spot_img

Latest Posts

କାହିଁକି ଆତ୍ମହତ୍ୟା କଲେ ସଚିନ୍?

ବାରିପଦା: ବାରିପଦା ପିଆରଏମ୍ ମେଡିକାଲ କଲେଜ ଛାତ୍ର ସଚିନ ସାହୁ ଆତ୍ମହତ୍ୟା ମାମଲାରେ ଭିନ୍ନମୋଡ଼ । ମୃତଛାତ୍ରଙ୍କ ବାପା ଏହାକୁ ପ୍ରେମଜନିତ ବୋଲି ଅଭିଯୋଗ କରିଛନ୍ତି। ଛାତ୍ରଙ୍କ ସହିତ ତାଙ୍କର ଜଣେ ସହପାଠୀ ମେଡିକାଲ ଛାତ୍ରୀଙ୍କର ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ଥିଲା ବୋଲି ସଚିନଙ୍କ ବାପା କହିଛନ୍ତି । ତେବେ ଜଣେ ମେଧାବୀ ତଥା ଶାନ୍ତ ସ୍ଵଭାବର ଛାତ୍ରଙ୍କ ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ମେଡିକାଲ କର୍ତ୍ତୃପକ୍ଷ । ପୋଲିସ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଡିନ୍ କହିଛନ୍ତି।

ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ମୃତଛାତ୍ର ସଚିନ ସାହୁଙ୍କ ଘର କେନ୍ଦୁଝର ଜିଲ୍ଲା ତୁରୁମଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆ ଗାଁରେ। ମେଡିକାଲ କଲେଜରେ ସାଙ୍ଗସାଥୀମାନେ ଶେଷ ଦର୍ଶନ କରିଥିଲେ। ହସ୍ପିଟାଲ ପରିସରରେ ଶୋକାକୁଳ ପରିବେଶ  ସୃଷ୍ଟି ହୋଇଥିଲା। ପଢା ଶେଷ କରିବା ପରେ ହାଉସ ସର୍ଜନ ଭାବରେ ପିଆରଏମ ମେଡ଼ିକାଲ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ ସଚୀନ।  ଗତକାଲି ହଷ୍ଟେଲ ରୁମ୍ରୁ ସଚିନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ସଦର ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।  ସାଇଣ୍ଟିଫିକ ଟିମ୍  ହଷ୍ଟେଲରେ ତଦନ୍ତ କରିଛନ୍ତି ।

Latest Posts

Don't Miss