କରୋନା ମହାମାରୀ: ମାସ୍କ ଜରୁରୀ, କିନ୍ତୁ ସମସ୍ୟା ବଢାଉଛି

1 min read

କରାଳ ରୂପ ନେଇଛି କରୋନା । ସାଜିଛି ମୁଣ୍ଡବ୍ୟଥାର କାରଣ । ସାମାଜିକ ଦୂରତା ରକ୍ଷା କରିବାକୁ ଜାରି ହୋଇଛି ଗାଇଡଲାଇନ । ଆଉ ତା’ ସାଙ୍ଗକୁ ମାସ୍କ ମଧ୍ୟ ବାଧ୍ୟତାମୂଳକ । କିନ୍ତୁ ଏବେ ଏହି ମାସ୍କ ସୃଷ୍ଟି କରିଛି ପ୍ରଦୂଷଣ ସମସ୍ୟା । ଡିସ୍ପୋଜାଲ ମାସ୍କ ବଦଳରେ ରିୟୁଜେବଲ ମାସ୍କ ବ୍ୟବହାର କରିବାକୁ କେତେକ ଦେଶରେ ଲୋକଙ୍କୁ ଅନୁରୋଧ କରୁଛନ୍ତି ସରକାର । ବ୍ରିଟେନର ଲିବରଲ ଡେମୋକ୍ରେଟସର କହିବା ଅନୁଯାୟୀ ସିଙ୍ଗଲ ୟୁଜ୍ ସର୍ଜିକାଲ ମାସ୍କ ବ୍ୟବହାର ଦ୍ୱାରା ହେଉଥିବା ପ୍ଲାଷ୍ଟିକ ଓ୍ୱେଷ୍ଟ ପ୍ରକୃତି ପାଇଁ କ୍ଷତିକାରକ । ଏଭଳି ସ୍ଥିତିରେ ବିକଳ୍ପର ଆବଶ୍ୟକତା ରହିଛି ।

ଡିସ୍ପୋଜାଲ ମାସ୍କରେ ଥିବା ପ୍ଲାଷ୍ଟିକ ଜଳ ପ୍ରଦୂଷଣ କରୁଛି ଏହା ସହିତ ବନ୍ୟଜୀବନ ଉପରେ ପକାଉଛି ପ୍ରଭାବ । ଏଣେତେଣେ ପଡ଼ିଥିବା ଏହି ମାସ୍କକୁ ଖାଇ ସମସ୍ୟାରେ ପଡ଼ୁଛନ୍ତି ଜୀବଜନ୍ତୁ । ରିପୋର୍ଟ ଅନୁସାରେ ସର୍ଜିକାଲ ମାସ୍କରେ ସାଧାରଣତଃ ପ୍ଲାଷ୍ଟିକ ଥାଏ । ଏଭଳି ମାସ୍କ ପ୍ରସ୍ତୁତି ପାଇଁ ପଲିପ୍ରପିଲିନ ବ୍ୟବହାର ହୁଏ । ଯଦି ଆପଣ ସର୍ଜିକାଲ ମାସ୍କ ବ୍ୟବହାର କରୁଛନ୍ତି ତେବେ ଏହାକୁ ଏକ କଳାବ୍ୟାଗରେ ବାନ୍ଧି ଡଷ୍ଟବିନରେ ପକାନ୍ତୁ ବା ଲିଟର ବିନରେ ଫିଙ୍ଗନ୍ତୁ ।

Distraught black businesswoman wearing face mask while feeling frustrated during virus epidemic.

ଏହି ମାସ୍କକୁ ରି ସାଇକଲବିନରେ ପକାନ୍ତୁ ନାହିଁ । କାରଣ ଏହାକୁ ପାରମ୍ପରିକ ପୁନଃଚକ୍ରଣ ମାଧ୍ୟମରେ ନଷ୍ଟ କରାଯାଇପାରିବ ନାହିଁ । ଯଦି ଘର ବାହାରେ ଲିଟର ବିନ ନାହିଁ ତେବେ ଉକ୍ତ ମାସ୍କକୁ ଏକ କଳା ବ୍ୟାଗରେ ବାନ୍ଧି ଅଳିଆଗଦାରେ ଫିଙ୍ଗି ଦିଅନ୍ତୁ ।

ଗୋଟିଏ ପକ୍ଷରେ ମାସ୍କ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଅନ୍ୟ ପକ୍ଷରେ ସମୂଦ୍ର କୂଳରେ ଲକ୍ଷ ଲକ୍ଷ ମାସ୍କ ପଡ଼ିଥିବାର ନଜର ଆସିଛି । ଯାହା ପ୍ରାକୃତିକ ପରିବେଶ ପାଇଁ ଚିନ୍ତା ବଢାଇଛି । ତେବେ ଏହାକୁ ଖଣ୍ଡ ଖଣ୍ଡ କରି ଅଳିଆ ଗଦାରେ ଫିଙ୍ଗାଯାଇପାରିବ ।
ତେବେ ସିଙ୍ଗଲ ୟୁଜ ମାସ୍କ ପରିବର୍ତ୍ତେ ଏକାଧିକ ଥର ବ୍ୟବହାର ହେଉଥିବା ମାସ୍କ ବ୍ୟବହାର କରନ୍ତୁ । ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟମାନଙ୍କୁ ସୁରକ୍ଷିତ ରଖନ୍ତୁ ।

Leave a Reply