spot_img

Latest Posts

ଭାରତୀୟ ଟେଷ୍ଟ ଟିମରେ ରିଙ୍କୁ ସିଂଙ୍କୁ କାହିଁକି ମିଳୁନି ସୁଯୋଗ ?

ନନ୍ଦିଘୋଷ ବ୍ୟୁରୋ: ଲଗାତାର ଭାରତୀୟ ଟିମ ଟେଷ୍ଟରେ ଫ୍ଲପ ହେବାରେ ଲାଗିଛି । କିନ୍ତୁ କିଛି ଖେଳାଳିଙ୍କୁ କାହିଁକି ସୁଯୋଗ ଦିଆଯାଉନାହିଁ ବୋଲି କ୍ରିକେଟ ସମୀକ୍ଷକମାନେ ଯୁକ୍ତି ବାଢ଼ିଛନ୍ତି । ରଣଜୀ ଟ୍ରଫିରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ରିଙ୍କୁ ସିଂ । ପ୍ରଥମ ଶ୍ରେଣୀ କ୍ରିକେଟରେ ୯ଟି ଶତକ ହାସଲ କରିସାରିଲେଣି ରିଙ୍କୁ । ସେ ଯଦିଓ ଟି-୨୦ରେ ଡେବ୍ୟୁ କରିଛନ୍ତି ତଥାପି ଟେଷ୍ଟ ଟିମରେ ସ୍ଥାନ ପାଇବା ପାଇଁ କସରତ ଜାରି ରଖିଛନ୍ତି । ମାତ୍ର ଏଯାବତ ତାଙ୍କୁ ଦଳରେ ସ୍ଥାନ ମିଳୁନାହିଁ । ତେବେ କାଙ୍କୁ କାହିଁକି ଏଭଳି ଅଣଦେଖା କରାଯାଉଛି ଏହାକୁ ନେଇ ମଧ୍ୟ ଅନେକ କ୍ରିକେଟ ପ୍ରେମୀ ପ୍ରଶ୍ନ ଉଠାଇଛନ୍ତି ।

ଯଦି ଆମେ ରିଙ୍କୁଙ୍କ କ୍ୟାରିୟର ସମ୍ପର୍କରେ କହିବା ତାହେଲେ ସେ ୨୦୧୬ ମସିହାରୁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳୁଛନ୍ତି । ଲାଲ ବଲରେ ସେ ୯ଟି ଶତକ ହାସଲ କରିଛନ୍ତି । ୬୦ ରନ ହାରରେ ୩୫୦୦ରୁ ଅଧିକ ରନ୍ କରିସାରିଲେଣି । ପ୍ରତିବର୍ଷ ଶତକ ହାସଲ କରିବା ସହ ପାଖାପାଖି ୬୦ ଆଭରେଜରେ ରହିଥିବା ଖେଳାଳିଙ୍କୁ ଦଳରେ ସ୍ଥାନ ନଦେବା ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି । ତେବେ ଆଗାମୀ ଦିନରେ କେବେ ରିଙ୍କୁଙ୍କୁ ଦଳରେ ସ୍ଥାନ ମିଳିଛି ।

Latest Posts

Don't Miss