ଆମେରିକାର ନ୍ୟାୟ ବିଭାଗ ଦ୍ବାରା ଜାରି କରାଯାଇଥିବା ଏପଷ୍ଟୀନ ଫାଇଲରେ ଏକ ସମ୍ବେଦନଶୀଳ ଖୁଲାସା ହୋଇଛି । ସେଥିରେ ଜଣେ ଭାରତୀୟ ଯୁବତୀ ପୀଡ଼ିତ ଥିବା ନେଇ ମାମଲା ସାମ୍ନାକୁ ଆସିଛି । ୬ ବର୍ଷ ପୂର୍ବରୁ ଲେଖାଯାଇଥିବା ଏକ ଇ-ମେଲରୁ ଏହା ଜଣାପଡ଼ିଛି ଯେ, ଯୌନ ଅପରାଧୀ ଏପଷ୍ଟୀନଙ୍କ ଦ୍ବାରା ଜଣେ ଭାରତୀୟ ଯୁବତୀ ମଧ୍ୟ ଫସିଥିଲେ । କ୍ଷତିପୂରଣ ଦେବା ପାଇଁ ଆମେରିକୀୟ ନ୍ୟାୟ ବିଭାଗର ଅଧିକାରୀ ଉକ୍ତ ଯୁବତୀଙ୍କୁ ଖୋଜୁଥିଲେ ।
ଏପଷ୍ଟୀନ ଫାଇଲର ଖୁଲାସା ଦ୍ବାରା ଆମେରିକା ଠାରୁ ଆରମ୍ଭ କରି ଭାରତ ପର୍ଯ୍ୟନ୍ତ ହଡ଼କମ୍ପ ମଚିଯାଇଛି । ଆମେରିକୀୟ ବିଜିନେସମ୍ୟାନ ଓ ଅପରାଧୀ ଜେଫ୍ରୀ ଏପଷ୍ଟୀନର ଫାଇଲନ୍ସରେ ପ୍ରଥମ ଥର ଜଣେ ଭାରତୀୟ ଯୁବତୀଙ୍କୁ ପୀଡ଼ିତ ଭାବେ ଉଲ୍ଲେଖ କରାଯାଇଛି । ଭାରତୀୟ ଯୁବତୀଙ୍କୁ ନେଇ ଏହି ଖୁଲାସା ଇ-ମେଲର ଫର୍ମାଟରେ ରହିଛି । ୨୦୨୦ ମସିହା ଜାନୁଆରୀ ୧୩ରେ ଏହା ଲେଖାଯାଇଥିଲେ । ଉକ୍ତ ଇ-ମେଲରେ ପୀଡ଼ିତଙ୍କର କେସ ଲଢ଼ୁଥିବା ଲ’ ଫାର୍ମ EDWARDS POTTINGER LLC ର ଓକିଲ ବ୍ରିଟନୀ ହେଣ୍ଡରସନ ଆମେରିକୀୟ ଅଧିକାରଙ୍କୁ ଏକ ଇ-ମେଲ କରିଥିଲେ । ଉକ୍ତ ଇ-ମେଲରେ ସେ କହିଛନ୍ତି ଯେ, କିଛି ପୀଡ଼ିତା ଯୁବତୀ ଥେରାପି ନେବାକୁ ଚାହୁଁଛନ୍ତି । ସେ ଫ୍ଲୋରିଡ଼ା ଓ ନ୍ୟୁୟର୍କର କିଛି ପୀଡ଼ିତାଙ୍କ ନାମ ମଧ୍ୟ ଆମେରିକୀୟ ଅଧିକାରୀଙ୍କୁ ଦେଇଥିଲେ ।
ଉକ୍ତ ଇ-ମେଲରେ ସେ ଏକ ପୀଡ଼ିତା ଭାରତୀୟ ଯୁବତୀଙ୍କ ବିଷୟରେ ଲେଖିଥିଲେ ଯେ, ସେ ଏବେ ବିଭ ଭାରତରେ ଅଛନ୍ତି । ଆମେରିକା ପ୍ରଶାସନ ତରଫରୁ ତାଙ୍କୁ କ’ଣ କୌଣସି ସାହାଯ୍ୟ କରାଯାଇ ପାରିବ ? ସେ ଏହା ମଧ୍ୟ ପଚାରିଛନ୍ତି ଯେ, ତାଙ୍କୁ ବି କ’ଣ ଥେରାପିର ୬ ଫ୍ରି ସେସନ ମିଳି ପାରିବ ? ସେ ଜାଣିବାକୁ ଚାହୁଁଛନ୍ତି, କ’ଣ ସେହି ସେବାଗୁଡ଼ିକ ତାଙ୍କୁ ଭାରତରେ ଉପଲବ୍ଧ ହୋଇପାରବ ? ଅଧିକାରୀଙ୍କ ତରଫରୁ ଆସିଥିବା ଜବାବରେ ପୀଡ଼ିତା ଯୁବତୀଙ୍କୁ କ୍ଷତିପୂରଣ ଦେବା କଥା କୁହାଯାଇଛି ।

