କିଏ କେନ୍ଦ୍ରରେ ଗଢିବ ନୂଆ ସରକାର; କାହା ଦଖଲରେ ରହିବ ନୂଆ ଦିଲ୍ଲୀ ?

1 min read

ନୂଆଦିଲ୍ଲୀ: କିଏ କେନ୍ଦ୍ରରେ ଗଢିବ ନୂଆ ସରକାର ? କାହା ଦଖଲରେ ରହିବ ନୂଆ ଦିଲ୍ଲୀ ? କିଏ ନେବ ଓଡ଼ିଶା ନେତୃତ୍ବ ? ଆଜି ଭୋଟରଙ୍କ ନିଷ୍ପତ୍ତି ଜଣାଇବ ଇଭିଏମ । ଜଣାପଡ଼ିବ ରାଜ୍ଯର ୧୪୯୨ ପ୍ରାର୍ଥୀଙ୍କ ଭାଗ୍ଯ । ଆଉ କିଛି ସମୟରେ ପରେ ଆରମ୍ଭ ହେବ ଭୋଟ ଗଣତି । ସକାଳ ୮ ଟାରୁ ଆରମ୍ଭ ହେବ ଭୋଟ ଗଣତି । ପ୍ରଥମେ ବାଲଟ ପେପର ଗଣତି କରାଯିବ । ଅଧଘଣ୍ଟା ପରେ ଇଭିଏମ୍ ଗଣତି ଆରମ୍ଭ ହେବ। ମୋଟ ୭୦ ଟି ଭୋଟ ଗଣତି କେନ୍ଦ୍ରରେ ହେବ କାଉଣ୍ଟିଙ୍ଗ । ୬୯ଟି ସେଣ୍ଟରରେ EVM କାଉଣ୍ଟ କରାଯିବ।

ସେହିପରି ଛତ୍ରପୁରରେ ଆସ୍କା ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପୋଷ୍ଟାଲ ବ୍ୟାଲେଟ ଗଣତି କରାଯିବ । ୬୦ଟି ହଲରେ ଉଭୟ ବିଧାନସଭା ଓ ସଂସଦୀୟ କ୍ଷେତ୍ରର ଭୋଟ ଗଣତି ହେବ। ଭାରତୀୟ ନିର୍ବାଚନ କମିଶନଙ୍କ ତରଫରୁ ୧୨୪ ଜଣ ଅବଜରର୍ଭର ନିଯୁକ୍ତି ହୋଇଛନ୍ତି । ୧ ଲକ୍ଷ ୪୬ ହଜାର ପୋଷ୍ଟାଲ ବାଲଟ ଗଣତି ହେବ । ପ୍ରତି ଟେବଲରେ ୫୦୦ ବାଲଟ ଗଣତି ହେବ । ୩ ହଜାର ୫୮୯ ଇଭିଏମ କାଉଣ୍ଟ ଟେବୁଲ ରହିଛି । ୮ ଟି ବିଧାନସଭାରେ ରାଉଣ୍ଡ ସଂଖ୍ୟା ୩୦ ରୁ ଅଧିକ । ସମସ୍ତ କାଉଣ୍ଟିଙ୍ଗ ସେଣ୍ଟରରେ ସିସିଟିଭି ଓ ଏସି ବ୍ୟବସ୍ଥା ହୋଇଛି । ସୁରକ୍ଷା ପାଇଁ ୬୦ କମ୍ପାନୀ ଓ ୧ କମ୍ପାନୀ CAPF ମୃତୟନ ଅଛନ୍ତି । ଆଉ ୮୯ କମ୍ପାନୀ ଅଧିକ CAPF ମୃତୟନ ହେବେ । ପୋଷ୍ଟାଲ ବାଲଟ ଗଣତି ୮ ଟାରେ ଏବଂ ଏହାର ଅଧଘଣ୍ଟା ପରେ EVM ଗଣତି ହେବ । ୬ ତାରିଖ ଯାଏଁ ୧୬ କମ୍ପାନୀ CAPF ମୃତୟନ ହେବେ । ଭୋଟ ଗଣତି କେନ୍ଦ୍ରରେ ଆମ୍ବୁଲାନ୍ସ ଓ ଡାକ୍ତର ନିଯୁକ୍ତି ରହିବେ ।