ରମେଶ ବିଧୁଡ଼ିଙ୍କ ବିବୃତ୍ତି ପରେ ଏମିତି କହି କାନ୍ଦି ପକାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ
1 min readନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଆଖିରେ ଲୁହ । ବିଜେପି ନେତା ରମେଶ ବିଧୁଡ଼ିଙ୍କ ବିବାଦୀୟ ବିବୃତ୍ତିକୁ ନେଇ କାନ୍ଦି ପକାଇଛନ୍ତି । ଆତିଶୀଙ୍କ ପିତାଙ୍କୁ ନେଇ ଦେଇଥିବା ବିବୃତ୍ତି ପରେ ଗଣମାଧ୍ୟମ ସମ୍ମୁଖରେ ରମେଶଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି । ଆତିଶୀ କହିଛନ୍ତି କି, ମୋ ବାପାଙ୍କ ବୟସ ଏବେ ୮୦ ବର୍ଷ । ସେ ହଜାର ହଜାର ପିଲାଙ୍କୁ ଶିକ୍ଷାଦାନ କରିଛନ୍ତି । ଏବେ ସେ ଉଠି ପାରନ୍ତି ନାହିଁ । କିନ୍ତୁ ତାଙ୍କୁ ନେଇ ଦେଇଥିବା ବିବୃତ୍ତି ପାଇଁ କ୍ଷମା ମାଗନ୍ତୁ ବିଜେପି ନେତା । ନିଜ ଦଳ ପାଇଁ ଭୋଟ ଭିକ୍ଷା କରନ୍ତୁ କିନ୍ତୁ ମୋ ବାପାଙ୍କୁ କାହିଁକି ମଝିକୁ ଆଣୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଆତିଶୀ । ସେପଟେ ଏହି ଘଟଣା ପରେ ଆପ ନେତାମାନେ ବିଜେପି ନେତା ରମେଶଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ପିତାମାତାଙ୍କୁ ଅସମ୍ମାନ କରୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି ରଖିଛନ୍ତି ।
#WATCH | Delhi: On BJP leader Ramesh Bidhuri's reported objectionable statement regarding her, Delhi CM Atishi says, " I want to tell Ramesh Bidhuri, my father was a teacher throughout his life, he has taught thousands of children coming from poor and lower-middle-class families,… pic.twitter.com/ojQr3w0gVW
— ANI (@ANI) January 6, 2025
ତେବେ କହି ରଖୁଛୁ କି, ବିଜେପି ନେତା ରମେଶ ବିଧୁରି ନିଜର ବିବୃତ୍ତିରେ କହିଥିଲେ କି, ଆତିଶୀ ପ୍ରଥମେ ମାର୍ଲେନା ଏବଂ ପରେ ସିଂ । କେଜ୍ରିଓ୍ବାଲ ପିଲାଙ୍କୁ ସୁରକ୍ଷା ଦେବା ପାଇଁ ଶପଥ ନେଇଥିଲେ କିନ୍ତୁ ଆତିଶୀ ନିଜ ପିତାଙ୍କୁ ବଦଳାଇ ଦେଇଥିଲେ ।