ପାକିସ୍ତାନ ପାଖରେ କ’ଣ ଅର୍ଥ ନାହିଁ? ଭାରତ-ପାକିସ୍ତାନ ମ୍ୟାଚ ପାଇଁ PCB ମୁଖ୍ୟ ଭିଆଇପି ବକ୍ସ ଟିକେଟ ବିକ୍ରି କଲେ କାହିଁକି?
1 min read
ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଆସନ୍ତା ୨୩ରେ ଭାରତ-ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବ ହାଇଭୋଲେଟଜ ମ୍ୟାଚ । ଏହି ମ୍ୟାଚ ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଥିବା ବେଳେ ଶକ୍ତି ପ୍ରଦର୍ଶନ କରିବେ ଦୁଇ ଦେଶର ପ୍ରମୁଖ ଖେଳାଳି । ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଚିଫ ମୋହସିନ ନକଭୀ ମଧ୍ୟ ଏହି ମ୍ୟାଚ ଦେଖିବାକୁ ଦୁବାଇ ଯିବେ । ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ପିସିସି ଚିଫଙ୍କୁ ଏହି ମ୍ୟାଚ ପାଇଁ ୩୦ ସିଟ ଥିବା ଭିଆଇପି ହସ୍ପିଟାଲିଟି ବକ୍ସ ଅଫର ମିଳିଥିଲା । ତାହାକୁ ପିସିବି ଚିଫ ନିଜର ବନ୍ଧୁ ପରିଜନ ତଥା ପରିବାରବର୍ଗଙ୍କ ମ୍ୟାଚ ଦେଖିବାର ସୁଯୋଗ ଦେଇ ପାରିଥାନ୍ତେ । ମାତ୍ର ନକଭୀ ଫ୍ୟାନ୍ସଙ୍କ ସହ ଷ୍ଟାଣ୍ଡରେ ମ୍ୟାଚ ଦେଖିବାର ନିଷ୍ପତ୍ତି ନେଇଛନ୍ତି । ନକଭୀ ପିସିବିର ରେଭିନ୍ୟୁ ବଢ଼ାଇବା ପାଇଁ ଭିଆଇପି ବକ୍ସର ଟିକେଟ ବିକ୍ରି କରିବାକୁ ପଛାଇଥିଲେ ।
ଏକ ରିପୋର୍ଟ ମୁତାବକ, ନକଭୀ ଭିଆଇପି ବକ୍ସର ଅଫରକୁ ପ୍ରତ୍ୟାଖ୍ୟାନ କରି ଷ୍ଟାଣ୍ଡରେ ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ମନ ବଳାଇଛନ୍ତି । ଦୁବାଇ ଷ୍ଟାଡିୟମରେ ଥିବା ଭିଆଇପି ବକ୍ସର ଦାମ ପାଖାପାଖି ୩.୪୭ କୋଟି । ତେଣୁ ଏଠାରେ ପ୍ରଶ୍ନ ଉଠୁଛି ଅର୍ଥ ପାଇଁ ପିସିବି ଚିଫ କ’ଣ ଏପରି ନିଷ୍ପତ୍ତି ନେଇଛନ୍ତି? ପିସିବି ପାଖରେ କ’ଣ ଅର୍ଥର ଅଭାବ ରହିଛି ଯେ ଶେଷକ ଭିଆଇପି ବକ୍ସର ଟିକେଟ ବିକ୍ରି କରିବାକୁ ପଡ଼ିଲା?