କାହିଁକି ଭଉଣୀକୁ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି କିମ୍ ଜୋଙ୍ଗ୍?

1 min read

ଉତ୍ତର କୋରିୟା: ଉତ୍ତର କୋରିୟାର ମୁଖ୍ୟ ନେତା କିମ୍ ଜୋଙ୍ଗ୍ ଉନଙ୍କ ଭଉଣୀ କିମ୍ ୟୋ ଜୋଙ୍ଗଙ୍କୁ ନିକଟରେ କେତେକ ମୁଖ୍ୟ ଦାୟୀତ୍ୱ ମିଳିଛି । ତେବେ ଦକ୍ଷିଣ କୋରିୟାର ଗୁଇନ୍ଦା ସଂସ୍ଥା ଗୁଡ଼ିକର କହିବା ଅନୁସାରେ କିମଙ୍କ ନିକଟରେ ଏବେ ମଧ୍ୟ ଖୁବ ଶକ୍ତି ଥିବାବେଳେ ସେ ନିଜ ଉପରୁ ଚାପ ହଟାଇବା ପାଇଁ କିଛି କିଛି ଦାୟୀତ୍ୱ ନିଜ ସାନ ଭଉଣୀ ଉପରେ ନ୍ୟସ୍ତ କରିବାକୁ ଚାହୁଁଛନ୍ତି । ତେବେ ବିଧାନସଭାରେ ଏହା ଘୋଷଣା ହୋଇ ସାରିଲାଣି ।

ୟୋ ଜୋଙ୍ଗ୍ କିଏ?

୨୬ ସେପ୍ଟେମ୍ବର ୧୯୮୭କୁ ଜନ୍ମ ହୋଇଥିବା କିମ ୟୋ ଜୋଙ୍ଗ କୋରିୟାର ତାନାଶାହଙ୍କ ଠାରୁ ୪ ବର୍ଷ ସାନ । ୟୋ ଉତ୍ତର କୋରିୟାରେ ସିନିଅର ସେକେଣ୍ଡରୀ କରିଥିଲେ ଏବଂ ପରେ କିମ ଇଲ ସୁଙ୍ଗ ମିଲିଟ୍ରି ୟୁନିଭର୍ସିଟିରେ ପଢିଲେ । ଏହାପରର ପାଠପଢା ପାଇଁ ସେ ସ୍ୱିଜରଲ୍ୟାଣ୍ଡ ଯାଇଥିଲେ । ସେଠାରେ ସେ ୨୦୦୦ ମସିହାରେ ପଢା ଶେଷ କରି ଘରକୁ ଫେରିଥିଲେ । ଖବର ଅନୁସାରେ ଏହି ସମୟରେ ସେ ସେଠାରେ ନାମ ବଦଳାଇ ରହୁଥିଲେ । ସେହି ସମୟରେ ମଧ୍ୟ ତାଙ୍କ ପାଖାପାଖି ସୁରକ୍ଷାକର୍ମୀ ଉପସ୍ଥିତ ରହୁଥିଲେ ।

ୟୋ କାହା ସହିତ ବିଶେଷ ମିଳାମିଶା କରୁନଥିବାରୁ ତାଙ୍କର କେହି ଭଲ ବନ୍ଧୁ ନଥିଲେ । କୁହାଯାଉଛି ଉତ୍ତର କୋରିୟାର ଆଇସୋଲେଟ ରହିବାର ପଲିସି ପାଇଁ ୟୋ ଏଭଳି କରୁଥିଲେ । ତାଙ୍କ ଉପରକୁ କାହାର ଧ୍ୟାନ ନ ଯାଉ ସେଥିପାଇଁ ସେ ବିଶ୍ୱ ବିଦ୍ୟାଳୟର ଛାତ୍ର ରାଜନୀତିରୁ ମଧ୍ୟ ଦୂରେଇ ରହିଥିଲେ । ମିଡିଆ ଏବଂ ଦୁନିଆରୁ ନିଜକୁ ଅଲଗା ରଖୁଥିବା ତାନଶାହ ପରିବାରର ଏହି ଝିଅ ପ୍ରଥମ ଥର ୨୦୧୦ରେ ତାଙ୍କ ବାପାଙ୍କ ସହିତ ଓ୍ୱର୍କର୍ସ ପାର୍ଟି ଅଫ କୋରିୟା ଫଙ୍କସନରେ ନଜର ଆସିଥିଲେ । ଏହାର ୩ ବର୍ଷ ପରେ ସେ ତାଙ୍କ ବାପାଙ୍କ ମୃତ୍ୟୁର ଅନ୍ତିମ ସଂସ୍କାରରେ ସାମ୍ନାକୁ ଆସିଥିଲେ । କିନ୍ତୁ ରାଜନୀତିରେ ତାଙ୍କର ବାସ୍ତବ ସକ୍ରିୟତା ୨୦୧୪ରୁ ଆରମ୍ଭ ହେଲା । ତାହା ପରଠାରୁ ସେ ରାଜନୀତିରେ ତାଙ୍କ ଭାଇକୁ ସାହାଯ୍ୟ କଲେ । ଆଞ୍ଚଳିକ ଭାଷା ବ୍ୟତୀତ ଇଂରାଜୀ ଏବଂ ଜର୍ମାନୀ ଭାଷା ଜାଣିଥିବା ୟୋ ଜୋଙ୍ଗ ନିଜ ଦଳର ସେକ୍ରଟାରୀ ଚୋଏ ଯୋଙ୍ଗଙ୍କ ପୁଅକୁ ବିବାହ କରିଥିଲେ, ଯାହାର ପ୍ରାୟ ୫ ବର୍ଷ ପୂର୍ବରୁ ମୃତ୍ୟୁ ହୋଇ ସାରିଛି । ତାହା ପରଠାରୁ ଉତ୍ତର କୋରିୟା ରାଜନୀତିରେ ୟୋ ଜୋଙ୍ଗଙ୍କୁ ସକ୍ରିୟ ଥିବାର ଦେଖିବାକୁ ମିଳିଲା ।

ନିକଟରେ ୟୋଙ୍କୁ ଦେଶର ନିଷ୍ପତ୍ତି ନେଉଥିବା ସବୁଠାରୁ ବଡ଼ ସଙ୍ଗଠନ ପଲିଟବ୍ୟୁରୋର ବୈକଳ୍ପିକ ସଦସ୍ୟ କରାଯାଇଛି । ଜୋ ୟୋଙ୍ଗଙ୍କୁ ଗତ ବର୍ଷ ଏହି ପଦରୁ ହଟାଇ ଦିଆଯାଇଛି । ଏହା ପଛରେ ହନୋଇରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ କଥାବାର୍ତ୍ତା ବିଫଳ ହୋଇଥିବା କାରଣ ରହିଛି ବୋଲି କୁହାଯାଉଛି । ନିଜେ ତାନଶାହ କିମ ତାଙ୍କ ଭଉଣୀକୁ ଦଣ୍ଡ ସ୍ୱରୂପ ଏହି ପଦରୁ ବହିଷ୍କୃତ କରିଥିଲେ । ୨୦୧୮ରେ ହୋଇଥିବା  Pyeongchang Olympics ସମୟରେ ୟୋ ଜୋଙ୍ଗ ନିଜ ଦେଶର ନେତୃତ୍ୱ ନେଇଥିଲେ । ଏବେ କୁହାଯାଉଛି କିମଙ୍କ ଭଉଣୀଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇପାରେ । ୟୋ ତାଙ୍କ ଭାଇଙ୍କୁ ରାଜନୀତିରେ ସାହାଯ୍ୟ କରିବା ସହିତ ତାଙ୍କ ସୁରକ୍ଷା ଦାୟୀତ୍ୱ ମଧ୍ୟ ନେଇଛନ୍ତି । ସବୁଠାରୁ ଖାସ କଥା ହେଉଛି ହନୋଇର ଏକ ସଭାରେ ତାନଶାହ ସିଗାରେଟ ଟାଣୁଥିବା ସମୟରେ ସେଥିରୁ ପଡ଼ୁଥିବା ଗୁଣ୍ଡକୁ ୟୋ ଏକ ଟ୍ରେରେ ରଖୁଥିଲେ । କାରଣ ସେ ଚାହୁଁନଥିଲେ ତାଙ୍କ ଭାଇଙ୍କ ଡିଏନଏ ସାମ୍ପଲ ଅନ୍ୟ କୌଣସି ଦେଶର ଏଜେନ୍ସ ହାତରେ ଲାଗୁ । ଏହା ସହିତ ତାଙ୍କ ଭାଇଙ୍କୁ ଦିଆ ଯାଉଥିବା ଫୁଲତୋଡ଼ାକୁ ପ୍ରଥମେ ସେ ନେଇ ଆସୁଥିଲେ ।


କୁହାଯାଉଛି ୟୋ ଜୋଙ୍ଗଙ୍କର ସେହି ଦୁଇ ଅନୁଷ୍ଠାନ ଉପରେ ଖୁବ ଦଖଲ ରହିଛି ଯେଉଁଠାରେ ସମସ୍ତ ହାର୍ଡ଼ କ୍ୟାଶ ଜମା ହୁଏ । ସେହି ଅଫିସ ୩୮ ଏବଂ ୩୯ ନାମରେ ଜଣାଶୁଣା । ଅବଶ୍ୟ ଏହା ବିଷୟରେ କୌଣସି ସୂଚନା ମିଳିନାହିଁ ।

 

କହିରଖୁଛୁ ୟୋ ଜୋଙ୍ଗ Propaganda and Agitation Department ର ପ୍ରଥମ ଉପ ନିର୍ଦ୍ଦେଶକ । ଏବେ ତାଙ୍କୁ ଆମେରିକା ଏବଂ ସାଉଥ କୋରିୟା ମଧ୍ୟରେ ଉତ୍ତମ ସମ୍ପର୍କ ଗଢିବା ପାଇଁ ଦାୟୀତ୍ୱ ଦିଆଯାଇଛି ।

Leave a Reply