ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶରେ କିଏ ହେବେ ମୁଖ୍ୟମନ୍ତ୍ରୀ ?

1 min read

ନନ୍ଦିଘୋଷ ବ୍ୟୁରୋ : ବିଧାନସଭା ନିର୍ବାଚନ ଫଳାଫଳ ବାହାରିବାରେ ପାଞ୍ଚଦିନ ବିତିଗଲାଣି  । ତଥାପି ଛିଡୁନି ବିଜେପିର ଅଙ୍କକଷା । ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶରେ କିଏ ହେବ ମୁଖ୍ୟମନ୍ତ୍ରୀ  । ନୂଆ ମୁହଁ ନା ପୁରୁଣା ମୁହଁ- ଏହାକୁ ନେଇ ଜାରି ରହିଛି ସସପେନସ । ରାଜସ୍ଥାନର ସିଏମ ଆଶାୟୀ ବସୁନ୍ଧରା ରାଜେ ଦିଲ୍ଲୀରେ ଡେରା ପକାଇଥିବାବେଳେ ବିଜେପିର ଜଣେ ଏମପି ଓ ୫ ବିଧାୟକ ଏକ ରିସର୍ଟରେ ରହିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବସୁନ୍ଧରାଙ୍କୁ ଆଉ ବିଜେପି ମୁଖ୍ୟମନ୍ତ୍ରୀ କରିବାକୁ ଇଚ୍ଛା ପ୍ରକାଶ କରୁନାହିଁ ବୋଲି ଚର୍ଚ୍ଚା ହେଉଛି । ହେଲେ ନୂଆ ମୁଖ୍ୟମନ୍ତ୍ରୀ କରିବାକୁ ବସୁନ୍ଧରା ରାଜି କରାଇବା ମଧ୍ୟ ଜରୁରୀ ହୋଇପଡ଼ିଛି । ତେଣେ ସଂସଦ ପଦରୁ ଇସ୍ତଫା ଦେଇଛନ୍ତି ବାବା ବାଲକନାଥ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ନୂଆ ମୁହଁ ନେଇ ସୂଚନା ଦେଇଥିବା ସତ୍ତ୍ବେ ସେ ଆଶା ହରାଇନାହାନ୍ତି ।