spot_img

Latest Posts

NSA ଅଜିତ ଡୋଭାଲଙ୍କୁ କାହିଁକି କୁହାଯାଏ ଭାରତର ‘ଜେମ୍ସ ବଣ୍ଡ’ ?

ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡେଭାଲା ଆଜି ୮୧ ବର୍ଷରେ ପଦାପର୍ଣ କରିଛନ୍ତି । ପାକିସ୍ତାନରେ ଗୁପ୍ତଚର ଅପରେସନ, କୀର୍ତ୍ତି ଚକ୍ରରେ ସମ୍ମାନିତ ଓ ରାଷ୍ଟ୍ରୀୟ ସୁରକ୍ଷାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିବା ଡୋଭାଲଙ୍କୁ ‘ଜେମ୍ସ ବଣ୍ଡ’ ବୋଲି କୁହାଯାଇଥାଏ । ସେ ଅନେକ ଗୁରୁତ୍ବପୂର୍ଣ୍ଣ ଅଭିଯାନରେ ନେତୃତ୍ବ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତ୍ୟନ୍ତ ଖାସ୍ ବ୍ୟକ୍ତି ଭାବେ ପରିଚିତ ଡୋଭାଲ ଆଜି ଜାନୁଆରୀ ୨୦ରେ ୮୧ ବର୍ଷ ବୟସରେ ପଦାପର୍ଣ କରିଛନ୍ତି ।

ଉତ୍ତରାଖଣ୍ଡ ବାସିନ୍ଦା ଡୋଭାଲଙ୍କ ଜନ୍ମ ଏକ ସୈନ୍ୟ ପରିବାରରେ ହୋଇଥିଲା । ତାଙ୍କର ପିତା ଫୌଜରେ ଅଫିସର ଓ ମା’ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମବତୀ ନନ୍ଦନ ବହୁଗୁଣାଙ୍କ ଚଚେରୀ ଭଉଣୀ ଥିଲେ । ଆଗ୍ରା ୟୁନିଭରସିଟିରୁ ପାଠ ପଢ଼ା ସାରି ୧୯୬୮ରେ ଡୋଭାଲ କେରଳ କ୍ୟାଡରରେ ଆଇପିଏସ ହୋଇଥିଲେ । କେରଳର ASPର ପୋଷ୍ଟିଂ ଅବସରରେ ଦୁଇ ସମୁଦାୟଙ୍କ ମଧ୍ୟରେ ହୋଇଥିବା ଦଙ୍ଗାକୁ ନେଇ ନିଜର ଆକ୍ସନ ପରେ ସେ ଚର୍ଚ୍ଚାକୁ ଆସିଥିଲେ ।

କାହିଁକି କୁହାଯାଏ ଜେମ୍ସ ବଣ୍ଡ ?

1୯୭୨ରେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ରେ ସାମିଲ ହେବା ପରେ ଭାରତର ସୁରକ୍ଷା ରଣନୀତିକୁ ଆକାର ଦେବାରେ ଡୋଭାଲ ବିଶେଷ ଭୂମିକା ନିଭାଇଥିଲେ । ୮୦ ଦଶକରେ ସେ RAW ଏଜେଣ୍ଟ ହୋଇ ପାକିସ୍ତାନ ଯାଇଥିଲେ । ପାଖାପାଖି ୬ ବର୍ଷ ପର୍ଯ୍ୟନ୍ତ ପାକିସ୍ତାନରେ ରହି ସେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ନୂଆଦିଲ୍ଲୀକୁ ପଠାଇଥିଲେ । ତା’ପରେ ସେ NSAର ଦାୟିତ୍ବ ଗ୍ରହଣ କରି ଚିନ ସହ ସମ୍ବନ୍ଧକୁ ସମ୍ଭାଳିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ । ପାକିସ୍ତାନରେ ନିଜର ଅପରେସନ ଓ ଭାରତର ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାକୁ ନେଇ ତାଙ୍କୁ ‘ଜେମ୍ସ ବଣ୍ଡ’ କୁହାଯାଏ ।

Latest Posts

Don't Miss