ମେ’ ୩ ତାରିଖର ଗଣିତ କଣ ? କଣ ପାଇଁ ମୋଦି ଏପ୍ରିଲ ୩୦ ବଦଳରେ ମେ ୩ ପର୍ଯ୍ୟନ୍ତ ବଢାଇଲେ ଲକଡାଉନ୍ ?

1 min read

ନୂଆଦିଲ୍ଲୀ: ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନର ଲକଡାଉନ ଘୋଷଣା କରିଥିଲେ ଯାହା ଆଜି ଶେଷ ହୋଇଛି । କିନ୍ତୁ ଆଜି ପ୍ରଧାନମନ୍ତ୍ରୀ ୨ୟ ପର୍ଯ୍ୟାୟ ଲକଡାଉନ୍ ଘୋଷଣା କରି ଏହାର ଅବଧି ୩ ମେ ପର୍ଯ୍ୟନ୍ତ ବଢାଇଛନ୍ତି । କିନ୍ତୁ ବହୁ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆଉ ୧୯ଦିନର ଲକଡାଉନ କଣ ଭାବି ଲାଗୁ କରିଛନ୍ତି । ତେବେ ପୂର୍ବରୁ ଏହା ୨ ସପ୍ତାହ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏମିତି ୧୯ଦିନିଆ ଲକ୍ ଡାଉନର କାରଣ ଖୋଜୁଛନ୍ତି ସମସ୍ତେ । କାହିଁକି ମୋଦି ମେ ୩ ଯାଏ ହିଁ ଲକଡାଉନ ଘୋଷଣା କଲେ । ଏହା ପଛର କାରଣ କଣ  ?

୩ମେ’ର ରହସ୍ୟ କଣ ?

ଯଦି ସରକାରୀ ସୁତ୍ରକୁ ମାନି ନିଆଯାଏ ତେବେ, ୩ ମେ ପର୍ଯ୍ୟନ୍ତ ଲକଡାଉନର ଅବଧି ବଢିବାର ନିଷ୍ପତ୍ତି କେନ୍ଦ୍ର ସରକାରଙ୍କର ନୁହେଁ ବରଂ ଏହା ରାଜ୍ୟ ସରକାରଙ୍କର । ଲକଡାଉନକୁ ଆସନ୍ତା ୩ ମେ ଯାଏଁ ବୃଦ୍ଧି କରିବାକୁ ରାଜ୍ୟମାନେ ମତ ଦେଇଥିଲେ । କେନ୍ଦ୍ର ସରକାର ଏପ୍ରିଲ ଶେଷ ପର୍ଯ୍ୟନ୍ତ  ହିଁ ଏହି ଲକଡାଉନ୍ ବଢାଇବାକୁ ଚାହୁଁଥିଲେ, କିନ୍ତୁ ମେ ୧ ହେଉଛି ବିଶ୍ୱ ଶ୍ରମିକ ଦିବସ ଛୁଟି, ତା’ପରେ ମେ ୨ ଶନିବାର ଏବଂ ମେ ୩ରେ ରବିବାର । ଏଭଳି ପରିସ୍ଥିତିରେ ରାଜ୍ୟଗୁଡ଼ିକ ଲକଡାଉନକୁ ତିନି ଦିନ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ।

୩ ଦିନରେ କ’ଣ ଲାଭ ମିଳିବ ?

ଅନେକ ଲୋକ ଏହା ମଧ୍ୟ ଯୁକ୍ତି କରିପାରନ୍ତି ଯେ, ଗତ ୩ ଦିନରେ ଏମିତି କଣ ହେବ, ଯାହା ଗତ ୨୧ ଦିନରେ ହୋଇନାହିଁ କିମ୍ବା ଆଗାମୀ ୧୬ ଦିନରେ ହୋଇପାରିବ ନାହିଁ । କହିବାକୁ ଗଲେ କରୋନା ଲକ୍ଷଣ ଚିହ୍ନଟ ହେବାକୁ ୭-୧୪ ଦିନ ଲାଗେ । ଏପରି ପରିସ୍ଥିତିରେ, ଯଦି ଏହି ୧୬ ଦିନରେ ୩ ଦିନ ଯୋଡାଯାଇଛି, ତେବେ ୧୯ ଦିନ ମିଳିଲା, ଯେଉଁଥିରେ କରୋନାଭାଇରସ ମାମଲା ଅଧିକ ସ୍ପଷ୍ଟ ହୋଇପାରିବ ।

Leave a Reply