ଶିଶୁ ଓ ବୟସ୍କଙ୍କୁ କାହିଁକି ଭିନ୍ନ ଭାବେ ପ୍ରଭାବିତ କରେ କରୋନା ଭାଇରସ୍ ?

Why does Coronavirus affect children and adults differently?

ନୂଆଦିଲ୍ଲୀ: ଯେତେବେଳେ କୌଣସି ଫ୍ଳୁ କିମ୍ବା ଭାଇରାଲ ଇନ୍ଫେକ୍ସନ୍ ହେଲେ ଛୋଟ ଶିଶୁଙ୍କୁ ଅଧିକ ବିପଦ ଥାଏ । କେବଳ ଯେ ଛୋଟ ଛୁଆ ଅସୁସ୍ଥ ହୁଅନ୍ତି ତା ନୁହେଁ । ଭାଇରସ୍ ଦ୍ୱାରା ପରିବାରରୁ ଗୋଷ୍ଠୀ ସବୁଠି ସଂକ୍ରମଣ ବ୍ୟାପେ । କିନ୍ତୁ, ବିଶ୍ୱସ୍ତରରେ ଅଧ୍ୟୟନରୁ ଜଣାପଡ଼ିଛି ମହାମାରୀ କରୋନା ପିଲାମାନଙ୍କ ଠାରେ ଖରାପ ଗୁଣକୁ ବନ୍ଦ କରି ଦେଉଛି । ଏବଂ ସେମାନଙ୍କ କରୋନାର କୌଣସି ଲକ୍ଷଣ ଦେଖାଯାଉନାହିଁ । ଏପରିକି ଏହା ଦ୍ୱାରା ଭାଇରସ୍ ଶକ୍ତିଶାଳୀ ହେଉଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି ।

ଚୀନର ବୁହାନରୁ ପ୍ରଥମେ କରୋନା ସଂକ୍ରମଣ ହୋଇ ଦୁନିଆରେ ବ୍ୟାପିଥିଲା । ଚୀନରେ ୨ ହଜାର ୧୪୩ ଜଣ ଶିଶୁଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା । ଯେଉଁଥିରେ ୭୩୧ ଜଣ କରୋନା ସଂକ୍ରମିତ ଶିଶୁଥିବା ବେଳେ ଅବଶିଷ୍ଟ କରୋନା ସନ୍ଦିଗ୍ଧ ଥିଲେ । ଯେଉଁମାନଙ୍କ ମଧ୍ୟରୁ ୯୦ ପ୍ରତିଶତଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥିଲା କିମ୍ବା କାଶ, ଜ୍ୱର ଭଲି ସ୍ୱଳ୍ପ ଲକ୍ଷଣ ଦେଖା ଯାଉଥିଲା ।ଆମେରିକାର ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ ତଥ୍ୟ ଅନୁସାରେ, ଏପ୍ରିଲ ୨୦୨୦ରେ ଆମେରିକାରେ ୧.୭ ପ୍ରତିଶତ କରୋନା ସଂକ୍ରମିତ ମାମଲା ୧୮ ବର୍ଷରୁ କମ୍ ବୟସ୍କଙ୍କ ଠାରେ ଦେଖା ଯାଇଥିଲା । ସେଥିରୁ ମାତ୍ର ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ତଥ୍ୟ କହୁଛି । ଇଟାଲୀରେ କରାଯାଇଥିବା ଅଧ୍ୟୟନ ମଧ୍ୟ ସମାନ କଥା ଦର୍ଶାଉଛି ।

ତେବେ, କରୋନା ଭାଇରସର ଦୀର୍ଘ ପ୍ରଭାବ ଶିଶୁମାନଙ୍କ ଠାରେ କଣ ରହିବ ? ଯେଉଁମାନଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ ଓ ସେମାନେ ସଂକ୍ରମିତ ହୋଇଛନ୍ତି । ଭାଇରସ ସେମାନଙ୍କୁ ଅତ୍ୟଧିକ ଭାବେ ପ୍ରଭାବିତ କରିବ କି ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHOର ଅନୁଧ୍ୟାନକାରୀ ମଧ୍ୟ ଅଧ୍ୟୟନରୁ ଠୋସ୍ ତଥ୍ୟ ପାଇନାହାଁନ୍ତି ।

ଅଧିକାଂଶ ଶିଶୁ ସଂକ୍ରମିତ ହେବା ପରେ କରୋନାରୁ ସୁସ୍ଥ ହୋଇଛନ୍ତି । କେତକ ନିର୍ଦ୍ଦିଷ୍ଟ କେସରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଛି । ଯାହାକୁ ମଲ୍ଟିସିଷ୍ଟମ ଇନଫ୍ଲାମାଟୋରି ସିଣ୍ଡ୍ରମ୍ (MIS-C) କୁହାଯାଏ । ଏହା ହୃଦୟ, ଫୁସଫୁସ୍ ଓ ଅନ୍ୟ ଅଙ୍ଗକୁ ପ୍ରଭାବିତ କରେ । ଅନେକ ସମୟରେ ଆକ୍ରାନ୍ତ ଶିଶୁ ମଧ୍ୟ ସୁସ୍ଥ ହୋଇଛନ୍ତି ।

ରୂପ ବଦଳାଉଛି କି କରୋନା ! ବେକାର ଯିବ ଭ୍ୟାକ୍ସିନ୍ ?

Leave a Reply

ନଜର ପକାନ୍ତୁ