spot_img

Latest Posts

ଡାଇବେଟିସ କି ସଂକ୍ରମଣ ନାହିଁ, ତଥାପି କାହିଁକି ବାରମ୍ବାର ପରିସ୍ରା ଆସିଥାଏ ?

କିଛି ଲୋକ ବାରମ୍ବାର ପରିସ୍ରା ଆସିବାକୁ ନେଇ ଚିନ୍ତାରେ ରହିଥାନ୍ତି । ଯାଞ୍ଚରେ ନା ଡାଇବେଟିସ ନା ସଂକ୍ରମଣର ସଙ୍କେତ ମିଳିଥାଏ । ଏପରି ସ୍ଥଳେ ଏହାର କାରଣ ଓଭରଆକ୍ଟିଭ ବ୍ଲାଡର ସିଣ୍ଡ୍ରୋମ ହୋଇପାରେ । ତେଣୁ ଏହା ପଛର କାରଣ କ’ଣ ବୋଲି ପ୍ରଶ୍ନ ଉଠିଥାଏ । ପ୍ରକୃତ କଥା ହେଉଛି, ଏହି ସମସ୍ୟା କେବଳ ଶାରୀରିକ ବିମାରୀ ଦ୍ବାରା ହୋଇନଥାଏ, ବରଂ ବ୍ଲାଡର କାମ କରିବାର ତରିକା ସହ ଜଡ଼ିତ ରହିଥାଏ । ଯେତେବେଳେ ବ୍ଲାଡର ଆବଶ୍ୟକତା ଠାରୁ ଅଧିକ ଆକ୍ଟିଭ ହୋଇଥାଏ, କିଛି ପରିମାଣର ପରିସ୍ରା ଭରିବା ପରେ ହିଁ ବ୍ରେନକୁ ବାରମ୍ବାର ସଙ୍କେତ ମିଳିଥାଏ । ଏପରି ସ୍ଥିତିକୁ ଓଭରଆକ୍ଟିଭ ବ୍ଲାଡର ସିଣ୍ଡ୍ରୋମ କୁହାଯାଇଥାଏ ।

ଏହି ସମସ୍ୟା ପୁରୁଷ ଓ ମହିଳା ଉଭୟଙ୍କ ଠାରେ ଦେଖିବାକୁ ମିଳିଥାଏ । ବୟସ ବଢ଼ିବା ସହିତ ଏହି ବିପଦ ବଢ଼ି ଯାଇଥାଏ । ସଠିକ୍ ସମୟରେ ଏହାକୁ ବୁଝିବା ଓ ଚିହ୍ନଟ କରିବା ଜରୁରୀ । ଦୈନନ୍ଦିନ କାର୍ଯ୍ୟ ଉପରେ ଏହାର ପ୍ରଭାବ ଯେପରି ନପଡ଼େ, ସେଥିପ୍ରତି ଧ୍ୟାନ ଦେବା ଜରୁରୀ । କିଛି ଲୋକଙ୍କ ଠାରେ ହର୍ମୋନଲ ପରିବର୍ତ୍ତନ, ବିଶେଷକରି ମହିଳାଙ୍କ ଠାରେ ମନୋପଜ ପରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ । ଦୀର୍ଘ ସମୟ ଧରି ପରିସ୍ରାକୁ ରୋକିବାର ଅଭ୍ୟାସ, ମୋଟାପା, ଶାରୀରିକ ଆକ୍ଟିଭିଟିର କମ୍ କାରଣରୁ ଏହା ହୋଇପାରେ । ଅନେକ ସମୟରେ ମେରୁଦଣ୍ଡ ହାଡ଼ ବା ନର୍ଭସ ସିଷ୍ଟମ ସହ ଜଡ଼ିତ ସମସ୍ୟା ମଧ୍ୟ ବ୍ଲାଡରର ସିଗନାଲକୁ ପ୍ରଭାବିତ କରିଥାଏ, ଫଳରେ ବାରମ୍ବାର ୟୁରିନ ଆସିଥାଏ ।

ଏହି ସମସ୍ୟାରେ କେବଳ ବାରମ୍ବାର ପରିସ୍ରା ଆସିନଥାଏ, ବରଂ ଅଚାନକ ଦ୍ରୁତ ୟୁରିନ ଆସିବାର ଇଚ୍ଛା ମଧ୍ୟ ହୋଇଥାଏ । ଅନେକ ସମୟରେ ପରିସ୍ରା ରୋକିବା ମୁସ୍କିଲ ହୋଇଯାଇଥାଏ । ରାତିରେ ବାରମ୍ବାର ନିଦରୁ  ଉଠି ପରିସ୍ରା ଯିବାକୁ ପଡ଼ିପାରେ । କିଛି ଲୋକଙ୍କୁ ବ୍ଲାଡର ପୂରା ଖାଲି ନ ହେବାର ଅନୁଭବ ମଧ୍ୟ ହୋଇଥାଏ । ଏହି ସ୍ଥିତି ବ୍ୟକତିର ନିଦ, କାମ ଓ ସାମାଜିକ ଜୀବନକୁ ପ୍ରଭାବିତ କରିପାରେ । ଏଥିରୁ ବର୍ତ୍ତିବାକୁ ହେଲେ କଫିନ ଓ ସଫ୍ଟ ଡ୍ରିଙ୍କ ସେବନ କମ୍ କରନ୍ତୁ, ଠିକ୍ ସମୟରେ ଓ ସନ୍ତୁଳିତ ମାତ୍ରାରେ ପାଣି ପିଅନ୍ତୁ । ପରିସ୍ରା ରୋକିବର ଅଭ୍ୟାସ କରନ୍ତୁ ନାହିଁ, ଚାପ କମ୍ କରିବା ପାଇଁ ଯୋଗ ଓ ଧ୍ୟାନ କରନ୍ତୁ । ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ ।

Latest Posts

Don't Miss