କାହିଁକି ଏକାକି ଶପଥ ଗ୍ରହଣ କରିବେ ହେମନ୍ତ ସୋରେନ ? ମନ୍ତ୍ରୀ ମଣ୍ଡଳରେ କାହାକୁ ମିଳିବ ସ୍ଥାନ ?

ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ହେମନ୍ତ ସୋରେନ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ମନ୍ତ୍ରୀ ମଣ୍ଡଳର ଅନ୍ୟ କୌଣସି ସଦସ୍ୟ ଶପଥ ନେବେ ନାହିଁ । ଏପରିକି କେଉଁମାନେ ମନ୍ତ୍ରୀହେବେ ସେ ନେଇ ମଧ୍ୟ କୌଣସି ସ୍ପଷ୍ଠ ହୋଇନାହିଁ । ଏଭଳି ଏକ ସମୟରେ ଏବେ ଏକା ଶପଥ ନେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ୨୦୧୯ରେ କିନ୍ତୁ ହେମନ୍ତଙ୍କ ସହ ୩ଜଣ ମନ୍ତ୍ରୀ ଶପଥ ନେଇଥିଲେ । ଏଥରକ କିନ୍ତୁ କେବଳ ଏକାକୀ ହେମନ୍ତ ଶପଥ ନେଉଛନ୍ତି । ଏହା ପଛରେ କଣ ରାଜନୈତିକ ଉଦ୍ଦେଶ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ଝାଡ଼ଖଣ୍ଡରେ ଏବେ ୪ ଦଳ ମିଶି ସରକାର ଗଢ଼ିଛନ୍ତି । କ୍ୟାବିନେଟରେ ୧୨ଟି ସିଟ୍ ରହିଥିବାବେଳେ ଜେଏମଏମ କେବଳ ୭ଟି ରଖିବା ପାଇଁ ଚାହୁଁଛି । ସେପଟେ ପୂର୍ବଭଳି କଂଗ୍ରେସ ୪ଟି ଆସନ ନେବାକୁ ମଧ୍ୟ ଜିଦ୍ ଧରି ବସିଛି । ବାକି ଦଳମାନେ ନିଜର ଦାବି ରଖିଥିବାବେଳେ ଏହାକୁ ନେଇ ଭାଗ ବଣ୍ଟା ଛିଣ୍ଡିନଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

କୁହାଯାଉଛି କି, ହେମନ୍ତ ସୋରେନ ୨୦୧୯ ଅପେକ୍ଷା ଚଳିତ ନିର୍ବାଚନରେ ଅଧିକ ଶକ୍ତିଶାଳି ହୋଇଛି । ଏଥର ସରକାର ଗଠନରେ କିଙ୍ଗ ମେକର ମଧ୍ୟ ସାଜିଛି । ତେବେ ହେମନ୍ତ ଚାହୁଁଛନ୍ତି ଏକାସାଙ୍ଗେ ସମସ୍ତ ମନ୍ତ୍ରୀ ଶପଥ ନିଅନ୍ତୁ । ମାତ୍ର ଏଯାବତ କୌଣସି ସ୍ପଷ୍ଠ ସୂଚନା ମିଳିପାରିନାହିଁ ।