ସବୁ ପରିବା ଶହେ ପାଖାପାଖି, ୫ଶହ ଟଙ୍କାରେ ବି ଫୁଲ୍ ହେଉନି ବ୍ୟାଗ୍

ଭୁବନେଶ୍ବର: ହୁ ହୁ ହୋଇ ବଢ଼ୁଛି ପରିବା ଦର । ପ୍ରାୟ ସବୁ ପରିବାର ଦାମ୍ ଆକାଶ ଛୁଆଁ । ଗ୍ରହକଙ୍କ ପକେଟକୁ ବାଧୁଛି ପରିବା ଦରବୃଦ୍ଧି । ଟଙ୍କା ସରୁଛି ସତ ହେଲେ ପରିବା ବ୍ୟାଗ୍‌ ପୁରୁନି । ସେଞ୍ଚୁରୀ ପାର୍‌ କଲାଣି ଟମାଟୋ ଦର । ଫୁଲ କୋବି ଦର ୭୦ରୁ ୮୦ ଟଙ୍କା ଥିବା ବେଳେ ବାଇଗଣ ଦର ୫୦ ଟଙ୍କା ।  ପୋଟଳ, କଦଳୀ ୬୦ଟଙ୍କାରେ ବିକ୍ରି ହେଉଥିବା ବେଳେ ମାଟି ଆଳୁ ୧୨୦, ଅଦା ୨୮୦, ରସୁଣ ୧୫୦, ଭେଣ୍ଡି ୫୦ ଓ କଲରା ୮୦ ଟଙ୍କାରେ ବିକ୍ରି ହେଉଛି ।

ପରିବା ଦର ବଢ଼ିଥିବାରୁ ଆମିଷ ଖାଇବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ପରିବା ବଜାରରେ ମଧ୍ୟ ଲୋକଙ୍କ ଭିଡ଼ କମ୍ ଥିବା ଦେଖିବାକୁ ମିଳିଛି । ପରିବା କମ୍ କିଣି ମାଛ, ଅଣ୍ଡା, ମାଂସ ଇତ୍ୟାଦି ଅଧିକ କିଣୁଥିବା ଦେଖିବାକୁ ମିଳିଛି ।