ମାଇଲଖୁଣ୍ଟର ରଙ୍ଗ ଭିନ୍ନ ଭିନ୍ନ କାହିଁକି?

1 min read

ନୂଆଦିଲ୍ଲୀ: ବୁଲା ବୁଲି କରିବାକୁ ପ୍ରାୟ ସମସ୍ତେ ଭଲ ପାଅନ୍ତି । ରୋଡ୍ ଟ୍ରିପ୍ ହେଲେ ତ’ ତା ମଜା ଆହୁରି ନିଆରା । ଯଦି ଆପଣ କେବେ ରୋଡ୍ ଟ୍ରିପ୍‌ରେ ଯାଇଥିବେ ତେବେ ଆପଣଙ୍କ ନଜରରେ ମାଇଲଷ୍ଟୋନ୍ ବା ମାଇଲଖୁଣ୍ଟ ନିଶ୍ଚେ ଆସିଥିବ । ହେଲେ ଆପଣ ଜାଣନ୍ତି କି ଏହି ମାଇଲଷ୍ଟୋନ୍ ଗୁଡ଼ିକର ରଙ୍ଗ ଭିନ୍ନ ଭିନ୍ନ କାହିଁକି । କେଉଁ ରଙ୍ଗର ମାଇଲ ଷ୍ଟୋନ୍ କ’ଣ ଇଙ୍ଗିତ କରିଥାଏ ।

ଆମେରିକା ପରେ ଆମ ଦେଶର ରୋଡ୍ ନେଟଓ୍ୱର୍କ ବିଶ୍ୱରେ ସର୍ବବୃହତ । ପ୍ରାୟ ୫୮ ଲକ୍ଷ ୯୭ ହଜାର ୬୭୧ କିଲୋମିଟର ରୋଡ୍ ଆମ ଦେଶରେ ବିଛେଇ ହୋଇଛି । ହୁଏତ ଆଉ କିଛି ବର୍ଷ ପରେ ଏହା ଆମେରିକାକୁ ମଧ୍ୟ ଟପିଯିବ । ଆମ ଦେଶରେ ୫ ପ୍ରକାରର ରୋଡ୍ ରହିଛି । ଏକ୍ସପ୍ରେସ୍ ଓ୍ୱେ, ନ୍ୟାସନାଲ ହାଇଓ୍ୱେ ବା ଜାତୀୟ ରାଜପଥ, ଷ୍ଟେଟ୍ ହାଇଓ୍ୱେ ବା ରାଜ୍ୟ ରାଜପଥ , ଜିଲ୍ଲା ରାଜପଥ ଓ ଗ୍ରାମୀଣ ରୋଡ । ଦେଶରେ ପ୍ରାୟ ୧୬୮୨ କିଲୋମିଟରର ଏକ୍ସପ୍ରେସ ଓ୍ୱେ ରହିଛି । ଯାହା ୨ ଟି ବଡ଼ ବଡ଼ ସହରକୁ ସଂଯୋଗ କରିଥାଏ । ଯେମିତି କି ୟୁପି-ଦାସନା ଏକ୍ସପ୍ରେସ ଓ୍ୱେ । ଏହି ଏକ୍ସପ୍ରେସ ଓ୍ୱେ ଗୁଡ଼ିକ ଦେଶର ସବୁଠାରୁ ଓସାରିଆ ରୋଡ୍ । ଏହା ୮ ଲେନ୍ରୁ ବି ଅଧିକ ହୋଇଥାଏ । ଏହା ପରେ ରହିଛି ଜାତୀୟ ରାଜପଥ ବା ନ୍ୟାସନାଲ ହାଇଓ୍ୱେ । ଦେଶରେ ପ୍ରାୟ ୧ଲକ୍ଷ ୫୧ ହଜାରରୁ ଊର୍ଦ୍ଧ୍ୱ କିଲୋମିଟରର ନ୍ୟାସନାଲ ହାଇଓ୍ୱେ ରହିଛି । ଜାତୀୟ ରାଜପଥ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ, ନର୍ଥ-ସାଉଥ ନ୍ୟାସନାଲ ହାଇଓ୍ୱେ ଓ ଇଷ୍ଟ-ଓ୍ୱେଷ୍ଟ ନ୍ୟାସନାଲ ହାଇଓ୍ୱେ । ନର୍ଥ-ସାଉଥ ହାଇଓ୍ୱେର ନମ୍ୱର ଗୁଡ଼ିକ ଇଭେନ୍ ହୋଇଥିବା ବେଳେ ଇଷ୍ଟ-ଓ୍ୱେଷ୍ଟ ହାଇଓ୍ୱେ ରୋଡ୍ ଗୁଡ଼ିକର ନମ୍ୱର ଅଡ୍ ହୋଇଥାଏ । ଏହା ପରେ ରହିଛି ରାଜ୍ୟ ରାଜପଥ । ଯାହା ରାଜ୍ୟ ମଧ୍ୟରେ ଦୁଇଟି ସହରକୁ ଯୋଡ଼ିଥାଏ । ଏବଂ ଏହା ଜାତୀୟ ରାଜପଥ ସହ ମଧ୍ୟ ସଂଲଗ୍ନ । ଦେଶରେ ମୋଟ ୧ଲକ୍ଷ ୭୬ ହଜାର ୧୬୬ କିଲୋମିଟର ଲମ୍ୱର ରାଜ୍ୟ ରାଜପଥ ରହିଥିବା ବେଳେ ମହାରାଷ୍ଟ୍ରରେ ସବୁଠାରୁ ଅଧିକ ରାଜ୍ୟ ରାଜପଥ ରହିଛି । ଏହା ପରେ ରହିଛି ଜିଲ୍ଲା ରାଜପଥ ଓ ଗ୍ରାମୀଣ ରାସ୍ତା । ଦେଶରେ ମୋଟ ୫୮ ହଜାର ୯୭ ହଜାର କିଲୋମିଟର ରାଜପଥ ରହିଛି ଯାହା ଜିଲ୍ଲା ପ୍ରଶାସନ ଅଧିନ ବା ଏହାର ରକ୍ଷଣା ବେକ୍ଷଣ ଜିଲ୍ଲା ପ୍ରଶାସନ କରିଥାଏ । ଏହା ପରେ ରହିଛି ଗ୍ରାମୀଣ ରୋଡ । ଯାହାକୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ଅନୁଯାୟୀ ନିର୍ମାଣ କରାଯାଇଥାଏ । ଏବଂ ଦେଶରେ ମୋଟ ୫ ଲକ୍ଷ ୬୧ ହଜାର କିଲୋମିଟର ବିଶିଷ୍ଟ ଗ୍ରାମୀଣ ରୋଡ ରହିଛି । ଏବେ ଆସନ୍ତୁ ଜାଣିବା ଏହି ରୋଡରେ ଥିବା ମାଇଲଷ୍ଟୋନ୍ର ରଙ୍ଗ କ’ଣ ଦର୍ଶାଇଥାଏ । ଯଦି ମାଇଲଷ୍ଟୋନ୍ର ଉପର ପାର୍ଶ୍ୱର ରଙ୍ଗ ହଳଦିଆ ହୋଇଥାଏ ତେବେ ଜାଣିବେ ଯେ, ଆପଣ ଜାତୀୟ ରାଜପଥରେ ଯାତ୍ରା କରୁଛନ୍ତି । ଯଦି ମାଇଲ ଷ୍ଟୋନ୍ର ରଙ୍ଗ ଗ୍ରୀନ୍ ହୋଇଥାଏ ତେବେ ତାହା ରାଜ୍ୟ ରାଜପଥ ଓ ମାଇଲଷ୍ଟୋନ୍ର ଉପରପାର୍ଶ୍ୱର ରଙ୍ଗ କଳା ବା ମାଇଲଷ୍ଟୋନ୍ଟି ସମ୍ପୂର୍ଣ୍ଣ ଧଳା ତେବେ ଆପଣ କୌଣସି ବଡ଼ ସହରର ରାସ୍ତାରେ ଯାଉଛନ୍ତି ଯାହା ଜିଲ୍ଲା ପ୍ରଶାସନ ଅଧିନସ୍ଥ । ଯଦି ମାଇଲଷ୍ଟୋନ୍ର ରଙ୍ଗ ଅରେଞ୍ଜ ଥାଏ ତେବେ ଆପଣ ଗ୍ରାମୀଣ ରାସ୍ତାରେ ଯାଉଛନ୍ତି ।

Leave a Reply