ସାରା ଦେଶକୁ ମୁଖରିତ କରୁଛି ମକର ପର୍ବ

ସାରା ଦେଶରେ ଧୁମଧାମରେ ପାଳନ ହେଉଛି ମକର ସଂକ୍ରାନ୍ତି । ଆଜି ଚତୁର୍ଦିଗ ଉତ୍ସବ ମୁଖରିତ ହେବା ସଙ୍ଗସଙ୍ଗେ ଘରେଘରେ ପିଠାପଣା, ଭୋଗରାଗ ଓ ମକର ଚାଉଳର ମଜା ନେଉଛନ୍ତି ସମସ୍ତେ ।
ତେବେ ଏହା ସହ ଆଜିର ଦିନରେ ସୂର୍ଯ୍ୟଙ୍କୁ ପୂଜା କରିବାର ପରମ୍ପରା ରହିଛି । ଉତ୍ତର ଭାରତରେ ମକର ସଂକ୍ରାନ୍ତି ଏକ ଭିନ୍ନ ଢଙ୍ଗରେ ପାଳନ କରାଯାଉଛି । ଲୋକମାନେ ସକାଳୁ ସକାଳୁ ଗଙ୍ଗାରେ ବୁଡ ପକାଇଛନ୍ତି । ମନ୍ଦିରରେ ପୂଜର୍ଚ୍ଚନା ପରେ ଦାନ ଧର୍ମ କରିବାର ମଧ୍ୟ ପରମ୍ପରା ରହିଛି । ଆଜି ଖେଚୁଡ଼ି କରି ବିଭିନ୍ନ ମନ୍ଦିରରେ ଅର୍ପଣ କରାଯ।ଇଛି । କାଶୀ, ବାରାଣାସୀରେ ଲକ୍ଷ ଳକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ସେହିଭଳି ଗୁଜୁରାଟ, ପଂଜାବ, ହରିୟାଣାରେ ଏହି ପର୍ବକୁ ବେଶ ଧୁମଧାମରେ ପାଳନ କରାଯାଉଛି । ଗୁଜୁରାଟରେ ଗାଁଠୁ ସହର ସବୁଆଡେ ଗୁଡ଼ି ଉଡା ପ୍ରତିଯୋଗିତା କରାଯାଉଛି ।