ଆନ୍ଧ୍ରରେ YSRCP ଫେରିବ ନା ସରକାର ବଦଳିବ ?
1 min readଭୁବନେଶ୍ବର: କିଏ ଗଢିବେ ଆନ୍ଧ୍ର ପ୍ରଦେଶରେ ସରକାର ? କେବଳ ଓ୍ବାଇଏସଆରସିପି ପୁଣି ସରକାର କରିବ ନା ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରୁ କିଏ ସରକାର ଗଢ଼ିବେ ? ୧୭୫ ଆସନ ବିଶିଷ୍ଟ ବିଧାନସଭାରେ ବର୍ତ୍ତମାନ ଓ୍ବାଇଏସଆରସିପିର ସଦସ୍ଯ ସଂଖ୍ଯା ରହିଛି ୧୩୫ । ଏନଡିଏ ସଦସ୍ଯ ସଂଖ୍ଯା ୨୬ । ସେଥିରେ ଟିଡିପିର ୨୩, ବିଜେପିର ୨, ଜନସେନାର ଜଣେ ବିଧାୟକ ରହିଛନ୍ତି । ତେଣେ ଇଣ୍ଡିଆ ମେଣ୍ଟରେ ଅଛନ୍ତି କଂଗ୍ରେସର ମାତ୍ର ୪ ସଦସ୍ଯ ।
୨୦୧୪ରୁ ୨୦୧୯ ରାଜ୍ଯରେ ତେଲଗୁ ଦେଶମ ପାର୍ଟି ସରକାର କରିଥିଲା । ମୁଖ୍ଯମନ୍ତ୍ରୀ ଥିଲେ ଏନ. ଚନ୍ଦ୍ରବାବୁ ନାଇଡୁ । ୨୦୧୯ରେ ପୂର୍ବତନ ମୁଖ୍ଯମନ୍ତ୍ରୀ ଓ୍ବାଇଏସ ରାଜଶେଖର ରେଡ୍ଡୀଙ୍କ ପୁଅ ଜଗନ ମୋହନଙ୍କ ନେତୃତ୍ବାଧୀନ ଓ୍ବାଇଏସଆରସିପି ରାଜ୍ଯରେ ସରକାରରେ ରହିଛି । ଚଳିତ ନିର୍ବାଚନରେ ଓ୍ବାଇଏସଆରସିପି ଏକାକୀ ନିର୍ବାଚନ ଲଢୁଥିବାବେଳେ ଟିଡିପି-ବିଜେପି-ଜନସେନା କରିଛନ୍ତି ମେଣ୍ଟ । କଂଗ୍ରେସ ଓ ବାମପନ୍ଥୀ ଦଳଙ୍କ ମଧ୍ଯରେ ହୋଇଛି ମେଣ୍ଟ । ଲୋକସଭା କ୍ଷେତ୍ରରେ ବିଜେପି ୬, ଟିଡିପି ୧୭, ଜନସେନା-୨ ଆସନରେ ଲଢୁଛନ୍ତି । ବିଧାନସଭା କ୍ଷେତ୍ରରେ ବିଜେପି ୧୦, ଟିଡିପି ୧୪୪, ଜନସେନା ୨୧ ଆସନରେ ଲଢୁଛନ୍ତି । ପୁଲିବେନ୍ଦୁଲା ଆସନରୁ ଲଢୁଛନ୍ତି ମୁଖ୍ଯମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ବିଧାନସଭା ମଇଦାନରେ ୬ ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କ ପୁଅ ଅବତୀର୍ଣ୍ଣ ହୋଇଛନ୍ତି ।