ଏନସିପିର କିଏ ହେବେ ପରବର୍ତ୍ତୀ ଅଧ୍ୟକ୍ଷ ; ଜରୁରୀ ବୈଠକରେ ହେବ ନିଷ୍ପତ୍ତି

1 min read

ନୂଆଦିଲ୍ଲୀ :  ଆଜି ବଛାହୋଇପାରନ୍ତି ଏନସିପିର ପରବର୍ତ୍ତୀ ଅଧ୍ୟକ୍ଷ । ପରବର୍ତ୍ତୀ ଅଧ୍ୟକ୍ଷ ଲାଗି ଆଜି ବସିବ ଦଳର ଜରୁରୀ ବୈଠକ । ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ- ତାହାକୁ ନେଇ ଚାଲିଛି ଚର୍ଚ୍ଚା । ଅଧ୍ୟକ୍ଷ ପଦରୁ ଶରଦ ପାଓ୍ବାର ଇସ୍ତଫା ଦେବା ପରେ କିଏ ହେବେ ପରବର୍ତ୍ତୀ ନେତା ସେଥିନେଇ ଦଳରେ ଚାଲିଛି ମାନସମନ୍ଥନ ।

ପାଓ୍ବାରଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଏକ କମିଟି ଦଳର ପରବର୍ତ୍ତୀ ନେତାଙ୍କୁ ଚୟନ କରିବା ଆଶା କରାଯାଉଛି । ସମ୍ଭବତଃ କନ୍ୟା ସୁପ୍ରିୟା ସୁଲେଙ୍କୁ ଅଧ୍ୟକ୍ଷ ପଦ ଦିଆଯାଇପାରେ ବୋଲି ସୂଚନା ମିଳିଛି । ୮୨ ବର୍ଷ ବୟସ୍କ ପାଓ୍ବାରଙ୍କ କନ୍ୟା ସୁପ୍ରିୟା ଏବେ ସାଂସଦ ଅଛନ୍ତି । ଗତକାଲି ସୁପ୍ରିୟାଙ୍କ ସହ ଦଳୀୟ ସଙ୍କଟ ପ୍ରସଙ୍ଗରେ ଆଲୋଚନା କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେହିପରି ପାଓ୍ବାରଙ୍କୁ ବି ଭେଟିଥିଲେ ଦଳର ଉପସଭାପତି ପ୍ରଫୁଲ୍ଲ ପଟେଲ ।