କାହିଁକି ପେଟିଏମ ମ୍ଯାନେଜିଂ ଡାଇରେକ୍ଟରଙ୍କ ଅଚାନକ ଇସ୍ତଫା ?

ନନ୍ଦିଘୋଷ ବ୍ୟୁରୋ : ପେଟିଏମ ପେମେଣ୍ଟସ ବ୍ଯାଙ୍କ ଚିଫ ଏକଜିକ୍ଯୁଟିଭ ଅଫିସର ତଥା ମ୍ଯାନେଜିଂ ଡାଇରେକ୍ଟର ସୁରିନ୍ଦର ଚାୱାଲଙ୍କ ଅଚାନକ ଇସ୍ତଫା। ଏନେଇ ସୂଚନା ଦେଇଛି ପେଟିଏମ। ବ୍ଯକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା କହିଛନ୍ତ ପେଟିଏମ କର୍ତ୍ତୃପକ୍ଷ। ଆସନ୍ତା ଜୁନ ୨୬ରୁ ତାଙ୍କ ଇସ୍ତଫା କାର୍ଯ୍ୟକାରୀ ହେବ।  ସୁରିନ୍ଦର ଚାୱଲାଙ୍କ ବଦଳରେ କାହାକୁ ପରବର୍ତ୍ତୀ ସିଇଓ କରାଯିବ ତାହା  ଧାର୍ଯ୍ୟ କରାଯାଇ ନାହିଁ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପେଟିଏମକୁ ଏକ ନୋଟିସ ଦର୍ଶାଇ ମାର୍ଚ୍ଚ ୧୫ ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କାରଣ ପେଟିଏମ ଭୁଲ ତଥ୍ୟ ଦର୍ଶାଇଥିଲା। ପେଟିଏମ୍ ଆନୁଷ୍ଠାନିକ ଭାବେ ୱାନ୍ 97 କମ୍ୟୁନିକେସନ୍ ଭାବରେ ଜଣାଶୁଣା। ଭାରତର ପେମେଣ୍ଟ ଅଥରିଟି ପେଟିଏମ୍ କୁ ଏକ ତୃତୀୟ ପକ୍ଷ ଆପ୍ ଲାଇସେନ୍ସ ପ୍ରଦାନ କରି ଏହାର ବ୍ୟାଙ୍କିଙ୍ଗ୍ ୟୁନିଟ୍ କାର୍ଯ୍ୟ ବନ୍ଦ କରିବା ପରେ ଦେୟକୁ ସୁଗମ କରିବାରେ ସକ୍ଷମ କରିଥିଲା | ଗତ ଫେବୃଆରୀ ୨୬ ତାରିଖରେ ପେଟିଏମ ପେମେଣ୍ଟସ ବ୍ଯାଙ୍କ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ପେଟିଏମ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା। କଷ୍ଟମର ଆକାଉଣ୍ଟକୁ ଅଧିକ କ୍ରେଡିଟ ଗ୍ରହଣ ଲାଗି ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ ପକ୍ଷରୁ ରଖାଯାଇଥିବା ଡେଡଲାଇନ ପୂର୍ବରୁ ଏହି ପଦକ୍ଷେପ ନେଇଥିଲେ ବିଜୟ।