ମହାରାଷ୍ଟ୍ରରେ ଆଜି ଶପଥଗ୍ରହଣ ସମାରୋହ, ମୁଖ୍ୟମନ୍ତ୍ରୀଙ୍କ ପଦ ଉପରେ ନଜର
1 min readନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରରେ ଆଜି ଶପଥଗ୍ରହଣ ସମାରୋହ। ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଶପଥ ନେଇପାରନ୍ତି। କିଏ ମୁଖ୍ଯମନ୍ତ୍ରୀ ହେବେ- ସେନେଇ ଜାରି ରହିଛି ସସେପନସ। ଆଜି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ସମ୍ଭାବନା ରହିଛି। ମହାୟୁତି ମେଣ୍ଟ ବୈଠକ ପରେ କିଏ ହେବ ମୁଖ୍ୟମନ୍ତ୍ରୀ ଘୋଷଣା ସମ୍ଭାବନା ରହିଛି। ଯେତେ ସମ୍ଭବ ଶିବସେନା ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ରହିଛି। ବିଜେପିର ଦେବେନ୍ଦ୍ର ଫଡନଭିସ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି।
୨୮୮ ଆସନ ବିଶିଷ୍ଟ ବିଧାନସଭାରେ ଏନଡିଏକୁ ୨୩୩ ଓ ଏମଭିଏକୁ ୪୯ ଆସନ ମିଳିଛି। ଏନଡିଏ ଅଂଶୀଦାର ବିଜେପିକୁ ୧୩୨, ଶିବସେନାକୁ ୫୭, ଏନସିପିକୁ ୪୧ ଓ ଅନ୍ଯାନ୍ୟ ଦଳକୁ ୩ ଆସନ ମିଳିଛି । ସେହିପରି ଏମଭିଏ ଅଂଶୀଦାର କଂଗ୍ରେସକୁ ୧୬, ଶିବସେନା(ୟୁବିଟି)କୁ ୨୦, ଏନସିପି(ଏସପି)କୁ ୧୦, ଏସପିକୁ ୨ ଓ ସହଯୋଗୀ ଦଳକୁ ଗୋଟିଏ ଆସନ ମିଳିଛି । ଗତ ନିର୍ବାଚନ ତୁଳନାରେ ଏମଭିଏ ୨୫ ଆସନ ହରାଇଛି । ୨୮୮ ଆସନ ଲାଗି ମ୍ଯାଜିକ ନମ୍ବର ହେଉଛି ୧୪୫ । ବିଜେପି ଏକାକୀ ୧୩୨ ଆସନ ପାଇଥିବାରୁ ମେଣ୍ଟ ସହଯୋଗୀଙ୍କ ଗୁରୁତ୍ବବି ହ୍ରାସ ପାଇଛି । ସିନ୍ଦେଙ୍କ ବିନା ସମର୍ଥନରେ ବିଜେପି ସରକାର ଗଠନ କରିବାକୁ ସକ୍ଷମ ଥିବାବେଳେ ଏବେ ରାଜ୍ଯ ରାଜନୀତିରେ ଅସ୍ପଷ୍ଟ ବାତାବରଣ ଖେଳିଛି ।