କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରଶ୍ନ: କାହିଁକି ବନ୍ଦ ହେବନି ପିପିଲି ଉପ ନିର୍ବାଚନ
1 min readଭୁବନେଶ୍ବର: ପିପିଲି ଉପ ନିର୍ବାଚନ କ’ଣ ଏତେ ଜରୁରୀ ? ଯେଉଁ ସମୟରେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି, ସେତେବେଳେ କ’ଣ ନିର୍ବାଚନକୁ ଘୁଞ୍ଚାଯାଇ ପାରିବ ନାହିଁ ? ନା ପିପିଲିରେ ଉପ ନିର୍ବାଚନ ନହେଲେ ଆକାଶ ଛିଣ୍ଡି ପଡ଼ିବ ? ଏମିତି ଅନେକ ପ୍ରଶ୍ନ ପଚାରିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା । ଓଡ଼ିଶା ସରକାରଙ୍କ ୧୪ ଦିନିଆ ଲକଡାଉନ୍ଘୋ ଷଣା ପରେ ସାମାଜିକ ଗଣମାଧ୍ୟମରେ ସପ୍ତଗିରି ଏମିତି ପ୍ରଶ୍ନ ପଚାରିଛନ୍ତି ।
Why can't the #Pipli byelections be postponed @ECISVEEP? Heavens Won't Fall If It Is deferred by couple of months. All parties should rise to the occasion above politics and ask for elections to be deferred given the grim situation we are in now. We lost a candidate to #Covid19 pic.twitter.com/2DvUFBwdPG
— Saptagiri Ulaka (@saptagiriulaka) May 2, 2021
ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ଲାଗି ସରକାର ବାଧ୍ୟ ହୋଇ ୧୪ ଦିନିଆ ଲକଡାଉନ୍ଘୋ ଷଣା କରିଛନ୍ତି । ଏହା ସହ ସପ୍ତାହାନ୍ତ ସପ୍ତାହନ୍ତ ସଟଡାଉନ୍ ଜାରି ରହିଛି । ଏଭଳି ଏକ ପରିସ୍ଥିତିରେ ପିପିଲି ନିର୍ବାଚନ ପାଇଁ କଟକଣା କୋହଳ କରାଯାଇଛି । ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ଆସନ୍ତା ୧୬ ତାରିଖ ଦିନ ପିପିଲିରେ ଭୋଟ୍ ଗ୍ରହଣ ହେବ । ଏହାକୁ ନାପସନ୍ଦ କରି ସପ୍ତଗିରି ନିର୍ବାଚନ କମିଶନଙ୍କୁ ଏପରି ପ୍ରଶ୍ନ ପଚାରିଛନ୍ତି ।
ଏଥିସହ ପଢ଼ନ୍ତୁ: ତାଲାବନ୍ଦ ଭିତରେ ୧୬ରେ ପଡ଼ିବ ପିପିଲି ଭୋଟ୍
ସେ କହିଛନ୍ତି ପିପିଲି ଉପନିର୍ବାଚନ କଂଗ୍ରେସ ପାଇଁ ପ୍ରଭୂତ କ୍ଷତି ଆଣିଛି । ପ୍ରାର୍ଥିପତ୍ର ଦାଖଲ କରି ପ୍ରଚାର ସମୟରେ କୋଭିଡ୍ ଆକ୍ରାନ୍ତ ହେବାରୁ କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁଘଟିଛି । ଅଜିତ୍ ମଙ୍ଗରାଜଙ୍କ ବିୟୋଗ ପରେ ନିର୍ବାଚନ ସ୍ଥଗିତ ରଖାଯାଇ ପରେ ନୂଆ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । କିନ୍ତୁ ଏଭଳି ଏକ ସଙ୍ଗୀନ ମୁହୂର୍ତ୍ତରେ ସମସ୍ତ ରାଜନୀତିକ ଦଳ ରାଜନୀତିଠୁ ଊର୍ଦ୍ଧ୍ବରେ ଉଠି ନିର୍ବାଚନ କମିଶନଙ୍କୁ ଏହି ତାରିଖକୁ ସ୍ଥଗିତ ରଖିବାକୁ ଆଗଭର ହେବାକୁ ଆହ୍ୱାନ ଦେଇଛନ୍ତି ।