ନୂଆଦିଲ୍ଲୀ : ଚାଲିଛି ବାଘଙ୍କର ସ୍ଥାନାନ୍ତରଣ । ବାଘ ଏବେ ଉଚ୍ଚା ପାହାଡ ଥିବା ଏରିଆ କୁ ବଢୁଛନ୍ତି । ଏହି ଭଳି ଦୃଶ୍ଯ ଏବେ ନିକଟରେ ଉତ୍ତରାଖଣ୍ଡରେ ନଜର ଆସିଛି । ଏହି ବାଘ ସାଧାରଣତଃ ୧୨୬୩ ଫୁଟ୍ ଉଚ୍ଚ ରେ ଥିବା ସମତଳ ଜାଗା ଏବଂ ଜଙ୍ଗଲରେ ଦେଖାଯାଆନ୍ତି । କିନ୍ତୁ ପୂର୍ବ କିଛି ଦିନ ମାନଙ୍କରେ ଉତରାଖଣ୍ଡରେ ୭୦୦୦ ଫୁଟ୍ ରୁ ଅଧିକ ଉଚ୍ଚତା ବିଶିଷ୍ଟ ଜାଗା ଗୁଡିକରେ ବି ସେମାନଙ୍କୁ ଦେଖାଯାଇଛି ।
ଆଲମୋଡା ଜାଗେଶ୍ବରରେ ୧୨ଡିସେମ୍ବର ରେ ୧୮୭୦ ମିଟର ଉପରେ ବାଘ ଦେଖାଯିବା ପରେ ଏବେ ବିନାସର ରେ ବାଘ ଦେଖାଦେଇଛି । ବିନସରର ୨୨୫୦ ମିଟର ଉଚ୍ଚାରେ ବାଘ ଦେଖାଦେଇଛି । ଏତେ ଥଣ୍ଡା ଜାଗାରେ ବାଘ ଦେଖାଯିବା ପରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ବନ ବିଭାଗ ମଧ୍ଯ ହାଇ ଆର୍ଲଟ ଜାରି କରିଛି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି କି କମ୍ ଉଚ୍ଚାରେ ରହୁଥିବା ଏହି ବାଘଙ୍କର କଣ ଏମିତି ପରିସ୍ଥିତି ସୃଷ୍ଟି ହେଲା ଯେ ସେମାନେ ଏତେ ଉଚ୍ଚା ଜାଗାକୁ ଯାଉଛନ୍ତି ।
ସାଧାରଣତଃ ସମତଳ ଜାଗାରେ ଦେଖାଯାଉଥିବା ବାଘ ୧୨ ଡିସେମ୍ବରରେ ଜାଗେଶ୍ବର ଧାମରେ ଶୌକିୟସ୍ଥଳ ରେ ନଜର ଆସିଛି । କିଛି ଲୋକ ଏହାକୁ ନିଜ ମୋବାଇଲ୍ କ୍ଯାମେରାରେ କଏଦ କରିଛନ୍ତି । ଗୋଟେ ଦିନ ପରେ ୧୩ ଡିସେମ୍ବରରେ ଡିଏଫ୍ଓ ଧ୍ରୁବ ମତ୍ତୋଲିୟୋ ଙ୍କୁ ବାଘ ଦେଖାଯାଇଥିଲା । ଏମିତି ନାହିଁ କି ବାଘ ପ୍ରଥମ ଥର ପାହାଡରେ ନଜର ଆସିଛନ୍ତି । ପୂର୍ବରୁ ବାଘ ପାହାଡ ଉପରେ ଦେଖିବାର ନଜର ଆସିଛି । ଥଣ୍ଡାରେ ଯେବେ ବରଫ ପଡେ ସେତେବେଳେ ପାହାଡ ଉଚ୍ଚରେ ଗାଈ ଚରାଳୀ ନିଜ ଛେଳି , ମେଣ୍ଡାଙ୍କୁ ଚରେଇବାକୁ ପଡିଆକୁ ନେଇ ଆସନ୍ତି । ବରଫ ତରଳିବା ପରେ ଏବଂ ଥଣ୍ଡା କମିବା ପରେ ଏମାନେ ସମସ୍ତେ ପୁଣି ଫେରିଯାଆନ୍ତି । ସେତେବେଳେ ବାଘ ତାଙ୍କ ପଛରେ ସହଜରେ ଶିକାର ପାଇବା ଆଶାରେ ତାଙ୍କ ପଛେ ପଛେ ପାହାଡକୁ ଉଠି ଯାଆନ୍ତି ।