବେ ଘଣ୍ଟି ବ୍ୟତୀତ ମନ୍ଦିରରେ ଘଣ୍ଟର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥାଏ । ତେବେ ଏହି ଶବ୍ଦ ପ୍ରାୟ ୧ ମିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥାଏ ।

Leave a Reply