୧୩ ତାରିଖ ଓ ଶୁକ୍ରବାରକୁ କାହିଁକି ଅଶୁଭ କୁହାଯାଏ ? କଣ କହୁଛି ସନାତନୀ ଧର୍ମ
ନନ୍ଦିଘୋଷ ବ୍ୟୁରୋ: ୧୩ ତାରିଖ ଆସିଲେ କାହିଁକି ଦୁନିଆର ଲୋକେ ଏହି ଦିନକୁ ଡରି ଯାଆନ୍ତି । ଏହାକୁ ଅନଲକୀ ଆଉ ବିପଦର ଦିନ ଭାବନ୍ତି । ଏହାକୁ ନେଇ ଅନେକ କାହାଣୀ, ଲୋକକଥା ଓ ଅନ୍ଧବିଶ୍ବାସ ରହିଛି । ଖାସ ଏଥିପାଇଁ ହୋଟେଲ ରୁମ, ଘର ଠିକଣା ଓ ଗାଡି ନମ୍ବର ୧୩ର ବ୍ୟବହାର ହେଉନାହିଁ । ଇଉରୋପୀୟ ଦେଶ ଗୁଡିକ ୧୩ ତାରିଖରେ ପଡୁଥିବା ଶୁକ୍ରବାରକୁ ସବୁଠାରୁ ଅଧିକ ଅଶୁଭ ମାନିଥାନ୍ତି । ସନାତନ ଧର୍ମରେ ୧୩ ତାରିଖକୁ ଅଶୁଭ ମାନନ୍ତି ନାହିଁ । ଗ୍ରୀସ ମାନ୍ୟତାରେ ବି ଶୁକ୍ରବାର ଓ ୧୩ ତାରିଖକୁ ଅଶୁଭ ଧରାଯାଏ ନାହିଁ । କିନ୍ତୁ ୟୁରୋପ ଓ ଆମେରିକା କାହିଁକି ୧୩କୁ ଅଶୁଭ ମାନିଥାଆନ୍ତି ?
ଗଣିତ ନିୟମ ଅନୁସାରେ ୧୨ ନମ୍ବର ପୂର୍ଣ୍ଣାଙ୍ଗ ହୋଇଥାଏ । ବର୍ଷକ ୧୨ ମାସ, ୧୨ ଘଣ୍ଟା ଓ ୧୨ ରାଶି ରହିଥାଏ । ଏଣୁ ନମ୍ବର ୧୩କୁ ସନ୍ତୁଳନ କମ ଯୁକ୍ତ ସଂଖ୍ୟା ଧରାଯାଏ । ସେହିପରି ଶୁକ୍ରବାର ଦିନ ହିଁ ଜିସସ କ୍ରାଇଷ୍ଟଙ୍କୁ ଶୂଲିରେ ଚଢାଇ ଦିଆଯାଇଥିଲା । ଏଭଳି କ୍ଷେତ୍ରରେ ଯଦି ଦିନ ଓ ତାରିଖ ଗୋଟିଏ ଦିନରେ ପଡିଥାଏ ଦୁର୍ଭାଗ୍ୟ ବୋଲି ଧରାଯାଏ । ଅଶୁଭ ମାନି ଲୋକେ ଘରୁ ବାହାରନ୍ତି ନାହିଁ ।
ଦୁନିଆରେ ୧୩ ତାରିଖ ଓ ଶୁକ୍ରବାରକୁ ଏଥିପାଇଁ ଅଶୁଭ କୁହାଯାଇଥାଏ କାରଣ ଏହି ଅନେକ ବଡ ଦୁର୍ଘଟଣା ଘଟିଛି । ଫ୍ରାନ୍ସରେ ୧୩ ଅକ୍ଟୋବର ୧୩୦୭ରେ ଏକ ବଡ ଦୁର୍ଘଟଣା ଘଟିଥିଲା । ଏହି ଦିନ ଶୁକ୍ରବାର ବି ଥିଲା । ଇଂଲଣ୍ଡର ଏକ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ୧୯୯୩ ଏକ ଷ୍ଟଡିରେ କୁହାଯାଇଛି ଯେ ୧୩ ତାରିଖ ଶୁକ୍ରବାର ଦିନ ଅଧିକ ଦୁର୍ଘଟଣା ଘଟିଥାଏ । ଏକ ଡଚ୍ ଇନସ୍ୟୁରାନ୍ସ କମ୍ପାନୀର ରିପୋର୍ଟ କହୁଛି ଯେ ୧୩ ତାରିଖ ଓ ଶୁକ୍ରବାର ଦିନ ଚୋରି, ଦୁର୍ଘଟଣା ଓ ଅଗ୍ନିକାଣ୍ଡ ଭଳି ଘଟଣା ଅନ୍ୟ ଦିନ ତୁଳନାରେ କମ ହୋଇଥଆଏ । କାରଣ ଏହି ଦିନ ଲୋକେ ଘରୁ କମ ବାହାରିବା ପାଇଁ ପ୍ରାଥମିକତା ଦେଇଥାନ୍ତି । ଲୋକେ ଅଧିକ ସତର୍କତା ଅବଲମ୍ବନ କରିଥାନ୍ତି । ଏହି ଡରକୁ ନେଇ େକ ପିଲ୍ମ ରିଲିଜ ମଧ୍ୟ ହୋଇଛି ।
ହିନ୍ଦୁ ଧର୍ମ ଅନୁସାରେ କୌଣସି ମାସର ୧୩ ତାରିଖ ବହୁତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ୧୩ ଦିନ ତ୍ରୟୋଦଶୀ ହୋଇଥାଏ । ଯାହାକି ଭଗବାନ ଶିବଙ୍କ ପୂଜାର୍ଚ୍ଚନା ପାଇଁ ସମର୍ପିତ ଦିନ ହୋଇଥାଏ । ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ପ୍ରଦୋଷ ବ୍ରତ ପାଳନ କରାଯାଇଥାଏ । ପ୍ରତି ମାସର ୧୩ତମ ଦିନରେ ଏହା ପଡିଥାଏ । ମହାଶିବରାତ୍ରି ମଧ୍ୟ ମାଘ ମାସର ୧୩ତମ ଦିନରେ ପାଳନ କରାଯାଏ । ପ୍ରାଚୀନ ଗ୍ରୀସରେ ପୌରାଣିକ କଥାରେ ଜଣେ ଜୀସସ ଭଗବାନ ଥିଲେ ଯିଏ କି ୧୩ତମ ସବୁଠାରୁ ଶକ୍ତିଶାଳୀ ଭଗବାନ ଥିଲେ । ସେହିପରି ୧୩ ନମ୍ବରକୁ ପ୍ରକୃତି, ଶକ୍ତି ଓ ପବିତ୍ରତାର ପ୍ରତୀକ କୁହାଯାଏ । ଏହା ଛଡା ୧୩ ନମ୍ବର ସମଗ୍ରତା, ସମାପନ ଓ ପ୍ରାପ୍ତିର ପ୍ରତୀକ ହୋଇଥାଏ ।