ବାସ୍ତବବାଦୀ ସିନେମା

1 min read

ଚଳଚ୍ଚିତ୍ର ନିର୍ମାଣରେ ବର୍ତ୍ତମାନ ପ୍ରମୁଖ ଭୂମିକା ଗ୍ରହଣ କରିଛି ସାମାଜିକ ବାର୍ତ୍ତା ଦେଉଥିବା ଚଳଚ୍ଚିତ୍ର ।  ଲୋକମାନେ ଏଣିକି କାଳ୍ପନିକ କାହାଣୀ ଅପେକ୍ଷା ସତ୍ୟ ଘଟଣାକୁ ପରଦାରେ ଦେଖିବାକୁ ପସନ୍ଦ କରୁଛନ୍ତି  । ତେଣୁ ଲୋକଙ୍କ ରୁଚି ଆଉ ଗ୍ରହଣୀୟତା ଆଧାରେର ନିର୍ମାଣ ହେଉଛି ବାସ୍ତବବାଦୀ ସିନେମା  । ତେବେ ଆସନ୍ତୁ ଜାଣିବା ବିଗତ କିଛି ବର୍ଷ ଭିତରେ ରିଲିଜ୍ ହୋଇଥିବା ବଲିଉଡ଼ ଫିଲ୍ମ  ।

ଏମିତି କିଛି ଟପ୍ ସିନେମା ଯାହା ଦର୍ଶକଙ୍କ ପ୍ରଶଂସା ସହ ଖୁବ ଅଧିକ ଲୋକପ୍ରିୟତା ସାଉଁଟିପାରିଛି  ।

୧.ବର୍ଷ୨୦୧୯ରେ ଜାତିଆଣବାଦକୁ ନେଇ ନିର୍ମାଣ ହୋଇଥିବା ବଲିଉଡ଼ ଫିଲ୍ମ ଆଟିର୍କିଲ୧୫ ଖୁବ ଲୋକପ୍ରିୟ ହୋଇଛି  । ଫିଲ୍ମରେ ଲିଡ଼ ରୋଲରେ ପୋଲିସ ଅଫିସର ଭୂମିକା ନିଭେଇଥିବା ଆୟୁଷ୍ମାନ ଖୁରାନାଙ୍କୁ ଦେଖିବାକୁ ମିଳିଥିଲା  ।

୨. ସେହିଭଳି ନାରୀମାନଙ୍କ ସହ ହେଉଥିବା ଅସଦାଚରଣକୁ ନେଇ ୨୦୧୬ରେ ପରଦାକୁ ଆସିଥିଲା ଫିଲ୍ମ “ପିଙ୍କ୍” ଯାହା ଅନେକ ଆଓ୍ୱାର୍ଡ ହାତେଇଥିଲା  । ଏଥିରେ ବିଗ ବି ଅମିତାଭ ବଚ୍ଚନ ଏବଂ ଆକଟ୍ରେସ୍ ତାପସୀ ପନ୍ନୁଙ୍କ ଅଭିନୟ ଦର୍ଶକଙ୍କ ମନ କିଣିଥିଲା  ।

୩. ୨୦୧୪ରେ ଆମିର ଖାନଙ୍କ ଅଭିନୀତ ମୁଭି ପିକେ ପରଦାକୁ ଆସିଥିଲା  । ଧାର୍ମିକ ଭାବନା ଓ ଅନ୍ଧବିଶ୍ବାସ ଉପରେ ଆଧାରିତ ଏ ସିନେମା ପ୍ରତି ଦର୍ଶକଙ୍କ ମନରେ ଏକ ପ୍ରଭାବ ଛାଡ଼ି ଦେଇଗଲା  ।

୪. ୨୦୧୧ରେ ସଂରକ୍ଷଣ ଉପରେ ପର୍ଯ୍ୟବେସିତ ସିନେମା ଆରକ୍ଷଣର ଭୁରିଭୁରି ପ୍ରଶଂସା କରିଥିଲେ ଦର୍ଶକ । ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସହ ଦୀପିକା ପାଦୁକୋନ୍ ଓ ସୈଫ ଅଲି ଖାନ୍ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ନଜର ଆସିଥିଲେ  ।

୫.  ମାଇ ନେମ ଇଜ ଖାନ୍, ଆଇଏମ୍ ନଟ ଏ ଟେରୋଟିଷ୍ଟ  । ବଲିଉଡ଼ ବାଦଶାହ ଶାହରୁଖଙ୍କ ଅଭିନୀତ ୨୦୧୦ର ଏ ଚଳଚ୍ଚିତ୍ର ଭାରତରେ ସଂଖ୍ୟାଲଘୁ ମୁସଲିମ ଥିଲେ ହେଁ ସମେସ୍ତ ଯେ ଖରାପ ଏବଂ ଆତଙ୍କବାଦୀ ନୁହନ୍ତି ଏ ମହାନ ଭାବନାକୁ ନେଇ ଏକ ଶକ୍ତ ଛାପ ଛାଡ଼ିଥିଲା  ।

୬.୨୦୧୨ର ସଫଳ ସିନେମା ଓଏମଜି,ଓ ମାଇଁ ଗଡ଼୍  । ଭେଟେରାନ ପରେଶ ରାଓଲ ଓ ଅକ୍ଷୟ କୁମାରଙ୍କ ଚମତ୍କାର ଅଭିନୟ ଏ ସିନେମାରେ ଏକ ସୁନ୍ଦର ସନ୍ଦେଶ ଦେଇଥିଲା , ଭଗବାନ ପଥର ଆଉ ଧର୍ମଗୁରୁଙ୍କ ଭିତରେ ନୁଁହ ନିଷ୍ଠା ଆଉ ସଚ୍ଚୋଟ କର୍ମରେ ମିଳିଥାନ୍ତି  । ')}

Leave a Reply