spot_img

Latest Posts

ମୁସଲିମ୍ ହୋଇଥିଲେ ବି କାହିଁକି ହନୁମାନ ଭକ୍ତ ହୋଇଯାଇଥିଲେ ବଲିଉଡ ଅଭିନେତା ସଞ୍ଜୟ ଖାନ ?

ଆଜି ହେଉଛି ବଲିଉଡର ‘ଗୋଲ୍ଡେନ ବୟ’ ଭାବେ ପରିଚିତ ଥିବା ଅଭିନେତା ସଞ୍ଜୟ ଖାନଙ୍କ ୮୬ତମ ଜନ୍ମଦିବସ । ବଲିଉଡ ଠାରୁ ଆରମ୍ଭ କରି ଟିଭି ପର୍ଯ୍ୟନ୍ତ ସଞ୍ଜୟ ନିଜର ପରିଚୟ ସୃଷ୍ଟି କରିଥିଲେ । ୧୯୪୦ ମସିହା ଜାନୁଆରୀ ୩ ତାରିଖରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ଠାରେ ସଞ୍ଜୟ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଅଭିନେତା ବ୍ୟତୀତ ଜଣେ ପ୍ରଯୋଜକ ଓ ନିର୍ଦ୍ଦେଶକ ଭାବେ ମଧ୍ୟ ପରିଚୟ ସୃଷ୍ଟି କରିଥିଲେ । ବଲିଉଡ ବ୍ୟତୀତ ସେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଥିଲେ । ସଞ୍ଜୟଙ୍କ ସହ ଏକଦା ଶୁଟିଂ ସମୟରେ ଏକ ବଡ଼ ଅଘଟଣ ଘଟିଥିଲା । ତା’ପରେ ସେ ଏକ ବର୍ଷରୁ ଅଧିକ ସମୟ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଏପରି କ’ଣ ଘଟିଥିଲା ଯେ, ସଞ୍ଜୟ ମୁସଲିମ ହୋଇ ବି ହନୁମାନ ଜୀ ଙ୍କର ଭକ୍ତ ହୋଇଯାଇଥିଲେ, ଏହି ପ୍ରଶ୍ନ ଆଜି ତାଙ୍କର ଅଗଣିତ ଫ୍ୟାନ୍ସଙ୍କ ମଧ୍ୟରେ ରହସ୍ୟମୟ ହୋଇ ରହିଛି ।

ସଞ୍ଜୟଙ୍କ ଜନ୍ମ ମୁସଲିମ ପରିବାରରେ ହୋଇଥିଲା । ତାଙ୍କର ପିତାଙ୍କ ନାମ ସାଦିକ ଅଲୀ ଖାନ ଓ ମା’ଙ୍କ ନାମ ଫତିମା ଖାନ ଥିଲା । ସଞ୍ଜୟ ଖାନଙ୍କ ଭାଇ ଫିରୋଜ ଖାନ ମଧ୍ୟ ବଲିଉଡର ଜଣେ ବଡ଼ ଅଭିନେତା-ନିର୍ଦ୍ଦେଶକ ଭାବେ ବେଶ୍ ପରିଚିତ ଅଟନ୍ତି । ସଞ୍ଜୟ କମ୍ ବୟସରୁ ହିରୋ ହେବାର ସ୍ବପ୍ନ ଦେଖିସାରିଥିଲେ । ରାଜ କପୁରଙ୍କ ଫିଲ୍ମ ‘ଆଓ୍ବାରା’ ଦେଖିବା ପରେ ସେ ଅଭିନୟ କ୍ଷେତ୍ରକୁ ଆସିବାକୁ ନିଷ୍ପତ୍ତି ନେଇଥିଲେ । ସଞ୍ଜୟ ଖାନଙ୍କ ପ୍ରକୃତ ନାମ ଶାହ ଅବ୍ବାସ ଅଲୀ ଖାନ ଥିଲା । ପରେ ସେ ହିନ୍ଦୁ ନାମ ବାଛିଥିଲେ ଓ ସଞ୍ଜୟ ଖାନ ପାଲଟି ଯାଇଥିଲେ । ଟିଭି ଶୋ ’ଦି ସ୍କ୍ବାର୍ଡ ଅଫ୍ ଟିପୁ ସୁଲତାନ’ର ଶୁଟିଂ ସମୟରେ ସେଟରେ ଅଗ୍ନିକାଣ୍ଡ ଘଟିଥିଲା । ସଞ୍ଜୟଙ୍କ ଶରୀରର ପାଖାପାଖି ୬୫ ଭାଗ ଜଳିଯାଇଥିଲା । ତାଙ୍କର ସର୍ଜରୀ ହୋଇଥିଲା ଓ ସେ ୧୩ ମାସ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ଦୁର୍ଘଟଣା ପରେ ସଞ୍ଜୟ ଏକ ହନୁମାନ ମନ୍ଦିରର ପୂଜାରୀଙ୍କ ସହ ସାକ୍ଷାତ କରିଥିଲେ ବୋଲି ଏକ ସାକ୍ଷାତକାରରେ କହିଥିଲେ । ପୂଜାରୀ ସଞ୍ଜୟଙ୍କ ପାଇଁ ଏକ ପୂଜା ରଖିଥିଲେ ଓ ଶୀଘ୍ର ସୁସ୍ଥ ହେବା ପାଇଁ କାମନା କରିଥିଲେ ବୋଲି କହିଥିଲେ । ଉକ୍ତ ମନ୍ଦିର ଜୟପୁରରେ ଥିଲା । ପରେ ସଞ୍ଜୟ ଉକ୍ତ ମନ୍ଦିରକୁ ଯାଇଥିଲେ ଓ ହନୁମାନଙ୍କ ବିଷୟରେ ଅଧିକ ତଥ୍ୟ ପାଇଥିଲେ । ପରବର୍ତ୍ତୀ ସମୟରେ ସଞ୍ଜୟ ଭଗବାନ ହନୁମାନଙ୍କ  ଉପରେ ଆଧାରିତ ‘ଜୟ ହନୁମାନ’ ସିରିୟଲ’ ନିର୍ମାଣ କରିଥିଲେ ।

Latest Posts

Don't Miss