ଜୋ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇବାରେ କାହିଁକି ବିଳମ୍ବ କରୁଛନ୍ତି ପୁତିନ?

ନୂଆଦିଲ୍ଲୀ:  ବିଶ୍ୱର ଏକାଧିକ ଦେଶ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ବାଇଡେନଙ୍କୁ ବିଜୟର ଶୁଭେଚ୍ଛା ଜଣାଇ ସାରିଥିବା ବେଳେ ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନ କିନ୍ତୁ ଏଥିରେ ବିଳମ୍ବ କରୁଛନ୍ତି । ନିକଟରେ ଏହା ପଛର କାରଣ କ’ଣ ବୋଲି ଏକ ସାକ୍ଷାତକାରରେ ଦର୍ଶାଇଛନ୍ତି ପୁତିନ । ପୁତିନ କହିଛନ୍ତିଯେ, ବ୍ଲାଦିମିର ପୁତିନ କହିଛନ୍ତିଯେ ସେ କାନୁନ ଲଢେଇର ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି । ନିଷ୍ପତ୍ତି ଆସିବା ପରେ ସେ ଶୁଭେଚ୍ଛା ଜଣାଇବେ । ଔପଚାରିକ ଶୁଭେଚ୍ଛା ଜଣାଇବାରେ ବିଳମ୍ବ ହେଲେ ମଧ୍ୟ ଆମେରିକା ଏବଂ ଋଷ ମଧ୍ୟରେ ଥିବା ସମ୍ପର୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ପୁତିନ ବୟାନରେ ଉଲ୍ଲେଖ କରିଛନ୍ତି ।

ଆମେରିକା ଏବଂ ଋଷ ମଧ୍ୟରେ ପୂର୍ବରୁ ସମ୍ପର୍କ ଏତେ ଭଲ ନୁହେଁ । କିନ୍ତୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁବେଳେ ପୁତିନଙ୍କ ପ୍ରଶଂସା କରି ଆସିଛନ୍ତି । ନିକଟରେ ତାଙ୍କ ଉପରେ ରାଷ୍ଟ୍ରପତି ହେବାପାଇଁ ଋଷଠାରୁ ସାହାଯ୍ୟ ନେଇଥିବା ଅଭିଯୋଗ ଆସିସାରିଛି ।

ତେବେ ଶୁଭେଚ୍ଛା ନ ଜଣାଇ ପୁତିନ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଖରାପ କରୁନାହାଁନ୍ତି କି ବୋଲି ପ୍ରଶ୍ନ କରିବାରୁ ସେ କହିଲେ ଯେଉଁ ସମ୍ପର୍କ ପୂର୍ବରୁ ଖରାପ ତାହା ଆଉ କ’ଣ ଖରାପ ହେବ? ଦୁଇ ପାର୍ଶ୍ୱରୁ ସମ୍ମାନଜନକ ସମ୍ବଦ୍ଧ ରହିଛି । ଡୋନାଲ୍ଡ ଟ୍ରମ୍ପ ଏବଂ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଉଭୟଙ୍କ ମଧ୍ୟରେ ସମାନ ସମ୍ପର୍କ ରହିଛି । କାହାକୁ ନେଇ କୌଣସି ସମସ୍ୟା ନାହିଁ । ଏହା ଏକ ଔପଚାରିକ ମାମଲା । ଆମର କୌଣସି ଗୁପ୍ତ ଏଜେଣ୍ଡା ନାହିଁ । ତେବେ ଔପଚାରିକତାରେ ଖୁବଶୀଘ୍ର ଶୁଭେଚ୍ଛା ଜଣାଇଲେ ତିକ୍ତତାରେ ମଧୁରତା ଆସିଯାଏ ନାହିଁ । ଯେଉଁମାନେ ଶୁଭେଚ୍ଛା ଜଣାଇଛନ୍ତି ସେମାନେ ଖୁବ ଅନୁଭବୀ ଏବଂ ସେମାନେ ଭଲ ଭାବରେ ଜାଣନ୍ତି କେତେବେଳେ କ’ଣ କରିବାକୁ ପଡ଼େ । ପୂର୍ବଥର ହିଲେରୀ କ୍ଲିଣ୍ଟେନଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଥିଲେ, କିନ୍ତୁ ବିଜୟ ପାଇଥିଲେ ଟ୍ରମ୍ପ । ଆମେରିକାରେ ଯେକୌଣସି ରାଷ୍ଟ୍ରପତିଙ୍କ ସହିତ ଆମେ କାମ କରିବାକୁ ପ୍ରସ୍ତୁତ । ତେବେ କେବଳ ଋଷ୍ ନୁହେଁ ବରଂ ଉତ୍ତର କୋରିଆ, ବ୍ରାଜିଲ ଏବଂ ମେକ୍ସିକୋ ଭଳି ଦେଶ ଏପର୍ଯ୍ୟନ୍ତ ଜୋ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇ ନାହାଁନ୍ତି ।

Leave a Reply