କାହିଁକି ମହିଳାଙ୍କୁ ମୋହରା କରୁଛନ୍ତି ନିଶା ମାଫିଆ ?

Why Drug Peddler Targeting Women In Slum Of Bhubaneswar For Brown Sugar Sell

ଭୁବନେଶ୍ୱର: ନିଶା କବଳରେ ଭୁବନେଶ୍ୱର । ପୁରୁଷ ଅପେକ୍ଷା ନିଶା କାରାବାରରେ ମାତିଛନ୍ତି ମହିଳା । ପୋଲିସର ସନ୍ଦେହୀ ଆଖିକୁ ଚକମା ଦେବା ପାଇଁ ମହିଳାଙ୍କୁ ଢାଲ କରୁଛନ୍ତି ମାଫିଆ । ବସ୍ତିର ଗଳି କନ୍ଦିରେ କରୁଛନ୍ତି କାରବାର । ଏଥିରେ ରୋକ୍ ଲଗାଇବା ପାଇଁ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ ପରେ ଅବକାରୀ ସ୍କ୍ୱାଡ୍ କରିଛି ସ୍ପେଶାଲ ଡ୍ରାଇଭ୍ । ଗତ ୭ ଦିନରେ ୧୦ଟି ମାମଲା ରଜୁ ହୋଇଥିବା କେବଳ ୫ ମହିଳାଙ୍କୁ ଗରିଫ କରିଛି ଅବକାରୀ ଟିମ୍ ।

Why Drug Peddler Targeting Women In Slum Of Bhubaneswar For Brown Sugar Sell

ରାଜଧାନୀରେ ବଦଳିଛି ବ୍ରାଉନସୁଗାର ବେପାର ତରିକା । କେତେବେଳେ ଗାଡ଼ିର ହେଡ୍ ଲାଇଟରେ ତ ଆଉ କେତେ ବେଳେ ପରିବା ବ୍ୟାଗରେ । ଧଳା ଜହର ଧନ୍ଦାର ମଙ୍ଗ ଧରିଛନ୍ତି ମହିଳା ବେପାରୀ । ବସ୍ତି ଓ ଗଳି କନ୍ଦିରେ ମାତିଛନ୍ତି ନିଶାରାଣୀ । ମହିଳାଙ୍କ ମାୟାରେ ଗ୍ରାହକ ହେଉଛନ୍ତି ମୋହ । ସପ୍ତାହକରେ ବନ୍ଧା ହେଲେଣି ୫ ନିଶା କୁଇନ୍ । କିଏ କରଜ ଶୁଝିବାକୁ ତ ଆଉ କିଏ ନିଶା କାରବାରରେ ଜେଲ୍ ଯାଇଥିବା ସ୍ୱାମୀ ଓ ପରିବାର ଲୋକଙ୍କୁ ଜାମିନରେ ଆଣିବାକୁ ବିକୁଛନ୍ତି ବିଷ ।

Why Drug Peddler Targeting Women In Slum Of Bhubaneswar For Brown Sugar Sell

୧୦ ମାମଲା, ୫ ଗିରଫ

ତାରିଖ ସ୍ଥାନ ଗିରଫ ଜବତ ନିଶା ସାମଗ୍ରୀ
ଏପ୍ରିଲ ୨୦, ୨୦୨୨   ନୟାପଲ୍ଲୀ ହାଟିଆଶୁଣି ବସ୍ତି  ଅନୁପମା ପ୍ରଧାନ  ୫୬ ଗ୍ରାମ ବ୍ରାଉନସୁଗାର
ଏପ୍ରିଲ ୨୧, ୨୦୨୨  କ୍ୟାପିଟାଲ ଥାନା ନାରାୟଣୀ ବସ୍ତି ରଞ୍ଜୁ ନାୟକ ଗିରଫ ୬୩ ଗ୍ରାମ ବ୍ରାଉନସୁଗାର
ଏପ୍ରିଲ ୨୧,୨୦୨୨  ବଡଗଡ ଥାନା ଉପର ସାହି ରୀନା ପ୍ରଧାନ ୨୫ କେଜି ଗଞ୍ଜେଇ
ଏପ୍ରିଲ ୨୫,୨୦୨୨ ଖଣ୍ଡଗିରି ବରବାରି ବସ୍ତି  ଐଶ୍ୱର୍ଯ୍ୟା ମହାପାତ୍ର ଓ କୁନା ମହାନ୍ତି  ୫୬ ଗ୍ରାମ ବ୍ରାଉନସୁଗାର ଓ ମଦ

କାହିଁକି ମହିଳାଙ୍କୁ ମୋହରା କରୁଛନ୍ତି ନିଶା ମାଫିଆ ? ବସ୍ତି ଅଞ୍ଚଳରେ ମହିଳା ମାନେ ବ୍ରାଉନସୁଗାର ବିକ୍ରି କରୁଥିବାରୁ କଲେଜ ଛାତ୍ର, ଯୁବକମାନେ ତାଙ୍କ ଠାରୁ କିଣିଥାନ୍ତି । ଅଳ୍ପ ପରିମାଣରେ ସାମଗ୍ରୀ ହୋଇଥିବାରୁ ମହିଳା ନିଶା ବେପାରୀ ମାନେ ଲୁଚାଇ ରଖିବାକୁ ସୁବିଧା ହୋଇଥାଏ । ତେଣୁ ସହଜରେ ସନ୍ଦେହ ଘେରକୁ ଆସନ୍ତି ନାହିଁ । ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ ଟିମ୍ ସ୍ପେଶାଲ ଡ୍ରାଇଭ କରୁଛି । ୭ ଦିନରେ ୩୬ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୩୩୨ ଗ୍ରାମ ବ୍ରାଉନସୁଗର ଓ ନଗଦ ୪୯ ହଜାର ଟଙ୍କା ଜବତ ହୋଇଛି । ସେପଟେ ବସ୍ତିରେ ଶିକ୍ଷା ଓ ସଚତେନତାର ଆବଶ୍ୟକତା ରହୁଛି । କମ୍ ସମୟରେ ମୋଟା ଅଙ୍କର ଟଙ୍କା ରୋଜଗାର ଲୋଭ ନିଶା କାରବାର ଭଳି ବାଟକୁ ବାଛୁଛନ୍ତି ମହିଳା ।

Why Drug Peddler Targeting Women In Slum Of Bhubaneswar For Brown Sugar Sell

୨୦୨୧ରେ ନିଶା କାରବାର ନେଇ ୨୧ଟି ମାମଲା ରୁଜୁ ହୋଇଥିବା ବେଳେ ୨୪ ଜଣ ଗିରଫ ହୋଇଥିଲେ । ସେମାନଙ୍କ ଭିତରେ ୧୨ ଜଣ ମହିଳା ନିଶା ବେପାରୀ ଥିଲେ । ଚଳିତ ବର୍ଷ ଆରମ୍ଭରୁ ୧୦ଟି ମାମଲା ରୁଜୁ ହୋଇଥିବା ବେଳେ ଏବେ ସୁଦ୍ଧା ୫ ଜଣ ମହିଳା ଗିରଫ ହୋଇଛନ୍ତି ।