ବିଶ୍ବକପ ଫାଇନାଲରେ କାହିଁକି ହାରିଲା ଭାରତ? ଜାଣନ୍ତୁ ୫ କାରଣ

ଅହମ୍ମଦାବାଦ: ଚୁରମାର ହୋଇଛି ଭାରତୀୟଙ୍କ ବିଶ୍ବକପ ସ୍ବପ୍ନ । ଭାରତକୁ ହରାଇ ଷଷ୍ଠଥର ବିଶ୍ବକପ ଜିତିଛି ଅଷ୍ଟ୍ରେଲିଆ । ଭାରତ ନିଶ୍ଚିତ ବିଶ୍ବକପ ଜିତିବ । ଏଭଳି ଆଶା ରଖିଥିଲେ କ୍ରିକେଟପ୍ରେମୀ । କିନ୍ତୁ ଟ୍ରାଭିସ ହେଡଙ୍କ ଶତକୀୟ ପାଳି ଭାରତକୁ ପରାଜୟ ବରଣ କରିବାକୁ ବାଧ୍ୟ କରିଛି । ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିବା ଭାରତର ଆଶା, ଆକାକ୍ଷାକୁ ଭାଙ୍ଗି ଦେଇଛି କଙ୍ଗାରୁ ଟିମ୍ । ତେବେ ପ୍ରଂଶସକମାନେ ଏବେ ମଧ୍ୟ କାରଣ ଖୋଜୁଛନ୍ତି । ଏତେ ଭଲ ଖେଳୁଥିବା ଭାରତ କାହିଁକି ହାରିଲା ? ତେବେ ଆସନ୍ତୁ ନଜର ପକାଇବା ଭାରତ ହାରିବା ପଛର ୫ ମୁ୍‌ଖ୍ୟ କାରଣ ଉପରେ ।

ଖରାପ ଫିଲ୍ଡିଂ ଏବଂ ରନଆଉଟର ସୁଯୋଗ ହାତଛଡ଼ା

ଭାରତ ସେମିଫାଇନାଲରେ ଯେଭଳି ଖରାପ ଫିଲ୍ଡିଂ କରିଥିବା ଫାଇନାଲରେ ମଧ୍ୟ ସମାନ ଦଶା ଦେଖିବାକୁ ମିଳିଛି । ଖରାପ ଫିଲ୍ଡି ସାଙ୍ଗକୁ ରନଆଉଟ ମିସ୍ କରିଛି ଟିମ୍ । ଫାଇନାଲ ମୁକାବିଲାରେ ବହୁ ରନଆଉଟ ସୁଯୋଗକୁ ହାତଛଡ଼ା ଏବଂ କ୍ୟାସ ହାତଛଡ଼ା କରିଛନ୍ତି । ଯାହାକି ପରାଜୟର ଏକ କାରଣ ବୋଲି କହିପାରିବା ।

ଖରାପ ବୋଲିଂ: ସମ୍ପୂର୍ଣ୍ଣ ବିଶ୍ବକପରେ ପ୍ରଭାବ ବିସ୍ତାର କରିଥିବା ବୋଲରମାନେ ଫାଇନାଲରେ ସେମିତି ଆଖିଦୃଷ୍ଟିଆ ବୋଲିଂ ପ୍ରଦର୍ଶନ କରିପାରିଲେ ନାହିଁ । ସାମି, କୁଲଦୀପ ଯାଜବ, ଜାଡେଜା ଏବଂ ସିରାଜ କେହି ମଧ୍ୟ ଭଲ ବୋଲିଂ କରିପାରିନଥିଲେ । ବୁମରା ଦୁଇଟି ଓ୍ବିକେଟ ନେଇଥିବାବେଳେ ସାମିଙ୍କ ଉପରେ ଯେଉଁ ବିଶ୍ବାସ ରହିଥିଲା ତାହା ଫଳିତ ହୋଇନଥିଲା ।

ବ୍ୟାଟ୍ସମ୍ୟାନଙ୍କ ବେପରୁଆ ବ୍ୟାଟିଂ: ଆରମ୍ଭରୁ ନିରାଶଜନକ ପ୍ରଦର୍ଶନ । ରୋହିତ ବଡ଼ ସଟ ଖେଳି ପାଳି ଆରମ୍ଭ କରିଥିବାବେଳେ ଗିଲ୍ ପ୍ରଥମେ ନିରାଶ କରିଥିଲେ । ଏକ ସୁଯୋଗ ମିଳିଥିଲେ ସୁଦ୍ଧା ଖେଳି ପାରିନଥିଲେ । ସେପଟେ ସୂର୍ଯ୍ୟ କୁମାର ଯାଜବ ଏବଂ ଶ୍ରେୟସଙ୍କ ଉପରେ ଯେଉଁ ବିଶ୍ବାସ ରହିଥିଲା ସେମିତି ଖେଳିପାରିନଥିଲେ । ଏପରିକି ରୋହିତ ଦୁଇଟି ବଡ଼ ସଟ ଖେଳିଥିଲେ ସୁଦ୍ଧା ମ୍ୟାକ୍ସଓ୍ବେଲଙ୍କ ବଲରେ ବଡ଼ ସଟ ଖେଳିବାକୁ ଯାଇ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ।

ଅତିରିକ୍ତ ରନ: ଅଷ୍ଟ୍ରେଲିଆ ତୁଳନାରେ ଭାରତ ବହୁ ଅତିରିକ୍ତ ରନ ବ୍ୟୟ କରିଛି । ସାମି ପ୍ରଥମରୁ ବହୁ ଅତିରିକ୍ତ ରନ ଦେଇ ଦଳକୁ ଚାପରେ ରଖିଥିଲେ । ଅଷ୍ଟ୍ରେଲିଆ ଖେଳାଳିମାନେ ଫିଲ୍ଡି କରି ରନ ବଞ୍ଚାଇଥିବାବେଳେ ଭାରତୀୟଙ୍କ କ୍ଷେତ୍ରରେ ସେମିତି ଦେଖିବାକୁ ମିଳିନଥିଲା ।

ଟ୍ରାଭିସ ଡେଡ୍: ହେଡଙ୍କ ଲଢ଼ୁଆ ବ୍ୟାଟିଂ ଦଳକୁ ବିଜୟ କରିଛି । ଭାରତ ପରାଜୟର ମୁଖ୍ୟ କାରଣ ହେଉଛନ୍ତି ହେଡ୍ । ୩ଟି ଓ୍ବିକେଟ ଯାଇଥିଲେ ସୁଦ୍ଧା ସେ ଦମ୍ଭର ସହ ମୁକାବିଲା କରି ଦଳକୁ ବିଜୟ ଉପହାର ଦେଇଛନ୍ତି । ଭାରତକୁ ନିରାଶ କରିବାର ସେ ହେଉଛନ୍ତି ମୁଖ୍ୟ କାରଣ ।