କାହିଁକି ବାରମ୍ବାର ଭୂସ୍ଖଳନ ଓ ବର୍ଷା ହେଓଛି ହିମାଚଳ ପ୍ରଦେଶରେ

1 min read

ହିମାଚଳ ପ୍ରଦେଶ : କାହିଁକି ବାରମ୍ବାର ଭୂସ୍ଖଳନ ଓ ବର୍ଷା ହିମାଚଳରେ । କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାବେଳେ ପ୍ରାଣ ହରାଇଲେଣି ଶତାଧିକ ଲୋକ । ତେବେ ବିଶ୍ବ ତାପାୟନ ଯୋଗୁ ଏହି ବିପର୍ଯ୍ୟୟ ଘଟୁଛି ବୋଲି କହିଛନ୍ତି ବୈଜ୍ଞାନିକ । ଭାରତ ପରି ଏକ ଦେଶରେ 70 ପ୍ରତିଶତ ବର୍ଷା ସବୁକ୍ଷେତ୍ରରେ ହୋଇଥାଏ ଉପଯୋଗୀ । ମାତ୍ର ହିମାଳୟରେ ଲଘୁଚାପଜନିତ ଜଳବାୟୁ କାରଣରୁ ସେଠାରେ ଅସ୍ବାଭାବିକ ଅବସ୍ଥା ଲାଗି ରହିବା ସହ ପ୍ରବଳ ବର୍ଷା ହେଉଛି । ତାପମାତ୍ରା ବୃଦ୍ଧି କାରଣରୁ ଏହା ଘଟୁଛି ବୋଲି ବୈଜ୍ଞାନିକ କହିଛନ୍ତି । ଦିଲ୍ଲୀସ୍ଥିତ ଆଇଏମଡି କର୍ତ୍ତୃପକ୍ଷ କୁଳଦୀପ ଶ୍ରୀବାସ୍ତବ କହିଛନ୍ତି- ଦୁଇଟି ଶକ୍ତିଶାଳୀ ପ୍ରକ୍ରିୟାରେ ସଂଘାତ ହିଁ ଏହି ବିପର୍ଯ୍ୟୟର କାରଣ । ବିଶ୍ବ ତାପମାତ୍ରା ବୃଦ୍ଧିଜନିତ ଜଳବାୟୁ ପରିବର୍ତ୍ତନ କାରଣରୁ ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା, ଅତ୍ୟଧିକ ବର୍ଷା ଘଟୁଛି । ଉଭୟ ହିମାଚଳ ଓ ଉତ୍ତରାଖଣ୍ଡରେ 2011ରୁ 2020 ମଧ୍ୟରେ ପ୍ରବଳ ବର୍ଷା ହେଉଥିବା ଦିବସ ସଂଖ୍ୟା 74ରୁ ବୃଦ୍ଧି ପାଇ 118ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ହିମାଚଳରେ 120ରୁ ଅଧିକ ଏବଂ ଉତ୍ତରାଖଣ୍ଡରେ 75ରୁ ଅଧିକ ଲୋକ ଭୂସ୍ଖଳନରେ ପ୍ରାଣ ହରାଇଲେଣି । ମୌସୁମୀ ସହ ପଶ୍ଚିମୀ ଜଳବାୟୁର ସହାବସ୍ଥାନ ଯୋଗୁ ଏହି ସମସ୍ୟା ସୃଷ୍ଟି ହେଉଛି ।Himachal Pradesh News Live Updates: Heavy rainfall likely to continue in Himachal  Pradesh today | India News - The Indian Express

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଜିଓମାଗ୍ନେଟିଜମର ନିର୍ଦ୍ଦେଶକ ଭି.ପି.ଦିମ୍ରି କହିଛନ୍ତି- ପଶ୍ଚିମୀ ଜଳବାୟୁ ସାଧାରଣତଃ ଜୁନ ଓ ଅକ୍ଟୋବର ମଧ୍ଯରେ ଉତ୍ତରାଞ୍ଚଳ ସୀମା ଦେଇ ଗତିକରିଥାଏ । ମାତ୍ର ତାପମାତ୍ରା ବୃଦ୍ଧି ଯୋଗୁ ଏହା ତାହା ସାମାନ୍ୟ ଦକ୍ଷିଣ ଦିଗରେ ପ୍ରବାହିତ ହୋଇଥାଏ । ଏହି କାରଣରୁ ବାଦଲଫଟା ବର୍ଷା ଘଟିଥାଏ । ସେପଟେ ପ୍ରବଳ ବର୍ଷା ଯୋଗୁ କୁଲୁ-ମଣ୍ଡି ରୋଡ ବିଚ୍ଛିନ୍ନ ହୋଇଛି । ଫଳରେ ଶହ ଶହ ପନିପରିବା ବୋଝେଇ ଯାନ ଅଟକିଥିବା ଦେଖାଯାଇଛି ।  ରାଜ୍ୟର କ୍ଷତିଗ୍ରସ୍ତ ଅଞ୍ଚଳରେ ଏବେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି ଛାତିଥରା ଦୃଶ୍ଯ । ଅନେକ ସ୍ଥାନରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାବେଳେ ଏନଡିଆରଏଫ, ଏସଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାଜ୍ୟର ୭୨୯ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି । ୨୮ଶହ ୯୭ରୁ ଅଧିକ ପାଓ୍ବାର ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହୋଇଛି ।