ଋଣ ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ କାହାକୁ ଭରିବାକୁ ପଡ଼େ ଟଙ୍କା ? ଜାଣନ୍ତୁ…

1 min read
Who Will Clear Dues When A Borrower Dies Home Loan Protection Policy

ମୁମ୍ବାଇ: କୋଭିଡ୍ ପରେ ବହୁତ କିଛି ବଦଳି ଯାଇଛି । ଏବେ ଲୋକଙ୍କୁ ଚିନ୍ତା ଘାରୁଛି ଯଦି ତାଙ୍କର କିଛି ହୁଏ ତ ପରିବାରର କ’ଣ ହେବ ? କେମିତି ଚଳିବ ଫ୍ୟାମିଲି ? ଘର ପାଇଁ ଋଣ ନେଇଥିବା ଲୋକ ଏବେ ଏ ଚିନ୍ତାରେ । କାରଣ ଋଣଭାର ଅଧିକ ଥିଲେ ପରିବାରର ଏକମାତ୍ର ଆୟକାରୀଙ୍କ ମୃତ୍ୟୁ ହେଲେ ପରିବାର ଉପରେ ସଂକଟ ଛାଇ ଯାଏ । କାହା ସହ ଏଭଳି ହେଲେ ଘର ପାଇଁ ଋଣ ନେଇଥିଲେ କଣ ହେବ ? କଣ ବ୍ୟାଙ୍କ ସମ୍ପତ୍ତି ବିକ୍ରି କରି ଋଣ ଟଙ୍କା ନେଇଯିବ ? ନା ଆଉ କିଛି ହେବ… ଆସନ୍ତୁ ଜାଣିବା ସବୁ ପ୍ରଶ୍ନର ଉତ୍ତର…

ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତିରେ ବ୍ୟାଙ୍କ ପାଖରେ ସମ୍ପତ୍ତି ବିକ୍ରି କରି ଟଙ୍କା ଆଦାୟ କରିବାର ବିକଳ୍ପ ରହିଛି । କିନ୍ତୁ ବ୍ୟାଙ୍କ ଏହାକୁ ଶେଷ ବିକଳ୍ପ ଭାବେ ବ୍ୟବହାର କରିପାରିବ । ଏହା ପୂର୍ବରୁ ସମ୍ପତ୍ତି ନିଲାମ ନ କରିବା ଲାଗି ବ୍ୟାଙ୍କ ସମ୍ପୂର୍ଣ୍ଣ ଚେଷ୍ଟା କରିଥାଏ । ଯେବେ ଯାଏ ବ୍ୟାଙ୍କ ଋଣ ଦେଇଥିବା ଟଙ୍କା ଫେରସ୍ତ ପାଇନାହିଁ । ସେବେ ଯାଏ ସମ୍ପତ୍ତି ଉପରେ ଆଇନଗତ ଭାବେ ଉତ୍ତରାଧିକାରୀଙ୍କ ଅଧିକାର ନଥାଏ । ସେହିଭଳି ବ୍ୟାଙ୍କ ଆଇନଗତ ଭାବେ ସମ୍ପତ୍ତିର ଉତ୍ତରାଧିକାରୀଙ୍କୁ ଋଣଭାର ପେମେଣ୍ଟ କରିବାକୁ ବାଧ୍ୟ କରିପାରିବ ନାହିଁ ।

 Who Will Clear Dues When A Borrower Dies Home Loan Protection Policy

କିଏ ଶୁଝିବ ଟଙ୍କା ?

ଗୃହ ଋଣ ନେଇଥିବା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଋଣ ଶୁଝିବା ପୂର୍ବରୁ ହେଲେ ଋଣ ପରିଶୋଧ ଦାୟିତ୍ୱ ତାଙ୍କ ଆଇନଗତ ଉତ୍ତରାଧିକାରୀଙ୍କ ଉପରେ ଆସେ । ଏହାବାଦ୍ ଗ୍ୟାରେଣ୍ଟରଙ୍କୁ ବି ସୁଯୋଗ ମିଳେ । ତେବେ ହୋମ୍ ଲୋନ କ୍ଷେତ୍ରରେ ପ୍ରୋଟେକ୍ସନ୍ ପଲିସି ନେଇ ନଥିଲେ ଗ୍ୟାରେଣ୍ଟରଙ୍କ କଥା ପଡ଼େ ।

ଏମିତି ସ୍ଥିତିରେ ଯଦି ପରିବାର ଋଣ ଶୁଝିବାରେ ସକ୍ଷମ ନ ହୁଅନ୍ତି ତ ବ୍ୟାଙ୍କକୁ ଅବଗତ କରାଇବାକୁ ପଡ଼େ । ପରିବାରର ଆର୍ଥିକ ସ୍ଥିତିକୁ ଦେଖି ବ୍ୟାଙ୍କ ଲୋନର ରିଷ୍ଟ୍ରକଚର କରେ । ମାସିକ କିସ୍ତି (ଇଏମ୍ଆଇ) ହ୍ରାସ କରିବା ସହ ଋଣ ପରିଶୋଧ ଅବଧି ବଢ଼ାଇବା ଭଳି ବିକଳ୍ପ ଥାଏ । ପରିବାର ଟଙ୍କା ପରିଶୋଧ କରିବା ଲାଗି ବ୍ୟାଙ୍କ ସମୟ ସହ ସୁଯୋଗ ଦେଇଥାଏ ।

ଏହା ଛଡ଼ା ଆଉ ଏକ ବିକଳ୍ପ ହେଉଛି, ଆଇନଗତ ଉତ୍ତରାଧିକାରୀ ଋଣ ପରିଶୋଧ ପାଇଁ ସକ୍ଷମ ନଥିଲେ ଆଉ ଜଣେ ଉତ୍ତରାଧିକାରୀ ଯାହାଙ୍କ ପାଖରେ ଆୟର ପର୍ଯ୍ୟାପ୍ତ ପନ୍ଥା ଥିବ ତାଙ୍କୁ ସୁଯୋଗ ଦିଆଯାଏ । ଘରର ନୂଆ ମାଲିକଙ୍କ ଆର୍ଥିକ କ୍ଷମତା ଅନୁସାରେ ବ୍ୟାଙ୍କ ଋଣ ଶୁଝିବାକୁ କହିଥାଏ ।

 Who Will Clear Dues When A Borrower Dies Home Loan Protection Policy

ଶେଷ ବିକଳ୍ପ ଘର ନିଲାମ

ଏଭଳି କୌଣସି ସ୍ଥିତିରେ ଆଇନଗତ ଉତ୍ତରାଧିକାରୀଙ୍କୁ ବ୍ୟାଙ୍କ ସମସ୍ତ ପ୍ରକାର ସହଯୋଗ କରିଥାଏ । ଫ୍ଲେକ୍ସି ପେମେଣ୍ଟ ବିକଳ୍ପ ଦେଇ ଋଣ ପରିଶୋଧ କରିବା ସୁଯୋଗ ଦେଇଥାଏ ବ୍ୟାଙ୍କ । ଯଦି ଋଣ ନ ଶୁଝିବା ଭଳି ସ୍ଥିତି ଉପୁଜେ ତ ବ୍ୟାଙ୍କ ଘର ନିଲାମ କରିଥାଏ । ଋଣ ନେଇଥିବା ବ୍ୟକ୍ତି ୯୦ ଦିନ ଯାଏ କୌଣସି ପେମେଣ୍ଟ ନକଲେ ବ୍ୟାଙ୍କ ତାକୁ NPA ଘୋଷଣା କରିଥାଏ । ଲିଖିତ ନୋଟିସ୍ ଦେଇ ବ୍ୟାଙ୍କ ୩୦ ଦିନ ମଧ୍ୟରେ ଜବାବ ମାଗେ । ୩୦ ଦିନ ମଧ୍ୟରେ ଉପଯୁକ୍ତ ଉତ୍ତର ନ ମିଳିଲେ ଘର ନିଲାମ ପ୍ରକ୍ରିୟା ଆରମ୍ଭ ହୁଏ ।

ବୀମା ଥିଲେ ଚିନ୍ତା ନାହିଁ

ଗୃହଋଣ ନେବା ବେଳେ ଯଦି ବ୍ୟାଙ୍କରେ ସେହି ଋଣର ବୀମା କରାଇ ନିଅନ୍ତି ତ ପରିବାରକୁ ଅଧିକ ଚିନ୍ତା କରିବାକୁ ପଡ଼େନାହିଁ । ଏଥିପାଇଁ ଗୃହଋଣ ବୀମା ପଲିସି ବେଶ୍ ଲୋକପ୍ରିୟ ହୋଇ ପାରିଛି । ଏହି ବୀମା କରିଥିଲେ ଋଣ ଗ୍ରହୀତାଙ୍କ ମୃତ୍ୟୁ ପରେ ପରିବାରକୁ ବହୁତ କମ୍ ଋଣ ପରିଶୋଧ କରିବାକୁ ପଡ଼ିଥାଏ । ବୀମା କମ୍ପାନୀ ବ୍ୟାଙ୍କକୁ ବଳକା ଟଙ୍କା ଦେବା ସହ ଆଇନଗତ ଉତ୍ତରାଧିକାରୀଙ୍କୁ ଘର ମିଳିଯାଏ ।

Leave a Reply