କୌଣସି କଥାକୁ ଭାବୁ-ଭାବୁ ଅଚାନକ ହାର୍ଟବିଟ୍ ବଢ଼ିଯାଏ କାହିଁକି? ଏହା କ’ଣ ଏକ ରୋଗ…
1 min read
ଗୋଟିଏ ସାଧାରଣ କଥାକୁ ନେଇ କିଛି ଲୋକ ଅଧିକ ଭାବିବାରେ ଲାଗିଥାନ୍ତି । ତେବେ ଭାବୁ-ଭାବୁ ଅନେକ ସମୟରେ ଆମର ହାର୍ଟବିଟ୍ ତେଜ୍ ହୋଇଯାଇଥାଏ । ତାହା ପୁରୁଣା କଥାକୁ ନେଇ ହେଉ କି ଭବିଷ୍ୟତକୁ ନେଇ ଚିନ୍ତା ହେଉ, ଏପରି ସ୍ଥିତିରେ ହୃଦ ସ୍ପନ୍ଦନ ଅଚାନକ ବଢ଼ିଯାଇଥାଏ । ସାମାନ୍ୟ ସ୍ଥିତିରେ ଜଣେ ଆଡଲ୍ଟ ବ୍ୟକ୍ତିଙ୍କ ହାର୍ଟ ରେଟ ପାଖାପାଖି ୬୦ରୁ ୧୦୦ ବିଟ୍ ପ୍ରତି ମିନିଟ (BPM) ହୋଇଥାଏ । ମାତ୍ର ଯେତେବେଳେ ହାର୍ଟ ରେଟ ୧୦୦ ବିପିଏମରୁ ଅଧିକ ହୋଇଥାଏ ଓ କୌଣସି ଶାରୀରିକ ପରିଶ୍ରମ ହୁଏ ନାହିଁ, ତେବେ ସେ କ୍ଷେତ୍ରରେ ଏହାକୁ ’ଟେକୀକାର୍ଡିୟା’ କୁହାଯାଇଥାଏ । ଭାବିବା ସମୟରେ ହାର୍ଟବିଟ ବଢ଼ିବା ଏକ ମାନସିକ ଓ ଶାରୀରିକ ପ୍ରତିକ୍ରିୟା ହୋଇପାରେ । ତେବେ ଏହା କ’ଣ କୌଣସି ରୋଗର ଲକ୍ଷଣ, ଆସନ୍ତୁ ଜାଣିବା ଏହା ବିଷୟରେ ।
ଯେତେବେଳେ ଆମେ କୌଣସି ଚିନ୍ତା, ଡର, ଚାପକୁ ନେଇ ଚିନ୍ତାରେ ଡୁବିଯାଉ, ସେହି ସ୍ଥିତିରେ ଶରୀରର ଷ୍ଟ୍ରେସ ହରମୋନ୍ ବା କାର୍ଟିସୋଲ ଓ ଏଡ୍ରେନାଲିନର ସ୍ତର ବଢ଼ିବାରେ ଲାଗିଥାଏ । ଫଳରେ ହାର୍ଟର ଧଡ଼କନ ତେଜ ହୋଇଯାଇଥାଏ । ଏହା ଶରୀରର ଏକ ସ୍ବାଭାବିକ ପ୍ରକ୍ରିୟା, ଯାହା ଆପଣଙ୍କୁ ବିପଦରୁ ରକ୍ଷା କରିବା ପାଇଁ ପ୍ରସ୍ତୁତ କରିଥାଏ । ତେବେ ଏହି ବିପଦ ବାସ୍ତବରେ ହୋଇନଥାଏ, ମାତ୍ର ମନରେ ଚାଲୁଥିବା କଳ୍ପନା ଶରୀରକୁ ସେପରି ଅନୁଭବ କରାଇ ଦେଇଥାଏ । ଭାବୁ-ଭାବୁ ନାଡ଼ି ତେଜ ହେବା ଏକ ମାନସିକ ଚାପର ସଙ୍କେତ ମଧ୍ୟ ହୋଇପାରେ, ଯାହାକି ଶରୀର ଉପରେ ଶାରୀରିକ ଭାବେ ମଧ୍ୟ ପ୍ରଭାବ ପକାଇଥାଏ ।
ଏନେଇ କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତରଙ୍କ ମୁତାବକ, ପ୍ରତି ଥର ଭାବିବା ସମୟରେ ସ୍ପନ୍ଦନ ତେଜ ହେବା କୌଣସି ଗମ୍ଭୀର ବିମାରୀର ଲକ୍ଷଣ ହୋଇନଥାଏ । ମାତ୍ର ଏହା ସାଇକୋଲୋଜିକଲ ବା କାର୍ଡିୟକ ଡିଜଅର୍ଡରର ସଙ୍କେତ ହୋଇପାରେ । ଯଦି ଏହା ଅଧିକାଂଶ ସମୟରେ ହୋଇଥାଏ, ତେବେ ଏଞ୍ଜାଇଟି ଡିସଅର୍ଡର, ପ୍ୟାନିକ ଆଟାକ ପରି ସ୍ଥିତିର ଅଂଶ ହୋଇପାରେ । ଅନେକ ସମୟରେ ଏହା ଥାଇରଏଡ ବା କ୍ୟାଫିନର ଅଧିକ ସେବନର ପରିଣାମ ମଧ୍ୟ ହୋଇପାରେ । ଯଦି ଚକ୍କର, ଘବରାହଟ, ଛାତି ଯନ୍ତ୍ରଣା, ଛାତି ବା ଗଳା ଫୁଲିବା ପରି ଲକ୍ଷଣ ଦେଖାଦିଏ, ତେବେ ତୁରନ୍ତ ଡାକ୍ତରଙ୍କ ସହ ସମ୍ପର୍କ କରିବା ଜରୁରୀ । ଏହାକୁ ଅଣଦେଖା କଲେ ଭବିଷ୍ୟତରେ ଗମ୍ଭୀର ହାର୍ଟ ସମ୍ବନ୍ଧୀୟ ବିମାରୀର ଆଶଙ୍କାକୁ ଜନ୍ମ ଦେଇପାରେ ।
ଏହି ସମସ୍ୟାରୁ ମୁକ୍ତି ପାଇବେ କିପରି?
ଦୈନିକ ଧ୍ୟାନ ଓ ମେଡିଟେସନ କରନ୍ତୁ, ପୂରା ନିଦ୍ରା ନିଅନ୍ତୁ, କ୍ୟାଫିନ ଓ ନିକୋଟିନର ସେବନ କମ୍ କରନ୍ତୁ, ଦିନଚର୍ଯ୍ୟାରେ ବ୍ୟାୟାମ କରନ୍ତୁ, ନିଜର ବିଚାରକୁ ପଜିଟିଭ୍ ରଖନ୍ତୁ, ଅତ୍ୟଧିକ ଭାବନ୍ତୁ ନାହିଁ । ଆବଶ୍ୟକ ପଡ଼ିଲେ ମନୋଚିକିତ୍ସକ ବା କାଉନସେଲରଙ୍କ ସହ ପରାମର୍ଶ କରନ୍ତୁ ।