ପୁରୀ: ବିନା ଭକ୍ତ ଓ ସୀମିତ ସେବାୟତରେ ଚାଲିଛି ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା । ତେବେ, ଚଳିତଥର ଶ୍ରୀଜୀଉ ୧୦୮ ଗରା ସୁବାସିତ ଜଳରେ ଗାଧୋଇବା ପରେ ପୁରୀ ଗଜପତି ମହାରାଜା ଛେରାପହଁରା କରିନାହାଁନ୍ତି । ଗଜପତି ଦିବ୍ୟସିଂହ ଦେବଙ୍କ ସ୍ଥାନରେ ତାଙ୍କ ପତିନିଧି ମୁଦିରସ୍ତ ଛେରାପହଁରା କାର୍ଯ୍ୟ ସମ୍ପାଦନ କରିଛନ୍ତି ।
ଗଜପତି କାହିଁକି ଛେରାପହଁରା କରିବାକୁ ଆସିଲେନି ସେ ପ୍ରତିକ୍ରିୟା ରଖିଛନ୍ତି । ସରକାରଙ୍କ ଲକ୍ଡାଉନ ନିୟମ ବଳବତ୍ତର ଥିବାରୁ ଯୋଗଦେଲେନି । ୭ରୁ ଅଧିକ ଲୋକଙ୍କୁ ମନ୍ଦିର ବାହାରେ ଏକାଠି ହେବାକୁ ଅନୁମତି ନାହିଁ । ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି । ତେଣୁ ସେ ଛେରାପହଁରା କରିବାକୁ ଆସି ନଥିବା କହିଛନ୍ତି ।
ଏହାକୁ ଶ୍ରୀମନ୍ଦିର ଇତିହାସରେ ଦ୍ୱିତୀୟ ଘଟଣା ବୋଲି ଗଜପତି କହିଛନ୍ତି । ଏହାପୂର୍ବରୁ ୧୯୭୬ରେ ଗଜପତି ଛେରାପହଁରା କରିନଥିଲେ । ସେତେବେଳେ ଗଜପତି ଦିବ୍ୟସିଂହ ଦେବ ଆମେରିକାରେ LLM ପଢ଼ୁଥିଲେ ।
ବଡ଼ଦାଣ୍ଡରେ ରହିବନି ଭକ୍ତଙ୍କ ଭିଡ, ସେବକଙ୍କ ଗହଣରେ ହେବ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନଯାତ୍ରା

