କେଉଁ କାରଣରୁ ଆତ୍ମହତ୍ୟା କଲେ ରୁଚିସ୍ମିତା ଗୁରୁ

ବଲାଙ୍ଗୀର: କାହିଁକି ଚରମ ନିଷ୍ପତ୍ତି ନେଲେ ସମ୍ବଲପୁରୀ ଆଲବମ ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ରୁଚିସ୍ମିତା ଗୁରୁ । କେଉଁ କାରଣରୁ କଲେ ଆତ୍ମହତ୍ୟା । ସୁଇସାଇଡ ପଛରେ ପାରିବାରିକ ବିବାଦ ନା ଅନ୍ୟ କିଛି କାରଣ । ଗତକାଲି ରାତିରେ ବଲାଙ୍ଗୀର ସୁଦପଡ଼ା ସ୍ଥିତ ମାମୁଘରୁ ରୁଚିସ୍ମିତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ମୃତଶରୀରର ବେକରେ ଲାଗିଥିଲା ବ୍ଲୁଟୁଥ୍ ।

ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ ବିବାଦରୁ ସେ ସୁଇସାଇଡ କରିଥିବା ସନ୍ଦେହ କରାଯାଉଛି । ବଲାଙ୍ଗୀର ତାଲପାଳିପଡାରେ ରୁଚିସ୍ମିତାଙ୍କର ଘର । ତାଙ୍କ ବାପା ସୋନପୁରରେ ଚାକିରି କରୁଛନ୍ତି । ଗତ ଦୁଇବର୍ଷ ତଳେ ରୁଚିସ୍ମିତାଙ୍କ ଭାଇ ମଧ୍ୟ ଆତ୍ମହତ୍ୟା କରିଥିଲେ । ତେବେ ସୁଇସାଇଡ ପଛର ପ୍ରକୃତ କାରଣ କଣ ତାହା ଅସ୍ପଷ୍ଟ ରହିଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣ ପାଇଁ ରୁଚି ଚରମ ନିଷ୍ପତ୍ତି ନେଇଛନ୍ତି ତାହାର ଖୋଳତାଡ଼ କରାଯାଉଛି । ଶବବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ସମ୍ବଲପୁରୀରେ ଅନେକ ଗୀତ ଗାଇବା ସହିତ ଏକାଧିକ ଆଲବମରେ ଅଭିନୟ କରିଛନ୍ତି ରୁଚିସ୍ମିତା ।