spot_img

Latest Posts

କେବେ ଘୋଷଣା ହେବ ନିର୍ବାଚନ ତାରିଖ?

ନନ୍ଦିଘୋଷ ବ୍ୟୁରୋ: ଦେଶରେ କୌଣସି ମୁହୂର୍ତ୍ତରେ ହୋଇପାରେ ସାଧାରଣ ନିର୍ବାଚନ ଲାଗି ତାରିଖ ଘୋଷଣା। ଆଜି ସଂଧ୍ଯା କିମ୍ବା ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା ସମ୍ଭାବନା ରହିଛି। ଦେଶରେ ନିର୍ବାଚନ ନେଇ ପୋଲ୍ ପ୍ଯାନେଲ ଗତକାଲି ଜାମମୁ ଓ କାଶ୍ମୀରରେ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ସାରା ଦେଶରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ ସମ୍ପନ୍ନ ହୋଇଥିବାବେଳେ କେତେବେଳେ ବି ତାରିଖ ଘୋଷଣା ହୋଇପାରେ। ଏହା ପୂର୍ବରୁ ୨୦୧୯ରେ ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନ। ଏପ୍ରିଲ ୧୧ରୁ ମେ ୧୯ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଗତ ସାଧାରଣ ନିର୍ବାଚନ ଭଳି ଏଥର ମଧ୍ୟ ଏପ୍ରିଲ ଏବଂ ମେ ମାସରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ସମ୍ଭାବନା ରହିଛି। ଏକାଧିକ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଦେଶର ସାଧାରଣ ନିର୍ବାଚନ।୧୭ତମ ଲୋକସଭାର କାର୍ଯ୍ୟକାଳ ଆସନ୍ତା ଜୁନ ୧୬ ତାରିଖରେ ଶେଷ ହେଉଛି।

୨୦୧୯ ନିର୍ବାଚନରେ ବିଜେପିର ବିପୁଳ ବିଜୟ ହୋଇଥିଲା। ମୋଟ ୩୦୩ ଆସନରେ ବିଜୟୀ ହୋଇଥିଲା ବିଜେପି। ନିର୍ବାଚନରେ ଅଧିକ ସଂଖ୍ଯାରେ ମହିଳା ଭୋଟର ଅଂଶଗ୍ରହଣ କରିଥିଲେ। ଏନଡିଏ ପ୍ରାର୍ଥୀ ମୋଟ ୩୫୩ ଆସନରେ ବିଜୟୀ ହୋଇଥିଲେ। କଂଗ୍ରେସକୁ ମାତ୍ର ୫୨ ସିଟ୍ ମିଳିଥିଲା। ତେବେ ମୋଟ ୧୦ ପ୍ରତିଶତ ଆସନ ପାଇନଥିବାରୁ କଂଗ୍ରେସକୁ ବିରୋଧୀ ଦଳ ନେତା ପଦ ଦାବି କରିପାରିନଥିଲା। ୟୁପିଏକୁ ମୋଟ ୯୧ ଆସନ ମିଳିଥିଲା। ଅନ୍ୟ ଦଳ ୯୮ ଆସନ ଜିତିଥିଲେ। ଏଥର ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି ଶୁଣିବାକୁ ମିଳୁଛି। ୨୦୧୪ ସାଧାରଣ ନିର୍ବାଚନରେ ମୋଟ ୯ଟି ପର୍ଯ୍ଯାୟରେ ଭୋଟ ଗ୍ରହଣ ହୋଇଥିଲା।

Latest Posts

Don't Miss