IIT ବାବାଙ୍କ ଆଖିରେ ଲୁହ, ଜାଣନ୍ତୁ କାହିଁକି କାନ୍ଦିଲେ ?
1 min readନନ୍ଦିଘୋଷ ବ୍ୟୁରୋ: କୁମ୍ଭମେଳାଙ୍କୁ ଆସିଥିବା IIT ବାବା ବେଶ ଭାଇରାଲ ହୋଇଛନ୍ତି । ତାଙ୍କୁ ନେଇ ଗଣମାଧ୍ୟମରେ ବହୁ ଖବରମାନ ପ୍ରକାଶ କରାଯାଉଥିବାବେଳେ ଏବେ ସେ କାନ୍ଦୁଥିବାର ଏକ ଭିଡିଓ ସାମନାକୁ ଆସିଛି । ତେବେ ସେ କହିଛନ୍ତି କି ମୁଁ IIT ବାବା ବୋଲି ସମ୍ବୋଧନକୁ ପସନ୍ଦ କରୁନି । ମୋତେ ଏହି ନାମରେ ଦୟାକରି ସମ୍ବୋଧନ କରନ୍ତୁ ନାହିଁ । ମୁଁ ପୂର୍ବରୁ ଯେଭଳି ଥିଲି ସେମିତି ରହିବା ପାଇଁ ଚାହୁଁଛି । ମୋତେ କେହି ଚିହ୍ନି ନଥିଲେ ମୁଁ ସେମିତି ରହିବା ପାଇଁ ଚାହୁଁଛି । କିନ୍ତୁ IIT ବାବାର ଟ୍ୟାଗ ଲଗାଇବା ପରେ ଲୋକେ ମୋତେ ସେହି ନାମରେ ସମ୍ବୋଧନ କରୁଛନ୍ତି । ଯାହାକି ମୋତେ ଜମା ଭଲ ଲାଗୁନି । ଏପରିକି ତାଙ୍କ ବାପାଙ୍କ ଦୁଃଖ କଥା ଶୁଣିବା ପରେ ମଧ୍ୟ କଷ୍ଟ ଅନୁଭବ କରିଛନ୍ତି । ଏହାସହ ସେ କହିଛନ୍ତି କି, ମୁଁ ପୂର୍ବରୁ ମଧ୍ୟ ଦୁଃଖରେ ରହୁଥିଲି ଏବଂ କାନ୍ଦୁଥିଲି କିନ୍ତୁ କେହି ଜାଣି ପାରୁନଥିଲେ । ଏବେ ଭାଇରାଲ ହେବା ପରେ ସବୁ ଅସୁବିଧା ହେଉଛି ।