ନୂଆଦିଲ୍ଲୀ: ଧର୍ମ ନାଁରେ ଚାଲିଛି କି ଷଡଯନ୍ତ୍ର ? କାହାର ଅଭୟ ବର ପାଇଛନ୍ତି ବାବା କାଳୀଚରଣ । ମାମଲା ପରେ ମାମଲା ହେଉଛି ହେଲେ ବାବାଙ୍କୁ କାହିଁକି ବାନ୍ଧୁନି ପୋଲିସ ? କିଏ ପୋଲିସର ବାଟ ଓଗାଳୁଛି ? ଆତ୍ମଘୋଷିତ ବାବା କାଳୀଚରଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ନେଇ ଦେଶବ୍ୟାପୀ ବଢ଼ିବାରେ ଲାଗିଛି ଅସନ୍ତୋଷ ।

ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ବାରମ୍ବାର ଅପମାନ କରିବା ସହିତ ତାଙ୍କ ଉଦ୍ଦେଶ୍ୟରେ ଅପଶବ୍ଦ ବ୍ୟବହାର କହୁଛନ୍ତି ବାବା କାଳୀଚରଣ । ତଥାପି ବେଫିକର ଭାବେ ବୁଲୁଛନ୍ତି ଏହି ବାବା ଜଣଙ୍କ । ଗତ ୧୯ ତାରିଖରେ ଛତିଶଗଡ଼ ରାୟପୁରରେ ଆୟୋଜିତ ଧର୍ମ ସଂସଦରେ କାଳୀଚରଣ ଓ ଅନ୍ୟ ବକ୍ତାମାନେ ବିବାଦୀୟ ଭାଷଣ ଦେଇଥିଲେ । ସୋସିଆଲ ମିଡିଆରେ ସେଦିନର ଭିଡିଓ ଭାଇରାଲ ହେବା ପରେ କାଳୀଚରଣଙ୍କ ସମେତ ଏକାଧିକ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ହେଲେ କାର୍ଯ୍ୟାନୁଷ୍ଠାନ ଶୂନ ।

ସେପଟେ ହରିଦ୍ବାରରେ ମଧ୍ୟ ଧର୍ମ ସଂସଦ ନାଁରେ ବିଷ ବୁଣୁଥିଲେ ସନ୍ଥ । ଯାହାର ଏକ ଭିଡିଓ ଭାଇରାଲ ହୋଇଛି । ଏଥିରେ ତଦନ୍ତ ପ୍ରକ୍ରିୟାରେ ପୋଲିସ ସେମାନଙ୍କ ସପକ୍ଷରେ ଥିବା ସନ୍ଥ କହୁଛନ୍ତି ଶୁଣିବାକୁ ମିଳୁଛି । ନିର୍ଦ୍ଦିଷ୍ଟ ଭାବେ ଗୋଟିଏ ଧର୍ମର ଲୋକଙ୍କୁ ହତ୍ୟା କରିବା ପାଇଁ ହରିଦ୍ବାରର ଧର୍ମ ସଂସଦରେ ଭାଷଣ  ଦେଇଥିଲେ ଏହି ତଥାକଥିତ ବାବା ।

Leave a Reply