କାହିଁକି ବଢ଼ୁଛି ପିଆଜ ଦର?

ଭୁବନେଶ୍ବର: ବଢ଼ି ଚାଲିଛି ପିଆଜ ଦର । ଚିନ୍ତାରେ ରହିଛନ୍ତି ଖାଉଟି। ଶତକ ଅଭିମୁଖେ ଏବେ ପିଆଜ ଦର । ତେବେ ହଠାତ ଏମିତି ପିଆଜର ଦରବୃଦ୍ଧି ହେବାର କାରଣ କଣ? ତାକୁ ନେଇ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ସୂଚନା ଥାଉକି, ଓଡ଼ିଶା ପରି ଅନେକ ରାଜ୍ୟ ପିଆଜ ପାଇଁ ନାସିକ ଉପରେ ନିର୍ଭର କରନ୍ତି । ନାସିକରୁ ଯେଉଁ ପରିମାଣର ପିଆଜ ଆସିବା କଥା, ଆସୁନାହିଁ । ସେମାନେ କହୁଛନ୍ତି ଯେ ଭଲ ଅମଳ ହୋଇନି । କ’ଣ ସମସ୍ୟା ହୋଇଛି, କେନ୍ଦ୍ର ବିଚାରବିମର୍ଶ କରିବା ଦରକାର । ଦର ସାରା ଦେଶରେ ବଢୁଛି । ପିଆଜ ଆବଶ୍ୟକତା ଓ ଯୋଗାଣ ମେଳ ଖାଉନି । ତାକୁ ନିୟନ୍ତ୍ରଣ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ  ବୋଲି ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ଏହା ଭିତରେ କେନ୍ଦ୍ରରେ ବୈଠକ ହେବା ଖବର ପାଇଛୁ. ହେଲେ ସେପରି କିଛି ପ୍ରତିଫଳନ ହେଉନି । କେନ୍ଦ୍ର ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁ ଦର ବଢୁଛି । ଆମେ ହୋର୍ଡିଂ କରୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛୁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।