ଆମେରିକା ରାଷ୍ଟ୍ରପତିଙ୍କ ଭିଡ଼ିଓ କାହିଁକି ହେଉଛି ଭାଇରାଲ ?

ଓ୍ୱାଶିଂଟନ୍‌:  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ।  ବାଇଡେନ ବୁଧବାର ଉତ୍ତର କାରୋଲିନାର ପେନ୍ସିଲବାନିୟା ୟୁନିଭର୍ସିଟିରେ ଭାଷଣ ଦେଉଥିଲେ  । ଭାଷଣ ସରିବା ପରେ ବାଇଡେନ ଖାଲି ଖାଲିରେ ହ୍ୟାଣ୍ଡ୍‌ ସେକ୍‌ କରୁଥିବାର ଦେଖିବାକୁ ମିଳିଛି । ଯାହା ସୋସିଅଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।

ବାସ୍ତବରେ ଏହି କାର୍ଯ୍ୟକ୍ରମରେ ବାଇଡେନଙ୍କ ସହିତ ମଞ୍ଚ ଶେୟାର କରିବା ପାଇଁ କେହି ନଥିଲେ ।  ରାଷ୍ଟ୍ରପତି ବାଇଡେନ୍‌ ଏତେ ଚୁପଚାପ ହୋଇଗଲେଯେ, ମଞ୍ଚ ଉପରେ କେହି ନଥିଲେ ବୋଲି ସେ ଭୁଲିଗଲେ । ଭାଷଣ ସରିବା ପରେ  ଡାହାଣକୁ ବୁଲି ଯେତେବେଳେ ଗୁଡବାଏ କରି ଶୂନ୍ୟରେ ହ୍ୟାଣ୍ଡ୍‌ ସେକ୍‌ କଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ଭିଡ଼ିଓ ଭାଇରାଲ ହେବାପରେ ଲୋକେ ତାଙ୍କ ମଜାକ୍‌ ଉଡ଼ାଉଛନ୍ତି ଏବଂ ଡିମ୍ନେଶିୟା ରୋଗୀ ବୋଲି କହୁଛନ୍ତି ।  ଅନ୍ୟପଟେ ବିରୋଧୀ ମଧ୍ୟ ଟାର୍ଗେଟ କରୁଛନ୍ତି । ୭୯ ବର୍ଷୀୟ ରାଷ୍ଟ୍ରପତିଙ୍କ ଏଭଳି କାର୍ଯ୍ୟକଳାପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କେବଳ ସେତିକି ନୁହେଁ ଭାଷଣ ଦେବାବେଳେ ବାଇଡେନ କହିଲେଯେ, ମୁଁ ମଧ୍ୟ ଏହି ବିଶ୍ୱବିଦ୍ୟାଳୟରେ କାମ କରିଛି, କିନ୍ତୁ କେବେ ମଧ୍ୟ କ୍ଲାସ୍‌ କରିନାହିଁ । ଯାହାପରେ ବିରୋଧୀ ମଧ୍ୟ ତାଙ୍କ ମଜାକ୍‌ ଉଡ଼ାଉଛନ୍ତି ।