ଟିକାର ଦୁଇଟି ଡୋଜ୍ ନେବା ଜରୁରୀ କାହିଁକି ? ଜାଣନ୍ତୁ

ଭାରତରେ ଆରମ୍ଭ ହୋଇସାରିଛି ଟିକାକରଣ । ବଢୁଥିବା କରୋନା ସଂକ୍ରମଣକୁ ଆୟତ୍ତରେ ରଖିବା ପାଇଁ ଟିକା ନେବା ଜରୁରୀ । ସେଥିପାଇଁ ୧୮ ବର୍ଷରୁ ଉର୍ଦ୍ଦଙ୍କ ସହିତ ପିଲାମାନଙ୍କର ଟିକାକରଣ ମଧ୍ୟ ଆରମ୍ଭ କରାଯାଉଛି । ତେବେ ଭାରତରେ ବର୍ତମାନ ୨ଟି ଟିକା ଉପଲବ୍ଧ ରହିଛି । କୋଭାକ୍ସିନ ଓ କୋଭିସିଲ୍ଡ । ଏହି ଦୁଇଟି ଟିକା ଏକ ନିଦ୍ଧିଷ୍ଟ ସମୟ ବ୍ୟବଧାନରେ ଲୋକଙ୍କୁ ପ୍ରଦାନ କରାଯାଉଛି । କୋଭାକ୍ସିନ ପାଇଁ ୪ରୁ ୬ ସପ୍ତାହର ବ୍ୟବଧାନ ରହିଥିବା ବେଳେ କୋଭିସିଲ୍ଡ ପାଇଁ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ହେଉଛି ୧୨ରୁ ୧୬ ସପ୍ତାହ । ହେଲେ ଆପଣମାନଙ୍କ ମନକୁ ନିଶ୍ଚୟ ପ୍ରଶ୍ନ ଆସୁଥିବ ଯେ, ଟିକାର ଦୁଇଟି ଡୋଜ୍ କାହିଁକି ନିଆଯାଉଛି ? ଆଉ ଗୋଟିଏ ଡୋଜ୍ ନେବା ପରେ କାହିଁକି ଦ୍ୱିତୀୟ ଡୋଜ୍ ପାଇଁ ଏତିକି ସମୟ ବ୍ୟବଧାନ ରହିଛି ।

ବୈାଜ୍ଞାନିକଙ୍କ ଅନୁସାରେ ଗୋଟିଏ ଡୋଜ୍ କରୋନା ସଂକ୍ରମଣକୁ ରୋକିବାରେ ସକ୍ଷମ ନୁହେଁ । ଏଥିପାଇଁ ଭ୍ୟାକସିନ୍ର ଦୁଇଟି ଡୋଜ୍ ନେବା ଜରୁରୀ । ପ୍ରଥମ ଡୋଜ୍ ନେବା ପରେ ଆପଣଙ୍କ ଶରୀର ରୋଗ ବିରୁଦ୍ଧରେ ସଜାଗ ହୁଏ ଓ ଶରୀରର ପ୍ରତିରୋଧକ ଶକ୍ତିର କ୍ଷମତା ବୃଦ୍ଧିକରେ । କିନ୍ତୁ ଏହା କରୋନା ଭଳି ସଂକ୍ରମଣ ସହ ଲଢିବା ପାଇଁ ଯଥେଷ୍ଟ ନୁହେଁ । ଅର୍ଥାତ ପ୍ରଥମ ଡୋଜ୍ ଆପଣଙ୍କ ଶରିରକୁ ସଂକ୍ରମଣ ବିରୋଧରେ ଲଢେଇ ପାଇଁ ପ୍ରସ୍ତୁତ କରେ । ଯେତେବେଳେ ପ୍ରଥମ ଡୋଜ୍ର ପ୍ରଭାବ ସରିଆସେ ସେତେବେଳେ ଦ୍ୱିତୀୟ ଡୋଜ୍ ନେବା ଜରୁରୀ । ସେଥିପାଇଁ ପ୍ରଥମ ଟିକାକରଣ ଓ ଦ୍ୱିତୀୟ ଟିକାକରଣରେ କିଛି ସପ୍ତାହର ବ୍ୟବଧାନ ରହିଥାଏ । ଯଦି ଆପଣ ପ୍ରଥମ ଡୋଜ୍ ନେଇଛନ୍ତି ତାହାଲେ ଦ୍ୱିତୀୟ ଡୋଜ୍ ବି ନିହାତି ନେବେ ।

କାହିଁକି ନା ଦ୍ୱିତୀୟ ଡୋଜ୍ ଆପଣଙ୍କୁ କରୋନା ବିରୁଦ୍ଧରେ ଲଢିବାକୁ ଆହୁରୀ ଅଧିକ ସକ୍ଷମ କରିବ । ଶରୀର ଭିତରେ ପୂର୍ବଠୁ ଅଧିକ ଆଣ୍ଟିବଡି ସୃଷ୍ଟି କରିବ । ତେଣୁକରି ଯଦି ଆପଣ ଟିକା ନେଇଥିବେ ତାହାଲେ ଆପଣଙ୍କ ଶରୀରକୁ ପୂର୍ବରୁ ଏହି ରୋଗ ସହ ଲଢିବାର ଉପାୟ ଜଣାଥିବ । ଆଉ ଭାଇରସ୍ ଶରୀରକୁ ଆସିବା ମାତ୍ରେ ଏହି ଆଣ୍ଟିବଡି ତାକୁ ତୁରନ୍ତ ମାରିଦେବ । ଯାହାଫଳରେ ଭାଇରସ୍ର ଭୟାନକ ପ୍ରଭାବ ଶରୀର ଉପରେ ପଡିବ ନାହିଁ । ବର୍ତମାନ ସମୟରେ ସାରା ଦୁନିଆରେ କରୋନା ଭାଇରସକୁ ନେଇ ଅନେକ ଭ୍ୟାକସିନ କାମ କରୁଛି । ଏବଂ ସବୁ ଭ୍ୟାକସିନର ଡୋଜ୍ ମଧ୍ୟରେ ବ୍ୟବଧାନ ଭିନ୍ନ ଭିନ୍ନ ରହିଛି ।

ଫାଇଜର ଟିକା ଯାହାର ଦ୍ୱିତୀୟ ଡୋଜ୍ ୩ ସପ୍ତାହର ଅନ୍ତରରେ ଦିଆଯାଉଛି । ସେହିଭଳି ମୋଡର୍ଣ୍ଣା ଓ ଏଷ୍ଟ୍ରୋଜେନିକା ଭ୍ୟାକସିନର ଦ୍ୱିତୀୟ ଡୋଜ୍ ୪ ସପ୍ତାହ ଅନ୍ତରରେ ଦିଆଯାଉଛି । ତା ସହ ଯଦି ଦେଖିବା ରୁଷର ସ୍ଫୁଟନିକ ଭ୍ୟାକସିନର ଦ୍ୱିତୀୟ ଡୋଜକୁ ମାତ୍ର ୨୧ଦିନ ବ୍ୟବଧାନରେ ଦିଆଯାଉଛି । ତେଣୁକରି ଟିକାର ଦୁଇଟି ଯାକ ଡୋଜ୍ ନିଅନ୍ତୁ । ଡାକ୍ତରଙ୍କ ପରାମର୍ଶ କ୍ରମେ ସଠିକ୍ ବ୍ୟବଧାନରେ ଟିକାଗୁଡିକ ଗ୍ରହଣ କରନ୍ତୁ ।

Leave a Reply