ମଦ-ସିଗାରେଟ ଠାରୁ ଦୂରେଇ ରହିବା ପରେ ବି କାହିଁକି କିଡନୀ ଖରାପ ହୋଇଥାଏ, ଏହାର ସମାଧାନ କ’ଣ?

1 min read

ସାଧାରଣ ଭାବେ ମଦ୍ୟପାନ ଓ ସିଗାରେଟ ସେବନ କରିବା ଫଳରେ ଆମର କିଡନୀ ଖରାପ ହୋଇଥାଏ । ତେବେ କେବଳ ମଦ-ସିଗାରେଟ ସେବନ କରିବା ଦ୍ବାରା କିଡନୀ ଖରାପ ହୋଇନଥାଏ । ଅନ୍ୟ କିଛି କାରଣ ପାଇଁ ମଧ୍ୟ ଆମର କିଡନୀ ଖରାପ ହୋଇଥାଏ । କିଡନୀ ଆମ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ, ତେଣୁ ଏହାର ଯତ୍ନ ନେବା ନିହାତି ଜରୁରୀ । କିଡନୀ ଆମର ରକ୍ତକୁ ପରିଷ୍କାର ରଖିବା ସହ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ ଓ ଶରୀରରେ ପାଣି, ମିନେରାଲ୍ସର ବାଲାନ୍ସ କରିଥାଏ । ମାତ୍ର ଅନେକ ସମୟରେ ଦେଖାଯାଇଥାଏ ଯେ, କିଛି ଲୋକ ମଦ-ସିଗାରେଟ ଠାରୁ ଦୂରେଇ ରହିବା, ହେଲଦୀ ଡାଏଟ ନେବା, ବ୍ୟାୟାମ କରିବା ପରେ ବି ସେମାନଙ୍କର କିଡନୀ ଖରାପ ହୋଇଯାଇଥାଏ । ତେଣୁ ବିଶ୍ବ କିଡନୀ ଦିବସ ଅବସରରେ ଏହା ପଛର କାରଣ ଜାଣିବା ନିହାତି ଜରୁରୀ ।

ଶରୀରରୁ ଟକ୍ସିନ ବାହାର କରିବା ପାଇଁ ପର୍ଯ୍ୟାପ୍ତ ପାଣି ପିଇବା ନିହାତି ଜରୁରୀ । ତେଣୁ କମ୍ ପାଣି ପିଇଲେ ତାହା କିଡନୀ ଉପରେ ଚାପ ସୃଷ୍ଟି କରିଥାଏ ଓ ଧୀରେଧୀରେ ତା’ର କାର୍ଯ୍ୟକ୍ଷମତା ପ୍ରଭାବିତ ହୋଇଥାଏ । ହାଇ ବ୍ଲଡ ଶୁଗର ଓ ବ୍ଲଡ ପ୍ରେସର କିଡନୀ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଯଦି ଏଗୁଡ଼ିକୁ ନିୟନ୍ତ୍ରଣରେ ନ ନିଆଯାଏ, ତେବେ ଧୀରେଧୀରେ  କିଡନୀ ଫେଲ ହେବାର ଆଶଙ୍କା ରହିଥାଏ । ଦୈନିକ ଖାଦ୍ୟରେ ଅଧିକ ଲୁଣର ବ୍ୟବହାର ବ୍ଲଡ ପ୍ରେସର ବଢ଼ାଇଥାଏ ଓ କିଡନୀ ଉପରେ ଚାପ ବଢ଼ାଇଥାଏ । ପ୍ରୋସେସଡ ଫୁଡ ଓ ଜଙ୍କ ଫଡ ଖାଇବା ଫଳରେ କିଡନୀକୁ କ୍ଷତି ପହଞ୍ଚିଥାଏ । ମୁଣ୍ଡବ୍ୟଥା ପରି କିଛି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆବଶ୍ୟକତା ଠାରୁ ଅଧିକ ପେନକିଲର ନେବା କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ । ଯେଉଁମାନେ ଅଧିକ ସମୟ ଧରି ବସି ରୁନ୍ତି, ବ୍ୟାୟାମ କରନ୍ତି ନାହିଁ, ପର୍ଯ୍ୟାପ୍ତ ନିଦ ନିଅନ୍ତି ନାହିଁ, ସେମାନଙ୍କ କିଡନୀ ପ୍ରଭାବିତ ହୋଇଥାଏ । ଆବଶ୍ୟକତା ଠାରୁ ଅଧିକ ପ୍ରୋଟିନ ନେବା କିଡନୀ ଉପରେ ପ୍ରଭାବ ପକାଇଥାଏ । ରେଡ ମିଟ ଓ ଡାଇଟ ସପ୍ଲିମେଟ ଅଧିକ ସେବନ କରୁଥିଲେ ସତର୍କ ରହିବା ଜରୁରୀ । ଯଦି ପରିବାରରେ କାହାକୁ କିଡନୀ ବିମାରୀ ହୋଇଥାଏ, ତେବେ ପରବର୍ତ୍ତୀ ପୀଢ଼ି ଏହାଦ୍ବାରା ପ୍ରଭାବିତ ହୋଇପାରନ୍ତି ।